ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’ ବୋଲି ବୁଧବାର କୁହାଯାଇଛି। ମେଟା ଇଣ୍ଡିଆର ଉପାଧ୍ୟକ୍ଷ ଶିବନାଥ ଠୁକରାଲ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ଟୁଇଟ୍‌ କରିଛନ୍ତି-୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ ପୁନଃନିର୍ବାଚିତ ହୋଇ ନ ଥିବା ନେଇ ଜୁକରବର୍ଗଙ୍କ ବୟାନ ଅନେକ ଦେଶ ପାଇଁ ସତ, ହେଲେ ଭାରତ ପାଇଁ ନୁହେଁ। […] The post ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’ appeared first on Dharitri Odia News.

ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’

ନୂଆଦିଲ୍ଲୀ,୧୫।୧: ଶେଷରେ କ୍ଷମା ମାଗିଲା ମେଟା ଇଣ୍ଡିଆ। ସିଇଓ ମାର୍କ ଜୁକରବର୍ଗ ଭାରତର ନିର୍ବାଚନକୁ ନେଇ ଦେଇଥିବା ବିବାଦୀୟ ବୟାନକୁ କମ୍ପାନୀ ପକ୍ଷରୁ ‘ଅନିଚ୍ଛାକୃତ ତ୍ରୁଟି’ ବୋଲି ବୁଧବାର କୁହାଯାଇଛି।

ମେଟା ଇଣ୍ଡିଆର ଉପାଧ୍ୟକ୍ଷ ଶିବନାଥ ଠୁକରାଲ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ଟୁଇଟ୍‌ କରିଛନ୍ତି-୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ ପୁନଃନିର୍ବାଚିତ ହୋଇ ନ ଥିବା ନେଇ ଜୁକରବର୍ଗଙ୍କ ବୟାନ ଅନେକ ଦେଶ ପାଇଁ ସତ, ହେଲେ ଭାରତ ପାଇଁ ନୁହେଁ। ଏହି ଅନିଚ୍ଛାକୃତ ତ୍ରୁଟିକୁ ନେଇ ଆମେ କ୍ଷମାପ୍ରାର୍ଥନା କରିବାକୁ ଚାହୁଁଛୁ। ଭାରତ ମେଟା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବେ ରହିଆସିଛି। ଆମେ ଏହାର ଅଭିନବ ଭବିଷ୍ୟତର କେନ୍ଦ୍ରରେ ରହିବା ନେଇ ଆଶା କରୁଛୁ ବୋଲି ସେ କହିଛନ୍ତି।

ଏହାପରେ ଠୁକରାଲଙ୍କ ପୋଷ୍ଟକୁ ରିଟୁଇଟ୍‌ କରି ନିଶିକାନ୍ତ ଦୁବେ ଲେଖିଛନ୍ତି ଯେ, ଏହି କ୍ଷମା ପ୍ରାର୍ଥନା ଭାରତର ସାଧାରଣ ନାଗରିକଙ୍କ ବିଜୟ। ଭାରତୀୟ ସଂସଦ ଏବଂ ସରକାରଙ୍କ ଉପରେ ୧.୪ ବିଲିୟନ ଲୋକଙ୍କ ଆଶୀର୍ବାଦ ଏବଂ ବିଶ୍ୱାସ ରହିଛି। ମେଟା ଇଣ୍ଡିଆର ଜଣେ ଅଧିକାରୀ ଶେଷରେ ତାଙ୍କ ଭୁଲ ଲାଗି କ୍ଷମା ମାଗିଛନ୍ତି। ଏହା ଭାରତର ସାଧାରଣ ନାଗରିକଙ୍କ ବିଜୟ।

ସୂଚନାଯୋଗ୍ୟ, ଜୁକରବର୍ଗ ଜାନୁଆରୀ ୧୦ରେ ପୋଡ୍‌କାଷ୍ଟର ଜୋ ରୋଗାନ୍‌ଙ୍କୁ ସାକ୍ଷାତକାର ଦେଇ କହିଥିଲେ, ୨୦୨୪ ଅଧିକାଂଶ ଦେଶରେ ନିର୍ବାଚନର ବର୍ଷ ଥିଲା। ସରକାରଙ୍କ କୋଭିଡ୍‌ ପରିଚାଳନା ଓ ତତ୍‌ ପରବର୍ତ୍ତୀ ମୁଦ୍ରାସ୍ଫୀତି କିମ୍ବା ଆର୍ଥତ୍କ ନୀତି ବିଶ୍ୱବ୍ୟାପୀ ନିର୍ବାଚନକୁ ପ୍ରଭାବିତ କରିଥିଲା। ଫଳରେ ଭାରତ ସମେତ କ୍ଷମତାରେ ଥିବା ଅନେକ ଦେଶର ସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା କମିଥିଲା। ୨୦୨୪ ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହରାଇଥିଲେ ମଧ୍ୟ ଶାସକ ମେଣ୍ଟ ବହୁମତ ବଜାୟ ରଖିପାରିଥିଲା। ଏଥିଯୋଗୁ ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପଥ ପରିଷ୍କାର ହୋଇଯାଇଥିଲା ବୋଲି ଜୁକରବର୍ଗ କହିଥିଲେ।

ପରେ ଜୁକରବର୍ଗଙ୍କ ଏହି ମନ୍ତବ୍ୟକୁ ନେଇ ଭାରତର ସଂସଦୀୟ ସ୍ଥାୟୀ କମିଟି ତାଙ୍କୁ ସମନ ଜାରି କରିବାକୁ ଯାଉଛି। ଭୁଲ୍‌ ତଥ୍ୟ ପ୍ରସାର କରାଇଥିବାରୁ ମେଟାକୁ ସମନ କରାଯିବ ବୋଲି ଭାଜପା ଏମ୍‌ପି ତଥା ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ସଂସଦୀୟ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ମଙ୍ଗଳବାର କହିଥିଲେ। ଏଥିସହ ସଂସଦୀୟ କମିଟି ଏବଂ ଦେଶବାସୀଙ୍କ ନିକଟରେ ମେଟା କ୍ଷମା ମାଗୁ ବୋଲି ଦୁବେ ଦାବି କରିଥିଲେ। ଏହାର ଦିନକ ପୂର୍ବରୁ ଜୁକରବର୍ଗଙ୍କ ଦାବିକୁ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଖଣ୍ଡନକରି ଏହାକୁ ‘ତଥ୍ୟଗତ’ ଭୁଲ୍‌ ବୋଲି କହିଥିଲେ।

The post ନଇଁଲା ମେଟା: ଜୁକରବର୍ଗଙ୍କ ବୟାନକୁ କହିଲା ‘ଅନିଚ୍ଛାକୃତ ତ୍ରୁଟି’ appeared first on Dharitri Odia News.