ଲିମ୍କା ବୁକ୍ ଅଫ୍ ରେକଡର୍ସରେ ଭାରତୀୟ ରେଳପଥ
ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍କା ବୁକ୍ ଅଫ୍ ରେକଡର୍ସ(ଏଲ୍ବିଆର୍)ରେ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ୨୦୨୪ ଫେବୃୟାରୀ ୨୬ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ୨,୧୪୦ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଡ଼କ ଉପରେ ରେଳ ଓଭରବ୍ରିଜ୍ ଓ ସଡ଼କ ତଳେ ରେଳପଥ ଅଣ୍ଡରବ୍ରିଜ୍ ଉଦ୍ଘାଟନ ଏବଂ ରେଳ […] The post ଲିମ୍କା ବୁକ୍ ଅଫ୍ ରେକଡର୍ସରେ ଭାରତୀୟ ରେଳପଥ appeared first on Dharitri Odia News.
ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍କା ବୁକ୍ ଅଫ୍ ରେକଡର୍ସ(ଏଲ୍ବିଆର୍)ରେ ସ୍ଥାନ ପାଇଛି। ରେଳ ମନ୍ତ୍ରଣାଳୟ ୨୦୨୪ ଫେବୃୟାରୀ ୨୬ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ ୨,୧୪୦ଟି ସ୍ଥାନରେ ୪୦,୧୯,୫୧୬ ଜଣ ଲୋକ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସଡ଼କ ଉପରେ ରେଳ ଓଭରବ୍ରିଜ୍ ଓ ସଡ଼କ ତଳେ ରେଳପଥ ଅଣ୍ଡରବ୍ରିଜ୍ ଉଦ୍ଘାଟନ ଏବଂ ରେଳ ଷ୍ଟେଶନର ଶିଳାନ୍ୟାସ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତୀୟ ରେଳପଥର ଏହି ବ୍ୟାପକ ପ୍ରୟାସ ଓ ଏକତ୍ରୀକରଣକୁ ମାନ୍ୟତା ମିଳିଛି ଏବଂ ଏହାକୁ ସମ୍ମାନଜନକ ଲିମ୍କା ବୁକ୍ ଅଫ୍ ବିଶ୍ୱ ରେକଡର୍ସରେ ସାମିଲ କରାଯାଇଛି ।
The post ଲିମ୍କା ବୁକ୍ ଅଫ୍ ରେକଡର୍ସରେ ଭାରତୀୟ ରେଳପଥ appeared first on Dharitri Odia News.