ଆଜି ପବିତ୍ର ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ, ଚଳଚଞ୍ଚଳ ଖୋର୍ଦ୍ଧା ଅଟ୍ରି
ପୁରୀ/ ଖୋର୍ଦ୍ଧା ୧୫।୦୧ : ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ମକର ଚୂଳ । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ, ସେଥିପାଇଁ ଆଜି ଜିନର ଗୁରୁତ୍ବ ରହିଛି । ଘରେ ଘରେ ମକର ଚାଉଳ ପୂଜା ହେବା ପରମ୍ପରା ରହିଛି । ଏହାସହ ସାରା ରାଜ୍ୟରେ ମକର ଉତ୍ସବ ଆରମ୍ଭ ହୋଇଛି। ସେହିପରି ମକର ମେଳାକୁ ନେଇ ଖୋର୍ଦ୍ଧା ନିକଟସ୍ଥ ଅଟ୍ରୀର ଉଷ୍ମପ୍ରସ୍ରବଣ କ୍ଷେତ୍ର ଚଳଚଞ୍ଚଳ। ବିଶ୍ବାସ ରହିଛି ମକର ସଂକ୍ରାନ୍ତି ଦିନ ବାବା ହଟ୍ଟକେଶ୍ଵରଙ୍କୁ ପୂଜାଅର୍ଚ୍ଚନା କରି ଅଟ୍ରୀର ଉଷ୍ମପ୍ରସ୍ରବଣ ପରିସରରେ ଥିବା ମାନସିକ କୁଣ୍ଡ ରୁ ଗୁଆ ଖୋଜି ପାଇଲେ ଅପୁତ୍ରିକ ନାରୀମାନେ ସନ୍ତାନଲାଭ କରନ୍ତି। ଅଟ୍ରୀର ଉଷ୍ମପ୍ରସ୍ରବଣ ରେ ମକର ମହୋତ୍ସବ ଆସନ୍ତା ୫ ଦିନ ଧରି ଅନୁଷ୍ଠିତ ହେବ । https://www.prameyanews7.com/parikrama-prakalpa-preparation-in-last-stage/ The post ଆଜି ପବିତ୍ର ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ, ଚଳଚଞ୍ଚଳ ଖୋର୍ଦ୍ଧା ଅଟ୍ରି appeared first on Prameya News7.
ପୁରୀ/ ଖୋର୍ଦ୍ଧା ୧୫।୦୧ : ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଲାଗି ହେବ ମକର ଚୂଳ । ଆଜିଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ, ସେଥିପାଇଁ ଆଜି ଜିନର ଗୁରୁତ୍ବ ରହିଛି । ଘରେ ଘରେ ମକର ଚାଉଳ ପୂଜା ହେବା ପରମ୍ପରା ରହିଛି । ଏହାସହ ସାରା ରାଜ୍ୟରେ ମକର ଉତ୍ସବ ଆରମ୍ଭ ହୋଇଛି।

ସେହିପରି ମକର ମେଳାକୁ ନେଇ ଖୋର୍ଦ୍ଧା ନିକଟସ୍ଥ ଅଟ୍ରୀର ଉଷ୍ମପ୍ରସ୍ରବଣ କ୍ଷେତ୍ର ଚଳଚଞ୍ଚଳ। ବିଶ୍ବାସ ରହିଛି ମକର ସଂକ୍ରାନ୍ତି ଦିନ ବାବା ହଟ୍ଟକେଶ୍ଵରଙ୍କୁ ପୂଜାଅର୍ଚ୍ଚନା କରି ଅଟ୍ରୀର ଉଷ୍ମପ୍ରସ୍ରବଣ ପରିସରରେ ଥିବା ମାନସିକ କୁଣ୍ଡ ରୁ ଗୁଆ ଖୋଜି ପାଇଲେ ଅପୁତ୍ରିକ ନାରୀମାନେ ସନ୍ତାନଲାଭ କରନ୍ତି। ଅଟ୍ରୀର ଉଷ୍ମପ୍ରସ୍ରବଣ ରେ ମକର ମହୋତ୍ସବ ଆସନ୍ତା ୫ ଦିନ ଧରି ଅନୁଷ୍ଠିତ ହେବ ।
The post ଆଜି ପବିତ୍ର ମକର ସଂକ୍ରାନ୍ତି : ଶ୍ରୀମନ୍ଦିରରେ ଲାଗି ହେବ ମକର ଚୂଳ, ଚଳଚଞ୍ଚଳ ଖୋର୍ଦ୍ଧା ଅଟ୍ରି appeared first on Prameya News7.