କାଳ ବୈଶାଖୀ ପ୍ରଭାବରେ ଭାଙ୍ଗିଲା ଘର ଓ ଗଛ

ଫୁଲବାଣୀ:ଆଜି କାଳ ବୈଶାଖୀ ପ୍ରଭାବରେ ଲାଇନିପଡା ଦେବଦର ନାୟକଙ୍କ ଘର ଭାଙ୍ଗିଛି। ଆରଆଇ ଅଫିସ ସମ୍ମୁଖରେ ଥିବା ବହୁ ପୁରାତନ ଗଛ ଭାଙ୍ଗି ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା। ବପଲମେଣ୍ଡି(ଲା) ଗ୍ରାମ ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଗାଁ ଘହଳିରେ ଚାଳ ଛପର ଘରଗୁଡିକ ଉଡ଼ି ଯାଇଥିବା ଦେଖିବାକୁ ମିଳିଛି। ଯଥା ଶୀଘ୍ର ପ୍ରଶାସନ ପକ୍ଷରୁ ତଦନ୍ତ କରି ହିତାଧିକାରୀମାନଙ୍କୁ କ୍ଷତିପୂରଣ ଦେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।