ବଜାରରେ କେଟିଏମ୍ର ଆର୍ସି ଆଣ୍ଡ ଆଡ୍ଭେଞ୍ଜର ରେଞ୍ଜ
ଭୁବନେଶ୍ୱର,୧୪।୩: ଦେଶର ପ୍ରମୁଖ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍ ‘କେଟିଏମ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ୨୦୨୪କେଟିଏମ୍ ଆର୍ସି ଆଣ୍ଡ ଆଡ୍ଭେଞ୍ଜର ରେଞ୍ଜର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ କେଟିଏମ୍ ଆର୍ସି ଏବଂ ଆଡଭେଞ୍ଜର ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଆକର୍ଷଣୀୟ କଲର ଓ ଫିଜର ଡିଜାଇନ ହୋଇଛି। ଏପରିକି ଦି ୨୦୨୪ କେଟିଏମ୍ ୩୯୦ ଆଡଭେଞ୍ଜର ମଡେଲ ୨ଟି ଆକର୍ଷଣୀୟ କଲର ଯଥା […] The post ବଜାରରେ କେଟିଏମ୍ର ଆର୍ସି ଆଣ୍ଡ ଆଡ୍ଭେଞ୍ଜର ରେଞ୍ଜ appeared first on Dharitri Odia News.
ଭୁବନେଶ୍ୱର,୧୪।୩: ଦେଶର ପ୍ରମୁଖ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍ ‘କେଟିଏମ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ୨୦୨୪କେଟିଏମ୍ ଆର୍ସି ଆଣ୍ଡ ଆଡ୍ଭେଞ୍ଜର ରେଞ୍ଜର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ କେଟିଏମ୍ ଆର୍ସି ଏବଂ ଆଡଭେଞ୍ଜର ମଡେଲରେ ଅନେକ ବୈଶିଷ୍ଟ୍ୟ ସାଙ୍ଗକୁ ଆକର୍ଷଣୀୟ କଲର ଓ ଫିଜର ଡିଜାଇନ ହୋଇଛି। ଏପରିକି ଦି ୨୦୨୪ କେଟିଏମ୍ ୩୯୦ ଆଡଭେଞ୍ଜର ମଡେଲ ୨ଟି ଆକର୍ଷଣୀୟ କଲର ଯଥା ଧଳା ଓ କଳା ରଙ୍ଗରେ ହୋଇଥିବାବେଳେ ଦି ୨୦୨୪ କେଟିଏମ୍ ୨୫୦ ଆଡଭେଞ୍ଜର ମଡେଲ ମଧ୍ୟ ୨ଟି ଆକର୍ଷଣୀୟ କଲର ଗ୍ରେ ଏବଂ ବ୍ଲ୍ୟୁ ରଙ୍ଗରେ ଉପଲବ୍ଧ। ସେହିଭଳି ଦି୨୦୨୪ କେଟିଏମ୍ ଆର୍ସି ୧୨୫ ଏବଂ ଆର୍ସି ୨୦୦ ମଡେଲ ୨ଟି ଆକର୍ଷଣୀୟ କଲର ଯଥା ବ୍ଲ୍ୟୁ ଆଣ୍ଡ ବ୍ଲାକ୍ ରଙ୍ଗରେ ହୋଇଥିବାବେଳେ ଆର୍ସି ୩୯୦ ମଡେଲ ମଧ୍ୟ ୨ଟି ଆକର୍ଷଣୀୟ କଲର ଯଥା ବ୍ଲ୍ୟୁ ଆଣ୍ଡ ଓରେଞ୍ଜ ଭାରିଆଣ୍ଟରେ ଉପଲବ୍ଧ।
ଏ ସମ୍ପର୍କରେ ବଜାଜ୍ ଅଟୋ ଲିମିଟେଡ୍ର ସଭାପତି (ପ୍ରୋବାଇକିଂ) ସୁମିତ ନାରଙ୍ଗ କହିଛନ୍ତି, ଆମେ କେଟିଏମ୍ ଆର୍ସି ଏବଂ ଆଡଭେଞ୍ଜର ମଡେଲକୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ। ଏପରିକି ଏହାର ଅତୁଳନୀୟ କ୍ଷମତା ସହ ଆକର୍ଷଣୀୟ କଲର ରେଞ୍ଜ ଏବଂ ଗାଡ଼ି ଚାଳନାର ଭିନ୍ନ ଏକ ଅନୁଭୂତି ପ୍ରଦାନ କରିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
The post ବଜାରରେ କେଟିଏମ୍ର ଆର୍ସି ଆଣ୍ଡ ଆଡ୍ଭେଞ୍ଜର ରେଞ୍ଜ appeared first on Dharitri Odia News.