ସମସ୍ୟାରେ ଅଭିନେତା ରାଜପାଲ ଯାଦବ, ଜୁନ ୨୯ ସୁଦ୍ଧା ୧୪ କୋଟି ଟଙ୍କା ନ ଦେଲେ ଯାଇ ପାରନ୍ତି ଜେଲ

ନୂଆଦିଲ୍ଲୀ ୨୭।୬:   ବଲିଉଡ ଅଭିନେତା ରାଜପାଲ ଯାଦବ ପୁଣି ଥରେ ସମସ୍ୟାରେ ଫଶିଛନ୍ତି। ଦିଲ୍ଲୀ କଡ଼କଡ଼ଡୁମା କୋର୍ଟ ମେ ୨୯ ତାରିଖ ଦିନ ରାଜପାଲ ଯାଦବକୁ ଜୁନ ୨୯ ସୁଦ୍ଧା ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜପାଲ କୋର୍ଟଙ୍କ ଆଦେଶ ପାଳନ ନ କରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ। ତେବେ ମାମଲାରେ ରାଜପାଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ମାଧୋଗୋପାଲ ଅଗ୍ରୱାଲ କହିଛନ୍ତି ଯେ ରାଜପାଲ ୨୦୧୦ ମସିହାରେ ଫିଲ୍ମ ‘ଆତା ପତା ଲାପତା’ ନିର୍ମାଣ ନିମନ୍ତେ ତାଙ୍କଠାରୁ ସୁଧକୁ ୫ କୋଟି ଟଙ୍କା ନେଇଥିଲେ। ଏବେ ଏହି ଉଧାର ରାଶି ସୁଧ ସମେତ ୧୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ତେବେ ଅନେକ ବାର କହିବା ପରେ ରାଜପାଲ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ, ଯାହା ପରେ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହା ପରେ ମୂରଲୀ ପ୍ରୋଜେକ୍ଟସ୍ ରାଜପାଲଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। ଏହି ମାମଲାରେ ପୂର୍ବରୁ ମଧ୍ୟ ରାଜପାଲ ଯାଦବଙ୍କୁ ଜେଲ ଯିବାକୁ ପଡିଥିଲା। ଏବେ ଦିଲ୍ଲୀର କଡକଡ଼ଡୁମା କୋର୍ଟ ମେ ୨୯ ତାରିଖ ଶୁଣାଣିରେ ରାଜପାଲଙ୍କୁ ୩୦ ଦିନ ମଧ୍ୟରେ ୧୪ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଋଣ ପରିଷୋଧ ନ କରିପାରନ୍ତି ତେବେ ତାଙ୍କୁ ୩ ମାସ ଜେଲ ଯିବାକୁ ହେବ। ମାଧୋଗୋପାଲଙ୍କ ଅନୁସାରେ କ

ସମସ୍ୟାରେ ଅଭିନେତା ରାଜପାଲ ଯାଦବ, ଜୁନ ୨୯ ସୁଦ୍ଧା ୧୪ କୋଟି ଟଙ୍କା ନ ଦେଲେ ଯାଇ ପାରନ୍ତି ଜେଲ

ନୂଆଦିଲ୍ଲୀ ୨୭।୬:   ବଲିଉଡ ଅଭିନେତା ରାଜପାଲ ଯାଦବ ପୁଣି ଥରେ ସମସ୍ୟାରେ ଫଶିଛନ୍ତି। ଦିଲ୍ଲୀ କଡ଼କଡ଼ଡୁମା କୋର୍ଟ ମେ ୨୯ ତାରିଖ ଦିନ ରାଜପାଲ ଯାଦବକୁ ଜୁନ ୨୯ ସୁଦ୍ଧା ୧୪ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜପାଲ କୋର୍ଟଙ୍କ ଆଦେଶ ପାଳନ ନ କରନ୍ତି ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ। ତେବେ ମାମଲାରେ ରାଜପାଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। 

ଉଲ୍ଲେଖଯୋଗ୍ୟ ଯେ ମୂରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ତଥା ଉଦ୍ୟୋଗପତି ମାଧୋଗୋପାଲ ଅଗ୍ରୱାଲ କହିଛନ୍ତି ଯେ ରାଜପାଲ ୨୦୧୦ ମସିହାରେ ଫିଲ୍ମ ‘ଆତା ପତା ଲାପତା’ ନିର୍ମାଣ ନିମନ୍ତେ ତାଙ୍କଠାରୁ ସୁଧକୁ ୫ କୋଟି ଟଙ୍କା ନେଇଥିଲେ। ଏବେ ଏହି ଉଧାର ରାଶି ସୁଧ ସମେତ ୧୦ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ତେବେ ଅନେକ ବାର କହିବା ପରେ ରାଜପାଲ ୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ, ଯାହା ପରେ ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହା ପରେ ମୂରଲୀ ପ୍ରୋଜେକ୍ଟସ୍ ରାଜପାଲଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲା। 

ଏହି ମାମଲାରେ ପୂର୍ବରୁ ମଧ୍ୟ ରାଜପାଲ ଯାଦବଙ୍କୁ ଜେଲ ଯିବାକୁ ପଡିଥିଲା। ଏବେ ଦିଲ୍ଲୀର କଡକଡ଼ଡୁମା କୋର୍ଟ ମେ ୨୯ ତାରିଖ ଶୁଣାଣିରେ ରାଜପାଲଙ୍କୁ ୩୦ ଦିନ ମଧ୍ୟରେ ୧୪ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ ଋଣ ପରିଷୋଧ ନ କରିପାରନ୍ତି ତେବେ ତାଙ୍କୁ ୩ ମାସ ଜେଲ ଯିବାକୁ ହେବ। ମାଧୋଗୋପାଲଙ୍କ ଅନୁସାରେ କୋର୍ଟ କହିଛନ୍ତି ଯେ ରାଜପାଲ ସିଧାଶଳଖ ଅର୍ଥ ପୈଠ କରିପାରନ୍ତି ଅଥବା କୋର୍ଟରେ ଡିମାଣ୍ଡ ଡ୍ରାଫ୍ଟ ଜମା କରିପାରନ୍ତି।