ଉଛୁଳିଲା ସେୟାର ବଜାର, ସେନସେକ୍ସ ୧୩୦୦ ଅଙ୍କ ପାର, ନିବେଶକଙ୍କୁ ଖୁସି କଲା ଏହି ୫ କାରଣ
ମୁମ୍ବାଇ : ଗ୍ଲୋବାଲ ମାର୍କେଟରୁ ମିଳୁଥିବା ଭଲ ସଂକେତ ଶୁକ୍ରବାର ଭାରତୀୟ ସେୟାର ବଜାରକୁ ବେଶ୍ ସୁହାଇଛି। ନିଫ୍ଟି ୪୦୦ ଅଙ୍କ ବଢି ୨୪,୫୪୦ ସ୍ତରରେ ବନ୍ଦ ହୋଇଥିବା ବେଳେ ସେନସେକ୍ସ ୧୩୩୦ ଅଙ୍କ ବୃଦ୍ଧି ସହିତ ୮୦,୪୩୬ ସ୍ତରରେ ବନ୍ଦ ହୋଇଛି। ଏଥିରେ ନିଫ୍ଟି ବ୍ୟାଙ୍କରେ ୭୮୮ଅଙ୍କର ବୃଦ୍ଧି ଦେଖାଯାଇଛି। ଏହା ଛଡା ନିଫ୍ଟି ମିଡକ୍ୟାପ୍ ରୁ ଆରମ୍ଭ କରି ଆଇଟି ସେକ୍ଟର ପର୍ଯ୍ୟନ୍ତ ସବୁ କ୍ଷେତ୍ରର ସେୟାର ସବୁଜ ସଂକେତରେ ବନ୍ଦ ହୋଇଛନ୍ତି। ବିଏସଇ ସେନସେକ୍ସର ଟପ୍ ୩୦ ସେୟାରରୁ କେବଳ ସନଫାର୍ମାକୁ ବାଦ ଦେଲେ ବାକି ୨୯ ସେୟାର ବୃଦ୍ଧିରେ ବନ୍ଦ ହୋଇଛି। ଟେକ୍ ମହିନ୍ଦ୍ରା ସେୟାର ସବୁଠୁ ଅଧିକ ଅଭିବୃଦ୍ଧି ହାସଲ କରିଛି, ଯାହା ଶୁକ୍ରବାର ୪ ପ୍ରତିଶତ ବଢି ୧୫୮୪ଟଙ୍କାକୁ ପହଞ୍ଚିଛି। ଏହା ପଛକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ଟିସିଏସ୍ ସେୟାରରେ ଅଭିବୃଦ୍ଧି ଦେଖାଯାଇଛି। ପୂର୍ବାହ୍ନରେ କାରବାର ଆରମ୍ଭ ହେବା ବେଳଠାରୁ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା। ପ୍ରାରମ୍ଭିକ କାରବାରରେ ସେନସେକ୍ସ ୬୦୦ ପଏଣ୍ଟ ବଢି ଖୋଲିଥିଲା। ସେହିପରି ନିଫ୍ଟି ୨୦୦ ପଏଣ୍ଟ ଉପରେ ଖୋଲିଥିଲା। କାରବାର ଆରମ୍ଭ ହେବା ପରେ ବଜାରରେ ବୃଦ୍ଧି ଦେଖାଯାଇଥିଲା ଓ ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୧୩୦୦ ପଏଣ୍ଟକୁ ଉଠିଯାଇଥିଲା। ଏହି ସମୟରେ ନିଫ୍ଟିରେ ୪୦୦ ଅଙ୍କର ବୃଦ୍ଧି ହୋଇଥିଲା। ତେବେ ସେୟାର ବଜାରରେ ଶୁକ୍ରବାର
ମୁମ୍ବାଇ : ଗ୍ଲୋବାଲ ମାର୍କେଟରୁ ମିଳୁଥିବା ଭଲ ସଂକେତ ଶୁକ୍ରବାର ଭାରତୀୟ ସେୟାର ବଜାରକୁ ବେଶ୍ ସୁହାଇଛି। ନିଫ୍ଟି ୪୦୦ ଅଙ୍କ ବଢି ୨୪,୫୪୦ ସ୍ତରରେ ବନ୍ଦ ହୋଇଥିବା ବେଳେ ସେନସେକ୍ସ ୧୩୩୦ ଅଙ୍କ ବୃଦ୍ଧି ସହିତ ୮୦,୪୩୬ ସ୍ତରରେ ବନ୍ଦ ହୋଇଛି। ଏଥିରେ ନିଫ୍ଟି ବ୍ୟାଙ୍କରେ ୭୮୮ଅଙ୍କର ବୃଦ୍ଧି ଦେଖାଯାଇଛି। ଏହା ଛଡା ନିଫ୍ଟି ମିଡକ୍ୟାପ୍ ରୁ ଆରମ୍ଭ କରି ଆଇଟି ସେକ୍ଟର ପର୍ଯ୍ୟନ୍ତ ସବୁ କ୍ଷେତ୍ରର ସେୟାର ସବୁଜ ସଂକେତରେ ବନ୍ଦ ହୋଇଛନ୍ତି।
ବିଏସଇ ସେନସେକ୍ସର ଟପ୍ ୩୦ ସେୟାରରୁ କେବଳ ସନଫାର୍ମାକୁ ବାଦ ଦେଲେ ବାକି ୨୯ ସେୟାର ବୃଦ୍ଧିରେ ବନ୍ଦ ହୋଇଛି। ଟେକ୍ ମହିନ୍ଦ୍ରା ସେୟାର ସବୁଠୁ ଅଧିକ ଅଭିବୃଦ୍ଧି ହାସଲ କରିଛି, ଯାହା ଶୁକ୍ରବାର ୪ ପ୍ରତିଶତ ବଢି ୧୫୮୪ଟଙ୍କାକୁ ପହଞ୍ଚିଛି। ଏହା ପଛକୁ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଅଲ୍ଟ୍ରାଟେକ୍ ସିମେଣ୍ଟ ଓ ଟିସିଏସ୍ ସେୟାରରେ ଅଭିବୃଦ୍ଧି ଦେଖାଯାଇଛି। ପୂର୍ବାହ୍ନରେ କାରବାର ଆରମ୍ଭ ହେବା ବେଳଠାରୁ ସେୟାର ବଜାରରେ ବୃଦ୍ଧି ଦେଖାଯାଇଥିଲା। ପ୍ରାରମ୍ଭିକ କାରବାରରେ ସେନସେକ୍ସ ୬୦୦ ପଏଣ୍ଟ ବଢି ଖୋଲିଥିଲା। ସେହିପରି ନିଫ୍ଟି ୨୦୦ ପଏଣ୍ଟ ଉପରେ ଖୋଲିଥିଲା।
କାରବାର ଆରମ୍ଭ ହେବା ପରେ ବଜାରରେ ବୃଦ୍ଧି ଦେଖାଯାଇଥିଲା ଓ ବଜାର ବନ୍ଦ ହେବା ବେଳକୁ ସେନସେକ୍ସ ୧୩୦୦ ପଏଣ୍ଟକୁ ଉଠିଯାଇଥିଲା। ଏହି ସମୟରେ ନିଫ୍ଟିରେ ୪୦୦ ଅଙ୍କର ବୃଦ୍ଧି ହୋଇଥିଲା। ତେବେ ସେୟାର ବଜାରରେ ଶୁକ୍ରବାର ଯେଉଁ ୫ଟି କାରଣ ନିବେଶକଙ୍କୁ ଖୁସି କରିଛି ତାହା ହେଉଛି ଆଇଟି ସେୟାରରେ ଜୋରଦାର କ୍ରୟ। ଏହା ଛଡା ଆମେରିକାର ଆର୍ଥିକ ତଥ୍ୟ ଆସିବା ପରେ ଗ୍ଲୋବାଲ ମାର୍କେଟରେ ଦେଖାଯାଇଥିବା ଅଭିବୃଦ୍ଧି ଭାରତୀୟ ବଜାରକୁ ସବୁଜ କରିଛି।
ଏହା ଛଡା କେତେକ କମ୍ପାନୀର ରେଜଲ୍ଟ ମଧ୍ୟ ବେଶ୍ ଆକର୍ଷକ ରହିଛି, ଯେଉଁଥିରେ ବିପିସିଏଲ, ସିଓଏଏଲ ଏବଂ ଓଏନଜିସିର ଫଳାଫଳ ରହିଛି। ବଜାର ପରିସ୍ଥିତିରେ ଏପରି ସୁଧାର ପଛରେ ଘରୋଇ ନିବେଶକଙ୍କ କିଣାକିଣି କାରବାରକୁ ଉତ୍ସାହିତ କରିଛି, ବିଶେଷ କରି ଆଇଟି ସେକ୍ଟରରେ ସବୁଠୁ ଅଧିକ କିଣାକିଣି ହୋଇଛି। ଗ୍ଲୋବାଲ ମାର୍କେଟର ମଜଭୁତ ସଂକେତ ଯୋଗୁ ଶୁକ୍ରବାର ଷ୍ଟକମାର୍କେଟରେ ନିବେଶକଙ୍କ ସେଣ୍ଟିମେଣ୍ଟ ବେଶ୍ ଉଚ୍ଚଥିଲା। ଗୁରୁବାର ଡାଉନଜୋନ୍ସ ୫୦୦ ପଏଣ୍ଟ ଉଛୁଳିଥିଲା।
ସବୁଠୁ ଅଧିକ ଅଭିବୃଦ୍ଧି ନିକଟରେ ଲିଷ୍ଟେଡ ହୋଇଥିବା କମ୍ପାନୀ ଓଲା ଇଲେକ୍ଟ୍ରିକ ସେୟାରରେ ଦେଖାଯାଇଛି। ଶୁକ୍ରବାର ଏହି ସେୟାରରେ ୨୦ ପ୍ରତିଶତର ଅପର ସର୍କିଟ ଲାଗିଯାଇଛି। ଲଙ୍ଗଟର୍ମରେ ଡିଏଲଏଫରେ ୫ ପ୍ରତିଶତ, ୱିପ୍ରୋ ସେୟାରରେ ୪.୨୬ ପ୍ରତିଶତ, ପାୱାର ଫାଇନାନ୍ସ କର୍ପ ୪ ପ୍ରତିଶତ, ପଲିସି ବଜାର ସେୟାର ୮ ପ୍ରତିଶତ, ପିରାମିଲ ଏଣ୍ଟରପ୍ରାଇଜେସ ୭.୩୬ ପ୍ରତିଶତ, ସିଡିଏସଏଲ ସେୟାର ୯ ପ୍ରତିଶତ, ଜେନ୍ସର ଟେକ୍ନୋଲଜି ୭.୭୩ ପ୍ରତିଶତ ଓ ନିପ୍ପନ ଲାଇଫ ଇଣ୍ଡିଆ ଏଏମସି ସେୟାର ୭.୪୯ ପ୍ରତିଶତ ପର୍ଯ୍ୟନ୍ତ ବଢିଥିଲା।