କଚ୍ଛପ ଗତିରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉପସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣି ରୋଗୀଙ୍କ ପାଇଁ ଅଧିକା ସୁବିଧା କରାଯାଉଛି। ହେଲେ ସରକାର କରୁଥିବା ଯୋଜନା ସଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟକୁ ତଦାରଖରେ ଅହେତୁକ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗରେ ଦେଖାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ […] The post କଚ୍ଛପ ଗତିରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର appeared first on Dharitri Odia News.
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଉପସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ ଆଣି ରୋଗୀଙ୍କ ପାଇଁ ଅଧିକା ସୁବିଧା କରାଯାଉଛି। ହେଲେ ସରକାର କରୁଥିବା ଯୋଜନା ସଠିକ ଭାବେ ତୃଣମୂଳ ସ୍ତରରେ କାର୍ଯ୍ୟକୁ ତଦାରଖରେ ଅହେତୁକ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଏବେ ସ୍ବାସ୍ଥ୍ୟ ବିଭାଗରେ ଦେଖାଯାଇଛି। ଲୋକଙ୍କ ସ୍ବାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଠା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି। କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ଉକ୍ତ କାର୍ଯ୍ୟର ଗତି କଚ୍ଛପ ଗତିରେ ଚାଲିଥିବାରୁ ଉକ୍ତ କାର୍ଯ୍ୟସବୁ କେବେ ସରିବ ତାହା ବିଭାଗର ଦାୟିତ୍ୱରେ ରହିଥିବା ଅଧିକାରୀମାନେ ମଧ୍ୟ ସ୍ପଷ୍ଟ କାଟିପାରୁନାହାନ୍ତି।
ପ୍ରକାଶ ଯେ, ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମ୍ପ୍ରସାରଣ ପାଇଁ ଏକ କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିପାଇଁ ୯୭ ଲକ୍ଷ ଟଙ୍କା ଅନୁଦାନରେ କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଛି ସେହିପରି ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୯୭ ଲକ୍ଷ, ସିକରମାହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମଧ୍ୟ ୯୭ ଲକ୍ଷ ଅନୁଦାନ ରହିଛି। ସେହିପରି ଉକ୍ତ ବ୍ଲକର ଦୁର୍ଗମ କୁମ୍ଭାରିପଦର ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ତାର ଅବସ୍ଥା ମଧ୍ୟ ସମାନ ସେହି କଚ୍ଛପ ଗତିରେ କାର୍ଯ୍ୟଚାଲିଥିବାରୁ ତାହା କେବେ ସୁଦ୍ଧା କାମ ସରିବ। ତାହା ଜାତୀୟ ଗ୍ରାମୀଣ ହେଲଥ ମିଶନର ସହକାରୀ ଯନ୍ତ୍ରୀ ମନୋଜ ସିଂ ବାରିକ ସ୍ପଷ୍ଟ କରିପାରୁନାହାନ୍ତି। ପଚାରିବାରୁ ଆହୁରି ଏକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟଶେଷର ସମୟ ରହିଥିବା ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ବ୍ରାହ୍ମଣୀଗାଁ ଅଞ୍ଚଳର ଆଠଟି ପଞ୍ଚାୟତରେ ସ୍ବାସ୍ଥ୍ୟସେବା ବିଗି ମାଣ୍ଡିପଙ୍କା ଘଟଣାରୁ ଜଣାପଡିଛି। ସେଠାରେ ଘଟିଥିବା ଘଟଣା ପରେ ଜିଲା ପ୍ରଶାସନ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ଗଦାପୁର, ବ୍ରାହ୍ମଣୀଗାଁକୁ ୨ଟି ଡାକ୍ତର ପଠାଇଥିବାବେଳେ ଭିତ୍ତି ଭୂମିର ସୁଦୃଢ଼ ନ ଥିବାରୁ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି।
The post କଚ୍ଛପ ଗତିରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର appeared first on Dharitri Odia News.