ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଖୋଜ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି। ଇଡି ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ୍ କରିଥିଲେ ସୁଦ୍ଧା ସୋରେନ ଇଡିରେ ହାଜର ହେଉନାହାନ୍ତି। ଜାନୁଆରୀ ୩୧ ତାରିଖରେ ଇଡି ସୋରେନଙ୍କୁ ସମନ୍ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ସୋରେନଙ୍କର କିଛି ପତ୍ତା ମିଳୁନି। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୯ ଥର ଇଡି ସମନକୁ ଏଡ଼ାଇ ଯାଇଛନ୍ତି। ଆଜି ହେମନ୍ତ ସୋରେନ୍ଙ୍କ ସରକାରୀ ବାସଭବନରେ ମଧ୍ୟ ଇଡି […]

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଖୋଜ

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଖୋଜ ହୋଇଯାଇଛନ୍ତି। ଇଡି ହେମନ୍ତ ସୋରେନଙ୍କୁ ବାରମ୍ବାର ସମନ୍ କରିଥିଲେ ସୁଦ୍ଧା ସୋରେନ ଇଡିରେ ହାଜର ହେଉନାହାନ୍ତି। ଜାନୁଆରୀ ୩୧ ତାରିଖରେ ଇଡି ସୋରେନଙ୍କୁ ସମନ୍ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ସୋରେନଙ୍କର କିଛି ପତ୍ତା ମିଳୁନି। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୯ ଥର ଇଡି ସମନକୁ ଏଡ଼ାଇ ଯାଇଛନ୍ତି। ଆଜି ହେମନ୍ତ ସୋରେନ୍ଙ୍କ ସରକାରୀ ବାସଭବନରେ ମଧ୍ୟ ଇଡି ଟିମ୍ ସୋରେନ୍ଙ୍କୁ ନପାଇ ନିରାଶ ହୋଇ ଫେରିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଇଡି ପକ୍ଷରୁ କୁହାଯାଇଛି ଯେ ସୋରେନ୍ ନିଖୋଜ ଅଛନ୍ତି । ଏହାପରେ ରାଞ୍ଚିରେ ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାନୁଆରି ୩୧ରେ ଯଦି ସୋରେନ ଇଡିରେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଇଡି ପକ୍ଷରୁ କୁହାଯାଇଛି। ଜାନୁଆରୀ ୨୭ ତାରିଖରେ ୧୦ମ ଥର ପାଇଁ ସୋରେନ୍ଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଆଜି ସକାଳ ୯ଟାରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଦକ୍ଷିଣ ଦିଲ୍ଲୀର ବାସଭବନରେ ପହଞ୍ଚିଥିଲା, କିନ୍ତୁ ସେଠାରେ ତାଙ୍କୁ ଭେଟି ପାରିନଥିଲା। ଏହାପରେ ଅନ୍ୟ ଏକ ଟିମ୍ ରାଞ୍ଚିର ସରକାରୀ ବାସଭବନରେ ପହଞ୍ଚିଥିଲେ। ତଥାପି ତାଙ୍କର ପତ୍ତା ମିଳିନଥିଲା।