୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ ଏହି ନର୍ସ ୨୦୨୦ରୁ ୨୦୨୩ ତିନି ବର୍ଷ ମଧ୍ୟରେ ୫ଟି ହସ୍ପିଟାଲରେ ୧୭ ଜଣ ରୋଗୀଙ୍କୁ ମାରିବା ସହ ଅନେକଙ୍କୁ ଇନ୍‌ସୁଲିନ୍‌ର ମାରାତ୍ମକ ଡୋଜ୍‌ ଦେଇ ସେମାନଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। ମଧୁମେହରେ ପୀଡ଼ିତ ନ ଥିବା ୨୨ ଜଣ ରୋଗୀଙ୍କୁ ସେ ରାତି ଶିଫ୍ଟ ଡ୍ୟୁଟି ବେଳେ […] The post ୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ appeared first on Dharitri Odia News.

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ ଏହି ନର୍ସ ୨୦୨୦ରୁ ୨୦୨୩ ତିନି ବର୍ଷ ମଧ୍ୟରେ ୫ଟି ହସ୍ପିଟାଲରେ ୧୭ ଜଣ ରୋଗୀଙ୍କୁ ମାରିବା ସହ ଅନେକଙ୍କୁ ଇନ୍‌ସୁଲିନ୍‌ର ମାରାତ୍ମକ ଡୋଜ୍‌ ଦେଇ ସେମାନଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। ମଧୁମେହରେ ପୀଡ଼ିତ ନ ଥିବା ୨୨ ଜଣ ରୋଗୀଙ୍କୁ ସେ ରାତି ଶିଫ୍ଟ ଡ୍ୟୁଟି ବେଳେ ଇନ୍‌ସୁଲିନ୍‌ ଇଞ୍ଜେକ୍‌ଶନ ଅତ୍ୟଧିକ ମାତ୍ରାରେ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ମରିଯାଇଥିଲେ। ରୋଗୀଙ୍କୁ ମାରିବା ନେଇ ଗତବର୍ଷ ମେ’ରେ ତାଙ୍କ ବିରୋଧରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା।

The post ୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ appeared first on Dharitri Odia News.