ସ୍କୁଲ ଗେଟରେ ତାଲା, ସ୍କୁଲ ଭିତରେ ପିଲା; ୨୨୦ ଛାତ୍ର ଛାତ୍ରୀରେ ୩ ଶିକ୍ଷକ; କେମିତି ପଢିବୁ ପାଠ ?
ନୂଆପଡା: ସ୍କୁଲ ଗେଟରେ ତାଲା ସ୍କୁଲ ଭିତରେ ପିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନଥିବାରୁ ଆଜି ବିଦ୍ୟାଳୟର ମେନ ଗେଟରେ ତାଲା ପକାଇ ଧହାରଣା ରେ ବସିଛନ୍ତି ଶତାଧିକ ଅଭିଭାବକ । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଲିଖିତ ପତ୍ର ପାଇଲେ ଧାରଣା ହଟିବାକୁ ଜିଦ୍। ନୂଆପଡା ଜିଲ୍ଲା ଧରମବନ୍ଧା ଥାନା କୁକୁରିମୁଣ୍ଡି ଗାଁ । ଅଦିବାସୀ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଆଦିବାସି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ଉର୍ନ୍ନତି ଚିନ୍ତା ରେ ଆରମ୍ଭ କରାଗଲା ଏକ ଆଦିବାସୀ ସେବାଶ୍ରମ । ପ୍ରଥମେ ପ୍ରଥମେ ଚାଲିଥିଲା ଠିକ ଠାକ ହେଲେ ବର୍ତ୍ତମାନ ରହିବା ସୁବିଧା ସହ ପାଠ ପଢା ପାଇଁ ଭିତ୍ତିଭୁମି ର ଅଭାବ ନଥିବା ବେଳେ ପଢେଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ନାହାନ୍ତି ଶିକ୍ଷକ । ୨୨୦ ଛାତ୍ର ଛାତ୍ରୀଙ୍କ ପାଠପଢା ପାଇଁ ଛଅ ଜଣ ଶିକ୍ଷକ ବଦଳରେ ପ୍ରଧାନ ଶିକ୍ଷକ ଙ୍କୁ ମିଶାଇ ଅଛନ୍ତି ମାତ୍ର ତିନିଜଣ ଶିକ୍ଷକ । ଯାହାପାଇଁ ପାଠ ପଢା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଭିତରେ ପାଠପଢା ଚାଲିଥିବା ବେଳେ ବାହାରେ ଅଭିଭାବକ ମାନେ ଧାରଣା ଦେଇ କରୁଛନ୍ତି ନାରାବାଜି । ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ସହ ବିଭାଗୀୟ ଅଧିକାରୀ କରୁଛନ୍ତି ବୁଝାସୁଝା । Also read- ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗି
ନୂଆପଡା: ସ୍କୁଲ ଗେଟରେ ତାଲା ସ୍କୁଲ ଭିତରେ ପିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନଥିବାରୁ ଆଜି ବିଦ୍ୟାଳୟର ମେନ ଗେଟରେ ତାଲା ପକାଇ ଧହାରଣା ରେ ବସିଛନ୍ତି ଶତାଧିକ ଅଭିଭାବକ । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଲିଖିତ ପତ୍ର ପାଇଲେ ଧାରଣା ହଟିବାକୁ ଜିଦ୍।
ନୂଆପଡା ଜିଲ୍ଲା ଧରମବନ୍ଧା ଥାନା କୁକୁରିମୁଣ୍ଡି ଗାଁ । ଅଦିବାସୀ ତଥା ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଆଦିବାସି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ର ଉର୍ନ୍ନତି ଚିନ୍ତା ରେ ଆରମ୍ଭ କରାଗଲା ଏକ ଆଦିବାସୀ ସେବାଶ୍ରମ । ପ୍ରଥମେ ପ୍ରଥମେ ଚାଲିଥିଲା ଠିକ ଠାକ ହେଲେ ବର୍ତ୍ତମାନ ରହିବା ସୁବିଧା ସହ ପାଠ ପଢା ପାଇଁ ଭିତ୍ତିଭୁମି ର ଅଭାବ ନଥିବା ବେଳେ ପଢେଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ନାହାନ୍ତି ଶିକ୍ଷକ । ୨୨୦ ଛାତ୍ର ଛାତ୍ରୀଙ୍କ ପାଠପଢା ପାଇଁ ଛଅ ଜଣ ଶିକ୍ଷକ ବଦଳରେ ପ୍ରଧାନ ଶିକ୍ଷକ ଙ୍କୁ ମିଶାଇ ଅଛନ୍ତି ମାତ୍ର ତିନିଜଣ ଶିକ୍ଷକ । ଯାହାପାଇଁ ପାଠ ପଢା ବ୍ୟବସ୍ଥା ସଂପୂର୍ଣ୍ଣ ଠପ ହୋଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଭିତରେ ପାଠପଢା ଚାଲିଥିବା ବେଳେ ବାହାରେ ଅଭିଭାବକ ମାନେ ଧାରଣା ଦେଇ କରୁଛନ୍ତି ନାରାବାଜି । ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ସହ ବିଭାଗୀୟ ଅଧିକାରୀ କରୁଛନ୍ତି ବୁଝାସୁଝା ।
Also read- ସଇତାନ ବୋହୂ, ଖାଇବାକୁ ମାଗିବାରୁ ଶାଶୁକୁ ଫିଙ୍ଗିଦେଲା କେନାଲକୁ
ଦୀର୍ଘ ଦିନ ହେବ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖାଦେଇଥିବା ବେଳେ ୧୫ ଦିନ ତଳେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲା । ସମାଧାନ ନହେଲେ ମେନ ଗେଟ ରେ ତାଲା ମାରିବା ପାଇଁ ଚେତାବନି ଦେଇଥିଲା ହେଲେ ଜିଲ୍ଲା ପ୍ରଶାସନ ଚୁପ । ଯାହାପାଇଁ ଆଜି ଜିଲ୍ଲା ଆଦିବାସୀ ସଂଘ ଏବଂ ବିଦ୍ୟାଳୟ କମିଟି ଓ ଅଭିଭାବକ ଙ୍କ ପକ୍ଷରୁ ମେନ ଗେଟ ରେ ତାଲା ମାରିବା ସହ ଗେଟ ସାମନାରେ ଧାରଣା ରେ ବସି ନାରାବାଜୀ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣା ସ୍ଥଳରେ ଧରମବନ୍ଧା ପୋଲିସ ପହଞ୍ଚି ଅନୁଧ୍ୟାନ କରୁଥିବା ବେଳେ ବୁଝାସୁଝା ପାଇଁ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୌଖିକ ପ୍ରତିଶୃତି ଦେଇଛନ୍ତି । ତେବେ ଲିଖିତ ନ ପାଇବା ପର୍ଯ୍ୟନ୍ତ ଧାରଣା ରୁ ହଟିବୁ ନାହଁ ବୋଲି ଆନ୍ଦୋଳନକାରୀ ଚେତାବନି ଦେଇଛନ୍ତି ।
ଶିକ୍ଷାର ବିକାଶ ଏବଂ ଖାସ କରି ଅଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ଆଦିବାସୀ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କିଛି ବିଭାଗିୟ ଅଧିକାରୀ ଙ୍କ ଖାମ ଖୀଆଲି ମନୋଭାବ ପାଇଁ ଏଭଳି ସମସ୍ୟା ଦେଖା ଯାଉଛି । ତୁରନ୍ତ ଏହାର ସମାଧାନ କରା ନଗଲେ ରାଜ ରାସ୍ତା କୁ ଲୋକେ ଓହ୍ଲାଇବା ସ୍ବାଭାବିକ।
The post ସ୍କୁଲ ଗେଟରେ ତାଲା, ସ୍କୁଲ ଭିତରେ ପିଲା; ୨୨୦ ଛାତ୍ର ଛାତ୍ରୀରେ ୩ ଶିକ୍ଷକ; କେମିତି ପଢିବୁ ପାଠ ? appeared first on Prameya News7.