ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ

କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସ୍ନେହାପ୍ରଭା ମାଝିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପ ଜିଲାପାଳ ଧୀମାନ ଚକମା, କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ସିଡିଓ ଦୟାମୟ ପାଢ଼ୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ମୋଟ […] The post ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ appeared first on Dharitri Odia News.

ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ

କୋକସରା,୨୩ା୯ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଜିଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସ୍ନେହାପ୍ରଭା ମାଝିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପ ଜିଲାପାଳ ଧୀମାନ ଚକମା, କଳାହାଣ୍ଡି ଏସ୍‌ପି ଅଭିଳାଷ ଜି, ସିଡିଓ ଦୟାମୟ ପାଢ଼ୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ମୋଟ ୧୦୮ ଅଭିଯୋଗ ଉପରେ ଜିଲାପାଳ ଶୁଣାଣି କରିଥିଲେ। ସାହାଜଖୋଲ ବନ ସୁରକ୍ଷା କମିଟି ପକ୍ଷରୁ ଜଙ୍ଗଲ ସୁରକ୍ଷା, ସଂରକ୍ଷିତ ଜଙ୍ଗଲରେ ବସତି ସ୍ଥାପନ କରିଥିବା ଲୋକଙ୍କୁ ଉଚ୍ଛେଦ, ଜଙ୍ଗଲ ମଧ୍ୟରେ ମକାଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ସେହିପରି କୋକସରା ସିଏଚ୍‌ସିରେ ଶିଶୁ ରୋଗ ବିଶେଷଜ୍ଞ ଓ ମେଡ଼ିସିନ ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି, ବସ୍‌ଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ବିତ କରିବା, ମହିମା ପଞ୍ଚାୟତ ମାଲପଡା ଗ୍ରାମର ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା ଆଦି ଅଭିଯୋଗ କରାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଜିପିଇଓ ବିରଞ୍ଚତ୍ ଖର୍ସେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅଜୟ ସେନାପତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପରିଚାଳନାରେ ସହଯୋଗ କରିଥିଲେ।

The post ଜିଲାପାଳଙ୍କ ଜନ ଶୁଣାଣି: ୧୦୮ ଅଭିଯୋଗ ପଞ୍ଜୀକୃତ appeared first on Dharitri Odia News.