ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ, ଶୋ’ରେ ବଡ଼ ଘୋଷଣା କରି ଚମକାଇଲେ

ମୁମ୍ବାଇ: ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଶୋ’ ‘ଲାଫଟର ସେଫ୍‌ ୨’ର ଶୁଟିଂ ସେଟ୍‌ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ନିକଟରେ ଶୋ’ର ଏକ ପ୍ରମୋ ଶେୟାର ହୋଇଛି। ଏଥିରେ ଦେଖାଯାଇଛି ଯେ ଅଭିନେତ୍ରୀଙ୍କଠାରୁ କୃଷ୍ଣା ଅଭିଷେକ କିଛି ସାମଗ୍ରୀ ଛଡ଼ାଇ ଦେଉଛନ୍ତି। ଏହାପରେ […] The post ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ, ଶୋ’ରେ ବଡ଼ ଘୋଷଣା କରି ଚମକାଇଲେ appeared first on Dharitri Odia News.

ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ, ଶୋ’ରେ ବଡ଼ ଘୋଷଣା କରି ଚମକାଇଲେ
ମୁମ୍ବାଇ: ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ଶୋ’ ‘ଲାଫଟର ସେଫ୍‌ ୨’ର ଶୁଟିଂ ସେଟ୍‌ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ନିକଟରେ ଶୋ’ର ଏକ ପ୍ରମୋ ଶେୟାର ହୋଇଛି। ଏଥିରେ ଦେଖାଯାଇଛି ଯେ ଅଭିନେତ୍ରୀଙ୍କଠାରୁ କୃଷ୍ଣା ଅଭିଷେକ କିଛି ସାମଗ୍ରୀ ଛଡ଼ାଇ ଦେଉଛନ୍ତି। ଏହାପରେ ଅଭିନେତ୍ରୀ ତାଙ୍କ ପଛରେ ଦୌଡ଼ୁଛନ୍ତି। ପରେ ସେ କୃଷ୍ଣାଙ୍କୁ କହୁଛନ୍ତି ଯେ ମୁଁ ଗର୍ଭବତୀ ଏବଂ ନିଜ ପେଟକୁ ଧରି ନେଉଛନ୍ତି। ଏହାଶୁଣି ସମସ୍ତେ ଚମକି ଯାଉଛନ୍ତି। କୃଷ୍ଣା ସତରେ କି ବୋଲି ପଚାରିବାରେ ଅଙ୍କିତା ମୁଣ୍ଡ ହଲାଇ ସହମତି ଦେଉଛନ୍ତି।
୨୦୨୧ରେ ଅଙ୍କିତା ବ୍ୟବସାୟୀ ବିକ୍କି କୌଶଲଙ୍କୁ ବିବାହ କରିଥିଲେ। ଏହାପରେ ଦୁହେଁ ଅନେକ ଶୋ’ରେ ଏକାଠି ନଜର ଆସିଛନ୍ତି। ଏବେ ଏଭଳି ପ୍ରମୋ ଦେଖିବା ପରେ ପ୍ରଶଂସକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

The post ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ, ଶୋ’ରେ ବଡ଼ ଘୋଷଣା କରି ଚମକାଇଲେ appeared first on Dharitri Odia News.