ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ ଚଳିତ ନିର୍ବାଚନରେ ନୂତନ ଭାବେ ଯୁବ ଶିଳ୍ପୋଦ୍ୟୋଗୀ ଡା. ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଧାୟକ ସୁଧୀର କୁମାର ସାମଲଙ୍କ ପୁତୁରା। ସେହିପରି ଗତ ୨ଦିନ ତଳେ ଭାଜପା ପକ୍ଷରୁ ପୁଣିଥରେ ରୁଦ୍ର ନାରାୟଣ ପାଣିଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। […] The post ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ appeared first on Dharitri Odia News.

ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ

ଢେଙ୍କାନାଳ,୨୮ା୩(ରତନ ନାୟାର)ଚଳିତ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକ ସଭା ଆସନ ନିମନ୍ତେ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। ବିଜେଡିରୁ ଚଳିତ ନିର୍ବାଚନରେ ନୂତନ ଭାବେ ଯୁବ ଶିଳ୍ପୋଦ୍ୟୋଗୀ ଡା. ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ବିଧାୟକ ସୁଧୀର କୁମାର ସାମଲଙ୍କ ପୁତୁରା। ସେହିପରି ଗତ ୨ଦିନ ତଳେ ଭାଜପା ପକ୍ଷରୁ ପୁଣିଥରେ ରୁଦ୍ର ନାରାୟଣ ପାଣିଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ଲୋକ ସଭା ପ୍ରାର୍ଥୀ ଏବଂ ବିଧାନସଭା ପ୍ରାର୍ଥୀ ସମ୍ପର୍କରେ କୌଣସି ଘୋଷଣା ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ପ୍ରକାଶ ଯେ, କିଛିଦିନ ତଳେ ଡା. ଅବିନାଶ ବିଜେଡିରେ ଯୋଗ ଦେଇଥିଲେ। ନିଜ ପ୍ରତିକ୍ରିୟାରେ ଅବିନାଶ କହିଛନ୍ତି, ତାଙ୍କ ଉପରେ ଭରସା କରିଥିବାରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ସମସ୍ତଙ୍କ ଆଶୀର୍ବାଦରେ ନିର୍ବାଚନ ଲଢିବାକୁ ଯାଉଛି। ସେହିପରି ଭାଜପା ପ୍ରାର୍ଥୀ ପାଣି ପ୍ରାଥମେ ୨୦୦୪ରୁ ୨୦୦୬ ଓ ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟ ସଭା ସଦସ୍ୟ ରହିଥିଲେ। ଏଥିସହିତ ସେ ୧୯୯୧, ୧୯୯୬, ୨୦୦୯, ୨୦୧୪, ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ପୁଣିଥରେ ଦଳ ତାଙ୍କୁ ଭରସା କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ଜାତୀୟ ସଭାପତି ଜେ.ପି. ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ସାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ୨୦୧୯ରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବା ଏମ୍‌ପି ମହେଶ ସାହୁ ଚଳିତ ନିର୍ବାଚନରେ ଲୋକ ସଭା ପ୍ରାର୍ଥୀ ନ ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସମର୍ଥକମାନେ। ତେବେ ୨ ଦଳର ପ୍ରାର୍ଥୀ ଘୋଷଣା ପରେ ସମସ୍ତଙ୍କ ନଜର କଂଗ୍ରେସ ପ୍ରାର୍ଥୀ ଉପରେ ରହିଛି।

The post ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ: ବିଜେଡିରୁ ଅବିନାଶ ସାମଲ, ଭାଜପାରୁ ରୁଦ୍ର ପାଣି ପ୍ରାର୍ଥୀ appeared first on Dharitri Odia News.