ସନ୍ଧ୍ୟାରୁ ବାରିପଦାରେ ସ୍ୱାଭାବିକ ହେବ ବସ ଚଳାଚଳ

ବାରିପଦା : ତୁଟିଲା ବିବାଦ I ଶନିବାର ସନ୍ଧ୍ୟାରୁ ବାରିପଦା ବସଷ୍ଟାଣ୍ଡରୁ ଗଡିବ ବସ I ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ। ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇ ବିବାଦର ସମାଧାନ ହୋଇଛି I ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]

ସନ୍ଧ୍ୟାରୁ ବାରିପଦାରେ ସ୍ୱାଭାବିକ ହେବ ବସ ଚଳାଚଳ
ସନ୍ଧ୍ୟାରୁ ବାରିପଦାରେ ସ୍ୱାଭାବିକ ହେବ ବସ ଚଳାଚଳ

ବାରିପଦା : ତୁଟିଲା ବିବାଦ I ଶନିବାର ସନ୍ଧ୍ୟାରୁ ବାରିପଦା ବସଷ୍ଟାଣ୍ଡରୁ ଗଡିବ ବସ I ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ। ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇ ବିବାଦର ସମାଧାନ ହୋଇଛି I

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ମହାତ୍ମା ଗାନ୍ଧୀ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵରାଜ ବେହେରା ସମେତ ବାରିପଦା ବସ ମାଲିକ ସଂଘର ସଭାପତି ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ବସ ମାଲିକ ମାନେ ଆଲୋଚନା କରିଥିଲେ।

ସୂଚନାନୁସାରେ, ଗତକାଲି ରାତିରେ ବାରିପଦା ବସ ଷ୍ଟାଣ୍ଡରେ ଘରୋଇ ବସ ମାଲିକଙ୍କ ସହିତ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଏହା ଉଗ୍ର ରୂପ ନେଇ ଗଣ୍ଡଗୋଳ ଘଟି ଉଭୟଙ୍କ ମଧ୍ୟରେ ହଣାକଟା ହୋଇଥିଲା । ଏଥିରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଥିଲେ । ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ୪୫ ମିନିଟ ବିଳମ୍ୱରେ ପୋଲିସ ପହଞ୍ଚିବାରୁ ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଏଥିପାଇଁ ଯାତ୍ରୀ ମାନେ ହନ୍ତସନ୍ତ ହେଉଥିବା ବେଳେ ବସ ଚଳାଚଳ ପୂର୍ବ ପରି ସ୍ୱାଭାବିକ କରିବା ପାଇଁ ଆଲୋଚନା କରିଥିଲେ। ବସ ମାଲିକ ସମେତ ବସଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଉକ୍ତ ଘଟଣାରେ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବସ ମାଲିକ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଦାବି ନେଇ ବହୁ ସମୟ ଧରି ଆଲୋଚନା କରିବା ପରେ ନିଷ୍କର୍ଷ ବାହାରିଥିଲା। ଶନିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାବ୍ୟାପୀ ବସ ଚଳାଚଳ ସ୍ବାଭାବିକ କରିବା ନେଇ ବାରିପଦା ବସ ମାଲିକ ସଂଘ ପକ୍ଷରୁ ସଭାପତି ଅଜୟ କୁମାର ବେହେରା ଜିଲ୍ଲା ପ୍ରଶାସନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ଦୁଇ ଗୋଟି ପୃଥକ ମାମଲା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ କହିଛନ୍ତି। ଉଭୟ ପକ୍ଷରୁ ସମୁଦାୟ ୧୦ଜଣଙ୍କୁ ଗିରଫ କରାଯାଇଛି।