ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହା ଏକ ଅଣ୍ଡିରା ହାତୀଛୁଆର ମୃତଦେହ। ତା’ର ବୟସ ୨ବର୍ଷ ହେବା ନେଇ ଅନୁମାନ କରାଯାଇଛି। ତେବେ ହାତୀ ଛୁଆ ମୃତ୍ୟୁର ସଠିକ କାରଣ ଜଣପଡ଼ିନାହିଁ । ବନବିଭାଗର କର୍ମଚାରୀମାନେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ହାତୀ ଛୁଆର କିଛି ଦୂରରେ ହାତୀ ପଲ ରହିଥିବା ଜଣାପଡ଼ିଛି। ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ସାନ ଭାଇଙ୍କ ମୃତ୍ୟୁ, ବଡ଼ ଭାଇ ଗୁରୁତର The post ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି appeared first on Prameya News7.

ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି

ଢେଙ୍କାନାଳ: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି। ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହା ଏକ ଅଣ୍ଡିରା ହାତୀଛୁଆର ମୃତଦେହ। ତା’ର ବୟସ ୨ବର୍ଷ ହେବା ନେଇ ଅନୁମାନ କରାଯାଇଛି।

ତେବେ ହାତୀ ଛୁଆ ମୃତ୍ୟୁର ସଠିକ କାରଣ ଜଣପଡ଼ିନାହିଁ । ବନବିଭାଗର କର୍ମଚାରୀମାନେ ପହଁଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ମୃତ ହାତୀ ଛୁଆର କିଛି ଦୂରରେ ହାତୀ ପଲ ରହିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ସାନ ଭାଇଙ୍କ ମୃତ୍ୟୁ, ବଡ଼ ଭାଇ ଗୁରୁତର

The post ହାତୀ ଛୁଆର ମୃତଦେହ ଠାବ, ବନବିଭାଗର ତଦନ୍ତ ଜାରି appeared first on Prameya News7.