ମାଟି ଅତଡ଼ା ଧସି ୩ ମହିଳା ମୃତ
କୋରାପୁଟ : ମାଟି ଅତଡା ଧସି ୩ ମହିଳା ମୃତ I କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ,ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ। ସୂଚନା ଅନୁସାରେ ଶନିବାର ସକାଳେ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳାମନ୍ଦିର ନିକଟରେ ଏକ ଟ୍ରାକ୍ଟରରେ ୨ ଜଣ ପୁରୁଷଙ୍କ ସହିତ ୩ ଜଣ ମହିଳା ଆସି ମୋରମ ଖୋଦେଇ କରୁଥିଲେ I […]

କୋରାପୁଟ : ମାଟି ଅତଡା ଧସି ୩ ମହିଳା ମୃତ I କୋରାପୁଟ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ,ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ।
ସୂଚନା ଅନୁସାରେ ଶନିବାର ସକାଳେ କୋଲାବ ଫାଣ୍ଡି ଅନ୍ତର୍ଗତ ମଙ୍ଗଳାମନ୍ଦିର ନିକଟରେ ଏକ ଟ୍ରାକ୍ଟରରେ ୨ ଜଣ ପୁରୁଷଙ୍କ ସହିତ ୩ ଜଣ ମହିଳା ଆସି ମୋରମ ଖୋଦେଇ କରୁଥିଲେ I ଏହି ସମୟରେ ପାହାଡ଼ ଉପରୁ ଏକ ବିରାଟ ମାଟି ଅତଡା ଖସିପଡିବାରୁ ୩ ଜଣ ଯୁବତୀ ପୋତି ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟଲୋକେ ପହଞ୍ଚି ପ୍ରଥମେ ଚମ୍ପା ବଡ଼ ନାଏକଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସେଠାରେ ଡାକ୍ତର ଚମ୍ପା ପଟ୍ଟନାୟକଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସନମିତ ଜାନି ନାମକ ଯୁବତୀଙ୍କ ମୃତଦେହ ମାଟି ଅତଡା ତଳୁ ବାହାର କରାଯାଇଛି । ଅନ୍ୟ ଜଣେ ଯୁବତୀ ମାଟି ଅତଡା ତଳେ ଫସି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଜେସିବି ଲଗାଇ ମାଟି ହଟାଇ ଉଦ୍ଧାର ଉଦ୍ୟମ ଚାଲିଛି । କୋରାପୁଟ ଟାଉନ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି I