ସିନ୍ଧୁ ଜଳ ବୁଝାମଣାରେ ପରିବର୍ତ୍ତନ ପାଇଁ ଦାବି ଉଠାଇଲା ଭାରତ, ପଠାଇଲା ନୋଟିସ୍

ନୂଆଦିଲ୍ଲୀ: ସିନ୍ଧୁ ଜଳ ବୁଝାମଣାରେ ପରିବର୍ତ୍ତନ ପାଇଁ ଭାରତ ଦାବି ଉଠାଇଛି । ଏନେଇ ଭାରତ ପକ୍ଷରୁ ଏକ ଔପଚାରିକ ନୋଟିସ ପାକିସ୍ତାନକୁ ଅଗଷ୍ଟ ୩୦ରେ ପଠାଯାଇଥିବା ଏବେ ସାମନାକୁ ଆସିଛି । ଦୁଇ ଦେଶ ମଧ୍ୟରେ ୧୯୬୦ ସିନ୍ଧୁ ଏବଂ ଅନ୍ୟ ୫ ନଦୀର ଜଳ ବ୍ୟବହାର ଉପରେ ବୁଝାମଣା ହୋଇଥିଲା । ସିନ୍ଧୁ ଜଳ ଚୁକ୍ତିର ଧାରା XII (3) ଅନୁସାରେ ଏହାର ପ୍ରାବଧାନରେ ସମୟ-ସମୟରେ ପରିବର୍ତ୍ତନ କରାଯାଇପାରିବ, ଯାହା ଦ୍ୱାରା ଦୁଇ ଦେଶର ହିତ ପୂରଣ ହୋଇପାରିବ । ଭାରତ ୧୯୬୦ ବୁଝାମଣାରେ ପରିବର୍ତ୍ତନ ଦାବିକୁ ନେଇ କିଛି ତର୍କ ମଧ୍ୟ ଦେଇଛି ।ଲାଇଭ୍ ହିନ୍ଦୁସ୍ତାନ ସୂତ୍ରକୁ ନେଇ କରିଥିବା ରିପୋର୍ଟ ଅନୁସାରେ ଭାରତ ସରକାର କହିଛନ୍ତି ଯେ ୧୯୬୦ ତୁଳନାରେ ଏବେ ପରିସ୍ଥିତି ବଦଳି ଯାଇଛି । ଏଭଳି ସ୍ଥିତିରେ ସିନ୍ଧୁ ଜଳ ବୁଝାମଣାର ସର୍ତ୍ତରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଭାରତ ତିନି କାରଣ ଦର୍ଶାଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ ୧୯୬୦ ସ୍ଥିର କରାଯାଇଥିବା ସର୍ତ୍ତର ଏବେ କୌଣସି ଆଧାର ନାହିଁ । ସେବେଠାରୁ ଆଜି ଯାଏ ଅନେକ କିଛି ବଦଳି ଯାଇଛି । ପ୍ରଥମ କାରଣରେ ଜନସଂଖ୍ୟାରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି । ଏହି କାରଣରୁ ପାଣିର କୃଷି ଏବଂ ଅନ୍ୟ କ୍ଷେତ୍ରରେ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି ।ଏହା ବ୍ୟତୀତ ଭାରତ ହାନିକାରକ ଗ୍ୟାସ ନିର୍ଗମନକୁ ଶେଷ କରି କ୍ଲିନ୍ ଏନର୍ଜୀ ଆଡ଼କୁ ବଢିବାକୁ ଚାହୁଁଛି । ଏଥିପାଇଁ

ସିନ୍ଧୁ ଜଳ ବୁଝାମଣାରେ ପରିବର୍ତ୍ତନ ପାଇଁ ଦାବି ଉଠାଇଲା ଭାରତ, ପଠାଇଲା ନୋଟିସ୍

ନୂଆଦିଲ୍ଲୀ: ସିନ୍ଧୁ ଜଳ ବୁଝାମଣାରେ ପରିବର୍ତ୍ତନ ପାଇଁ ଭାରତ ଦାବି ଉଠାଇଛି । ଏନେଇ ଭାରତ ପକ୍ଷରୁ ଏକ ଔପଚାରିକ ନୋଟିସ ପାକିସ୍ତାନକୁ ଅଗଷ୍ଟ ୩୦ରେ ପଠାଯାଇଥିବା ଏବେ ସାମନାକୁ ଆସିଛି । ଦୁଇ ଦେଶ ମଧ୍ୟରେ ୧୯୬୦ ସିନ୍ଧୁ ଏବଂ ଅନ୍ୟ ୫ ନଦୀର ଜଳ ବ୍ୟବହାର ଉପରେ ବୁଝାମଣା ହୋଇଥିଲା । ସିନ୍ଧୁ ଜଳ ଚୁକ୍ତିର ଧାରା XII (3) ଅନୁସାରେ ଏହାର ପ୍ରାବଧାନରେ ସମୟ-ସମୟରେ ପରିବର୍ତ୍ତନ କରାଯାଇପାରିବ, ଯାହା ଦ୍ୱାରା ଦୁଇ ଦେଶର ହିତ ପୂରଣ ହୋଇପାରିବ । ଭାରତ ୧୯୬୦ ବୁଝାମଣାରେ ପରିବର୍ତ୍ତନ ଦାବିକୁ ନେଇ କିଛି ତର୍କ ମଧ୍ୟ ଦେଇଛି ।

ଲାଇଭ୍ ହିନ୍ଦୁସ୍ତାନ ସୂତ୍ରକୁ ନେଇ କରିଥିବା ରିପୋର୍ଟ ଅନୁସାରେ ଭାରତ ସରକାର କହିଛନ୍ତି ଯେ ୧୯୬୦ ତୁଳନାରେ ଏବେ ପରିସ୍ଥିତି ବଦଳି ଯାଇଛି । ଏଭଳି ସ୍ଥିତିରେ ସିନ୍ଧୁ ଜଳ ବୁଝାମଣାର ସର୍ତ୍ତରେ କିଛି ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ଭାରତ ତିନି କାରଣ ଦର୍ଶାଇଛି । ଭାରତ ପକ୍ଷରୁ କୁହାଯାଇଛି ଯେ ୧୯୬୦ ସ୍ଥିର କରାଯାଇଥିବା ସର୍ତ୍ତର ଏବେ କୌଣସି ଆଧାର ନାହିଁ । ସେବେଠାରୁ ଆଜି ଯାଏ ଅନେକ କିଛି ବଦଳି ଯାଇଛି । ପ୍ରଥମ କାରଣରେ ଜନସଂଖ୍ୟାରେ ପରିବର୍ତ୍ତନ ହୋଇଥିବା କୁହାଯାଇଛି । ଏହି କାରଣରୁ ପାଣିର କୃଷି ଏବଂ ଅନ୍ୟ କ୍ଷେତ୍ରରେ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଛି ।

ଏହା ବ୍ୟତୀତ ଭାରତ ହାନିକାରକ ଗ୍ୟାସ ନିର୍ଗମନକୁ ଶେଷ କରି କ୍ଲିନ୍ ଏନର୍ଜୀ ଆଡ଼କୁ ବଢିବାକୁ ଚାହୁଁଛି । ଏଥିପାଇଁ ସିନ୍ଧୁ ଜଳ ବୁଝାମଣା ଅନୁସାରେ ନଦୀ ଜଳ ଉପରେ ଅଧିକାରକୁ ପୁଣି ଥରେ ସ୍ଥିର କରାଯିବା ଦରକାର । ସୀମାରେ ଆତଙ୍କବାଦ ଯୋଗୁଁ ଏହି ବୁଝାମଣା ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ । ଯେଉଁଥି ପାଇଁ ଭାରତ ନିଜ ଅଧିକାରକୁ ସମ୍ପୂର୍ଣ୍ଣ ବ୍ୟବହାର କରିପାରୁ ନାହିଁ । କିଷନଗଙ୍ଗା ଏବଂ ରେଟଲ ହାଇଡ୍ରୋଇଲେକ୍ଟ୍ରିକ୍ ପରିଯୋଜନାକୁ ନେଇ ପାକିସ୍ତାନର ଅଭିମୁଖ୍ୟ ଉପରେ ଭାରତ ଚିନ୍ତା ବ୍ୟକ୍ତ କରିଛି । ଭାରତ କହିଛି ଯେ ପାକିସ୍ତାନ ଏହି ପ୍ରକଳ୍ପ ପାଇଁ ବାଧା ସୃଷ୍ଟି କରୁଛି, ଅନ୍ୟପଟେ ଭାରତ ସବୁବେଳେ ଜଳ ବୁଝାମଣାକୁ ନେଇ ନରମ ଆଭିମୁଖ୍ୟ ଗ୍ରହଣ କରିଆସିଛି ।

ଉଲ୍ଲେଖଯୋଗ୍ୟ ଯେ ସିନ୍ଧୁ ଜଳ ବୁଝାମଣା ଭାରତ ଏବଂ ପାକିସ୍ତାନ ମଧ୍ୟରେ ୬ ନଦୀ ପାଣି ଭାଗ ବଣ୍ଟାକୁ ନେଇ ହେଇଛି । ୧୯୬୦ ସେପ୍ଟେମ୍ୱର ୧୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାନ ଏହି ବୁଝାମଣା ଉପରେ ହସ୍ତାକ୍ଷର କରିଥିଲେ । ଏହି ସନ୍ଧିରେ ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତା କରିଥିଲା ।