ଆକସ୍ମିକ ମୃତ୍ୟୁ ପାଇଁ କୋଭିଡ୍ ଟିକା ଦାୟୀ ନୁହେଁ; ସଂସଦରେ ଆଇସିଏମଆର୍ ରିପୋର୍ଟ
ନୂଆଦିଲ୍ଲୀ: ଅଚାନକ ମୃତ୍ୟୁ କୋଭିଡ୍ ଟିକା ଜନିତ ନୁହେଁ । ଏହା ପଛରେ କରୋନା ଟିକା ଦାୟୀ ନୁହେଁ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସଂସଦରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟରେ ଉତ୍ତର ରଖି କହିଛନ୍ତି, ଇଣ୍ଡିଆନ କାଉଁନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ରିସର୍ଚ୍ଚରେ ସ୍ପଷ୍ଟ ହୋଇଛି ଯେ, ଭାରତରେ ଯୁବକ ଏବଂ ବୟସ୍କଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଭ୍ୟାକ୍ସିନର କୌଣସି ଭୂମିକା ନାହିଁ । କୋଭିଡ୍ ଟିକା ନେଇଥିବା ଲୋକଙ୍କ ଠାରେ ଆକସ୍ମିକ ମୃତ୍ୟୁ ବିପଦ କମ୍ ରହୁଛି । ଆଇସିଏମ୍ଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଦେଶରେ ୧୮ରୁ ୪୫ ବୟସ୍କ ଉପରେ ରିସର୍ଚ୍ଚ କରିଥିଲା । ଯେଉଁମାନେ ସୁସ୍ଥ ଥିଲେ ଏବଂ ସେମାନଙ୍କ ଦେହରେ କୌଣସି ପ୍ରକାର ରୋଗ ନଥିଲା । ହେଲେ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅସ୍ପଷ୍ଟ କାରଣରୁ ଅଚାନକ ମୃତ୍ୟୁ ହୋଇଥିଲା । ଏହି ରିସର୍ଚ୍ଚ ୧୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ସାମିଲ୍ କରାଯାଇଥିଲା । ଆକସ୍ମିକ ମୃତ୍ୟୁ ହୋଇଥିବା ୭୨୯ ମାମଲାର ସାମ୍ପୂଲ ନିଆଯାଇ ରିସର୍ଚ୍ଚ କରାଯାଇଥିଲା । ୨୯୬୧ଟି ବ୍ଲଡ୍ ସାମ୍ପୂଲ ଏଭଳି ଥିଲା ଯେଉଁମାନଙ୍କୁ ହାର୍ଟଆଟାକ୍ ଆସିବା ପରେ ବି ସେମାନେ ବଞ୍ଚିଯାଇଛନ୍ତି । କୌଣସି ବ୍ୟକ୍ତି କୋଭିଡ୍ ଭ୍ୟାକ୍ସିନର ଗୋଟିଏ କିମ୍ବା ଦୁଇଟି ଡୋଜ୍ ନେଇଛନ୍ତି ସେମାନଙ୍କୁ ଆକସ୍ମିକ ମୃତ୍ୟୁ ବ
ନୂଆଦିଲ୍ଲୀ: ଅଚାନକ ମୃତ୍ୟୁ କୋଭିଡ୍ ଟିକା ଜନିତ ନୁହେଁ । ଏହା ପଛରେ କରୋନା ଟିକା ଦାୟୀ ନୁହେଁ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସଂସଦରେ ଏଭଳି ସ୍ପଷ୍ଟୀକରଣ ରଖିଛନ୍ତି । ରାଜ୍ୟରେ ଉତ୍ତର ରଖି କହିଛନ୍ତି, ଇଣ୍ଡିଆନ କାଉଁନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ରିସର୍ଚ୍ଚରେ ସ୍ପଷ୍ଟ ହୋଇଛି ଯେ, ଭାରତରେ ଯୁବକ ଏବଂ ବୟସ୍କଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଭ୍ୟାକ୍ସିନର କୌଣସି ଭୂମିକା ନାହିଁ । କୋଭିଡ୍ ଟିକା ନେଇଥିବା ଲୋକଙ୍କ ଠାରେ ଆକସ୍ମିକ ମୃତ୍ୟୁ ବିପଦ କମ୍ ରହୁଛି । ଆଇସିଏମ୍ଆରର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଦେଶରେ ୧୮ରୁ ୪୫ ବୟସ୍କ ଉପରେ ରିସର୍ଚ୍ଚ କରିଥିଲା । ଯେଉଁମାନେ ସୁସ୍ଥ ଥିଲେ ଏବଂ ସେମାନଙ୍କ ଦେହରେ କୌଣସି ପ୍ରକାର ରୋଗ ନଥିଲା । ହେଲେ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଅସ୍ପଷ୍ଟ କାରଣରୁ ଅଚାନକ ମୃତ୍ୟୁ ହୋଇଥିଲା । ଏହି ରିସର୍ଚ୍ଚ ୧୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲକୁ ସାମିଲ୍ କରାଯାଇଥିଲା । ଆକସ୍ମିକ ମୃତ୍ୟୁ ହୋଇଥିବା ୭୨୯ ମାମଲାର ସାମ୍ପୂଲ ନିଆଯାଇ ରିସର୍ଚ୍ଚ କରାଯାଇଥିଲା । ୨୯୬୧ଟି ବ୍ଲଡ୍ ସାମ୍ପୂଲ ଏଭଳି ଥିଲା ଯେଉଁମାନଙ୍କୁ ହାର୍ଟଆଟାକ୍ ଆସିବା ପରେ ବି ସେମାନେ ବଞ୍ଚିଯାଇଛନ୍ତି । କୌଣସି ବ୍ୟକ୍ତି କୋଭିଡ୍ ଭ୍ୟାକ୍ସିନର ଗୋଟିଏ କିମ୍ବା ଦୁଇଟି ଡୋଜ୍ ନେଇଛନ୍ତି ସେମାନଙ୍କୁ ଆକସ୍ମିକ ମୃତ୍ୟୁ ବିପଦ ଖୁବ୍ କମ୍ ବୋଲି ଆଇସିଏମଆର ରିପୋର୍ଟ ଜଣାପଡ଼ିଛି ।
ଅଚାନକ ମୃତ୍ୟୁ ହୋଇଥିବା ଲୋକଙ୍କ ଠାରେ ମୃତ୍ୟୁର ବିଭିନ୍ନ କାରଣ ରିପୋର୍ଟରୁ ସାମ୍ନାକୁ ଆସିଛି । କୋଭିଡ୍-୧୯ ହସ୍ପିଟାଲରେ ଭର୍ତ୍ତି ହୋଇ ରହିବା, ପୂର୍ବରୁ ପରିବାରରେ କୌଣସି ବ୍ୟକ୍ତଙ୍କ ଅଚାନକ ମୃତ୍ୟୁ, ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଅତ୍ୟଧିକ ମଦ ପିଇବା, ନିଶା ଯୁକ୍ତ ମେଡିସିନ୍ ବ୍ୟବହାର କରିବା ଏବଂ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଅତ୍ୟଧିକ ବ୍ୟୟାମ କରିବା ଆଦି କାରଣ ସାମିଲ୍ ରହିଛି । ରାଜ୍ୟସବାରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସ୍ପଷ୍ଟ କରିଛନ୍ତି, ଯୁବକ ଏବଂ ବୟସ୍କଙ୍କ ଅଚାନକ ମୃତ୍ୟୁ ସହିତ କୋଭିଡ୍ ଭ୍ୟାକ୍ସିନର କୌଣସି ପ୍ରକାର ସମ୍ବନ୍ଧ ନାହିଁ ।...