'ଆପଣ ଜିତିବେ...',ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରୁଥିଲା ଶୁଆ, ମାଲିକକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଏକ ଶୁଆର ମାଲିକଙ୍କୁ ଗିରଫ କରାଯାଇଛି । ଏହି ଶୁଆ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରୁଥିଲା । ତାମିଲନାଡ୍ଡୁର କୋଡ୍ଡାଲୋରରେ ଏହି ଶୁଆ ଜ୍ୟୋତିଷଙ୍କ ପରି କାର୍ଡ ଜରିଆରେ ଲୋକଙ୍କ ଭବିଷ୍ୟତ କହୁଥିଲା । ଏହି ଅଞ୍ଚଳର ଜଣେ ନେତା ଲୋକସଭା ନିର୍ବାଚନକୁ ନେଇ ଶୁଆକୁ ନିଜ ଭବିଷ୍ୟ ପଚାରିଥିଲେ । ଏହି ମାମଲାର ଭିଡିଓ ମଧ୍ୟ ସାମନାକୁ ଆସିଛି, ଏହାପରେ ଶୁଆର ମାଲିକଙ୍କ ଅଡ଼ୁଆ ବଢିଥିଲା ।ଶୁଆଟି ତାମିଲନାଡ଼ୁର କଡ୍ଡାଲୋର ଲୋକସଭା ଆସନରୁ ପିଏମକେ ପ୍ରାର୍ଥୀ ଥଙ୍କର ବଚ୍ଚନଙ୍କ ବିଜୟ ନେଇ ଭବିଷ୍ୟବାଣୀ କରିଥିଲା । ଏହାପରେ ଶୁଆ ମାଲିକ ସେଲଭାରାଜଙ୍କୁ ପକ୍ଷୀକୁ କଏଦ କରି ରଖିବା ଅଭିଯୋଗରେ ମଙ୍ଗଳବାର ଗିରଫ କରାଯାଇଛି ।ଖବର ଅନୁସାରେ କୁଡ୍ଡାଲୋର ଲୋକସଭା ନିର୍ବାଚନ କ୍ଷେତ୍ରରୁ ପିଏମକେ ପ୍ରାର୍ଥୀ ଥଙ୍କର ବଚ୍ଚନ ନିର୍ବାଚନ ଲଢୁଛନ୍ତି । ବଚ୍ଚନ ଦୁଇ ଦିନ ପୂର୍ବେ ତେନ୍ନାମବକ୍କମ କ୍ଷେତ୍ରରେ ମନ୍ଦିର ଦର୍ଶନ କରିଥିଲେ ଏବଂ ଏହାପରେ ମନ୍ଦିର ବାହାରେ ରାସ୍ତା କଡ଼ରେ ଜ୍ୟୋତିଷ ଶୁଆଠାରୁ ଭବିଷ୍ୟତ ପଚାରିଥିଲେ । ତାମିଲନାଡ଼ୁର କୁଡ୍ଡାଲୋର ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ । 

'ଆପଣ ଜିତିବେ...',ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରୁଥିଲା ଶୁଆ, ମାଲିକକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଏକ ଶୁଆର ମାଲିକଙ୍କୁ ଗିରଫ କରାଯାଇଛି । ଏହି ଶୁଆ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କରୁଥିଲା । ତାମିଲନାଡ୍ଡୁର କୋଡ୍ଡାଲୋରରେ ଏହି ଶୁଆ ଜ୍ୟୋତିଷଙ୍କ ପରି କାର୍ଡ ଜରିଆରେ ଲୋକଙ୍କ ଭବିଷ୍ୟତ କହୁଥିଲା । ଏହି ଅଞ୍ଚଳର ଜଣେ ନେତା ଲୋକସଭା ନିର୍ବାଚନକୁ ନେଇ ଶୁଆକୁ ନିଜ ଭବିଷ୍ୟ ପଚାରିଥିଲେ । ଏହି ମାମଲାର ଭିଡିଓ ମଧ୍ୟ ସାମନାକୁ ଆସିଛି, ଏହାପରେ ଶୁଆର ମାଲିକଙ୍କ ଅଡ଼ୁଆ ବଢିଥିଲା ।

ଶୁଆଟି ତାମିଲନାଡ଼ୁର କଡ୍ଡାଲୋର ଲୋକସଭା ଆସନରୁ ପିଏମକେ ପ୍ରାର୍ଥୀ ଥଙ୍କର ବଚ୍ଚନଙ୍କ ବିଜୟ ନେଇ ଭବିଷ୍ୟବାଣୀ କରିଥିଲା । ଏହାପରେ ଶୁଆ ମାଲିକ ସେଲଭାରାଜଙ୍କୁ ପକ୍ଷୀକୁ କଏଦ କରି ରଖିବା ଅଭିଯୋଗରେ ମଙ୍ଗଳବାର ଗିରଫ କରାଯାଇଛି ।

ଖବର ଅନୁସାରେ କୁଡ୍ଡାଲୋର ଲୋକସଭା ନିର୍ବାଚନ କ୍ଷେତ୍ରରୁ ପିଏମକେ ପ୍ରାର୍ଥୀ ଥଙ୍କର ବଚ୍ଚନ ନିର୍ବାଚନ ଲଢୁଛନ୍ତି । ବଚ୍ଚନ ଦୁଇ ଦିନ ପୂର୍ବେ ତେନ୍ନାମବକ୍କମ କ୍ଷେତ୍ରରେ ମନ୍ଦିର ଦର୍ଶନ କରିଥିଲେ ଏବଂ ଏହାପରେ ମନ୍ଦିର ବାହାରେ ରାସ୍ତା କଡ଼ରେ ଜ୍ୟୋତିଷ ଶୁଆଠାରୁ ଭବିଷ୍ୟତ ପଚାରିଥିଲେ । ତାମିଲନାଡ଼ୁର କୁଡ୍ଡାଲୋର ଲୋକସଭା ଆସନ ପାଇଁ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ ।