Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ…
ଭାରତରେ ବିବାହ ଋତୁ ଚାଲିଛି। ପ୍ରତିଦିନ ହଜାର ହଜାର ବିବାହ ଅନୁଷ୍ଠିତ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ ବିବାହର ହଜାର ହଜାର ଭିଡିଓ ପୋଷ୍ଟ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ବର ଏବଂ କନ୍ୟା ସହିତ ଜଡିତ ଭିଡିଓଗୁଡ଼ିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବର ଏବଂ କନ୍ୟା ଏକ ବିବାହ […] The post Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ… appeared first on Dharitri Odia News.
ଭାରତରେ ବିବାହ ଋତୁ ଚାଲିଛି। ପ୍ରତିଦିନ ହଜାର ହଜାର ବିବାହ ଅନୁଷ୍ଠିତ ହେଉଛି। ସୋସିଆଲ ମିଡିଆରେ ମଧ୍ୟ ଭାରତୀୟ ବିବାହର ହଜାର ହଜାର ଭିଡିଓ ପୋଷ୍ଟ ହେଉଛି। ଏଥିମଧ୍ୟରୁ କିଛି ଭିଡିଓ ଭାଇରାଲ ହୋଇଥାଏ। ଲୋକେ ବର ଏବଂ କନ୍ୟା ସହିତ ଜଡିତ ଭିଡିଓଗୁଡ଼ିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି। ଏହି କ୍ରମରେ ଏକ ଭିଡିଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଚକିତ କରିଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବର ଏବଂ କନ୍ୟା ଏକ ବିବାହ ମଣ୍ଡପରେ ବସିଛନ୍ତି। ପଣ୍ଡିତ ସେଠାରେ ମନ୍ତ୍ର ପଢ଼ୁଛନ୍ତି। ହେଲେ କନ୍ୟା ପଣ୍ଡିତଙ୍କୁ ଅପଲକ ନୟନରେ ଚାହିଁ ରହିଛନ୍ତି। କାରଣ ସେ ପଣ୍ଡିତଙ୍କୁ ଦେଖିବା ମାତ୍ରେ ତାଙ୍କ ପ୍ରେମରେ ପଡ଼ଯାଇଥାନ୍ତି। ଏହା ପରେ, କନ୍ୟା ତାଙ୍କ ବରକୁ ଛାଡି ପଣ୍ଡିତଙ୍କ ସହିତ ଆଖି ମିଶାଉଥିବା ନଜର ଆସୁଛି।
କନ୍ୟାଜଣଙ୍କ ଗାଲରେ ତାଙ୍କ ଦୁଇ ହାତ ରଖି ପଣ୍ଡିତଙ୍କୁ ଦେଖୁଥିବାର ଦେଖାଯାଉଛି। ସେ କୌଣସି ରୋମାଣ୍ଟିକ ଦୃଶ୍ୟରେ ହଜିଯାଇଥିବା ପରି ମନେ ହେଉଛି। ଏହି ସମୟରେ, ପଣ୍ଡିତଜଣଙ୍କ କନ୍ୟାଙ୍କ ଏଭଳି କାର୍ଯ୍ୟ ଦେଖନ୍ତି ଏବଂ ସେ ମଧ୍ୟ ତରଳି ଯାଆନ୍ତି। ଏପରିକି ସେ ଲାଜେଇ ଯାଇ ହସୁଥିବା ଦେଖାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓକୁ ଦେଖି ଚକିତ ହୋଇଛନ୍ତି। କନ୍ୟାଜଣଙ୍କ ଖୋଲାଖୋଲି ଭାବରେ ପଣ୍ଡିତଙ୍କ ସହିତ ଫ୍ଲର୍ଟ କରୁଥିବା କୁହାଯାଉଛି।
The post Shocking Video: ବରଙ୍କୁ ଛାଡ଼ି ପଣ୍ଡିତଙ୍କ ଉପରେ ଆସିଗଲା କନ୍ୟାଙ୍କ ହୃଦୟ, ଅଧା ବିବାହରେ କରିବାକୁ ଲାଗିଲେ… appeared first on Dharitri Odia News.

(@oye_jaypee)