୫୩ ବର୍ଷୀୟ ଏଲନ ମସ୍କଙ୍କ ୧୪ ପିଲା; ପୁଣି ବାପା ହେବା ନେଇ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ଦାବି

ମୁମ୍ଵାଇ ୦୧।୬; ବ୍ୟକ୍ତିଗତ ଓ ବୃତ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ବିଶ୍ୱର  ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏବେ ଏକ ବ୍ୟକ୍ତିଗତ କାରଣ  ପାଇଁ ସେ ଚର୍ଚ୍ଚାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ,  ମସ୍କ ଗୋପନରେ ଜଣେ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ସନ୍ତାନର ବାପା ହୋଇଛନ୍ତି। କନ୍‌ଜର୍ଭେଟିଭ୍‌ କମେଣ୍ଟେଟର ଆଶ୍‌ଲି ସେଣ୍ଟ୍‌.କ୍ଲେୟାର ଦାବି କରିଛନ୍ତି, ୨୦୨୪ରେ  ସେ ମଧ୍ୟ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ ।ସମଗ୍ର ବିଶ୍ୱରେ ତାଙ୍କର ସନ୍ତାନ  ଅଛନ୍ତି ବୋଲି ମସ୍କ ନିଜେ ତାଙ୍କୁ କହିଥିବା କ୍ଲେୟାର କହିଛନ୍ତି । ଏଥିରେ ଜଣେ ଜାପାନୀ  ଗାୟିକା ଅଛନ୍ତି, ଯିଏକି ଟ୍ରମ୍ପ୍‌ଙ୍କ ସନ୍ତାନ ଜନ୍ମ ଦେଇଥିବା କ୍ଲେୟାର ଦାବି କରିଛନ୍ତି । ସନ୍ତାନ  ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ଶୂକ୍ରାଣୁ ଦାନ କରିବେ ବୋଲି ମସ୍କ ଦାବି କରିଥିଲେ। କ୍ଲେୟାର ଆହୁରି କହିଛନ୍ତି, ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ମସ୍କ କୋଡ୍‌  ଭାଷାରେ ତାଙ୍କୁ ମେସେଜ୍‌ ଦେଇଥିଲେ। ଗୁପ୍ତ ଭାବେ ସନ୍ତାନ ଜନ୍ମ ଦେବା ପାଇଁ ମସ୍କ  ତାଙ୍କୁ ୧୫ ମିଲିଅନ୍‌ ଡଲାର ଅଫର୍‌ କରିଥିଲେ ଏବଂ ସନ୍ତାନର ବୟସ ୨୧ ବର୍ଷ ହେବା  ପର୍ଯ୍ୟନ୍ତ ପ୍ରତି ମାସ ୧୦୦,୦୦୦ ଡଲାର ଦେବାକୁ ମଧ୍ୟ କହିଥିଲେ । କ୍ଲେୟାର ଏହାକୁ  ପ୍ରତ୍ୟାଖ୍ୟାନ କରିବା ପରେ ମସ୍କଙ୍କ ବିରୋଧରେ ପିତୃତ୍ୱ ଓ ସନ୍ତାନ ସମର୍ଥନ  ପାଇଁ ମକଦ୍ଦମା କରିଥିଲେ । ସୁର

୫୩ ବର୍ଷୀୟ ଏଲନ ମସ୍କଙ୍କ ୧୪ ପିଲା; ପୁଣି ବାପା ହେବା ନେଇ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ଦାବି

ମୁମ୍ଵାଇ ୦୧।୬; ବ୍ୟକ୍ତିଗତ ଓ ବୃତ୍ତିଗତ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଛନ୍ତି ବିଶ୍ୱର  ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ । ଏବେ ଏକ ବ୍ୟକ୍ତିଗତ କାରଣ  ପାଇଁ ସେ ଚର୍ଚ୍ଚାରେ । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ,  ମସ୍କ ଗୋପନରେ ଜଣେ ଜାପାନୀ ପପ୍‌ ଷ୍ଟାର୍‌ଙ୍କ ସନ୍ତାନର ବାପା ହୋଇଛନ୍ତି। କନ୍‌ଜର୍ଭେଟିଭ୍‌ କମେଣ୍ଟେଟର ଆଶ୍‌ଲି ସେଣ୍ଟ୍‌.କ୍ଲେୟାର ଦାବି କରିଛନ୍ତି, ୨୦୨୪ରେ  ସେ ମଧ୍ୟ ମସ୍କଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ ।

ସମଗ୍ର ବିଶ୍ୱରେ ତାଙ୍କର ସନ୍ତାନ  ଅଛନ୍ତି ବୋଲି ମସ୍କ ନିଜେ ତାଙ୍କୁ କହିଥିବା କ୍ଲେୟାର କହିଛନ୍ତି । ଏଥିରେ ଜଣେ ଜାପାନୀ  ଗାୟିକା ଅଛନ୍ତି, ଯିଏକି ଟ୍ରମ୍ପ୍‌ଙ୍କ ସନ୍ତାନ ଜନ୍ମ ଦେଇଥିବା କ୍ଲେୟାର ଦାବି କରିଛନ୍ତି । ସନ୍ତାନ  ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କୁ ଶୂକ୍ରାଣୁ ଦାନ କରିବେ ବୋଲି ମସ୍କ ଦାବି କରିଥିଲେ। କ୍ଲେୟାର ଆହୁରି କହିଛନ୍ତି, ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ମସ୍କ କୋଡ୍‌  ଭାଷାରେ ତାଙ୍କୁ ମେସେଜ୍‌ ଦେଇଥିଲେ। ଗୁପ୍ତ ଭାବେ ସନ୍ତାନ ଜନ୍ମ ଦେବା ପାଇଁ ମସ୍କ  ତାଙ୍କୁ ୧୫ ମିଲିଅନ୍‌ ଡଲାର ଅଫର୍‌ କରିଥିଲେ ଏବଂ ସନ୍ତାନର ବୟସ ୨୧ ବର୍ଷ ହେବା  ପର୍ଯ୍ୟନ୍ତ ପ୍ରତି ମାସ ୧୦୦,୦୦୦ ଡଲାର ଦେବାକୁ ମଧ୍ୟ କହିଥିଲେ । କ୍ଲେୟାର ଏହାକୁ  ପ୍ରତ୍ୟାଖ୍ୟାନ କରିବା ପରେ ମସ୍କଙ୍କ ବିରୋଧରେ ପିତୃତ୍ୱ ଓ ସନ୍ତାନ ସମର୍ଥନ  ପାଇଁ ମକଦ୍ଦମା କରିଥିଲେ । ସୁରକ୍ଷା ଚିନ୍ତା ଦର୍ଶାଇ ମସ୍କ ମାମଲା  ରଫାଦଫାର ଆଦେଶ ମାଗିଲେ। ୫୩ ବର୍ଷୀୟ ମସ୍କ ଏକାଧିକ  ସାଥୀଙ୍କ ସହିତ ୧୪ ସନ୍ତାନଙ୍କ ବାପା ହୋଇଛନ୍ତି । 

ୱାଲ୍‌ ଷ୍ଟ୍ରିଟ୍‌  ପତ୍ରିକାର ଏକ ରିପୋର୍ଟ ଅନୁସାରେ, ମସ୍କ ତାଙ୍କ ସନ୍ତାନଙ୍କୁ ଆର୍ମି ଭାବେ  ଦେଖନ୍ତି, ଯାହା ରୋମାନ ମିଲିଟାରୀ ୟୁନିଟ୍‌କୁ ଦର୍ଶାଏ । କ୍ଲୋୟାର  କହିଛନ୍ତି, ପୃଥିବୀ ଧ୍ୱଂସ ପୂର୍ବରୁ ସେ ସନ୍ତାନଙ୍କର ଏକ ବିଶାଳ  ଆର୍ମି କରିଥିବେ ଏବଂ ଏଥିପାଇଁ ସରୋଗେଟ୍‌ଙ୍କ ସାହାଯ୍ୟ ନେବାକୁ ପଡ଼ିବ ବୋଲି ମସ୍କ କ୍ଲେୟାରଙ୍କୁ ମେସେଜ୍‌ ଦେଇଥିଲେ । ଟାଇମ୍ସ  ନିଜ ରିପୋର୍ଟରେ ଆହୁରି ଅଭିଯୋଗ ଆଣିଛି, ନିଜର ସନ୍ତାନ ଇଚ୍ଛା ପୂରଣ ପାଇଁ ମହିଳାଙ୍କୁ ଖୋଜିବା ଉଦ୍ଦେଶ୍ୟରେ ମସ୍କ ଏକ୍ସ ପ୍ଲାଟ୍‌ଫର୍ମକୁ  ବ୍ୟବହାର କରୁଛନ୍ତି । ତେବେ ମସ୍କ ଏ ନେଇ ମୁହଁ ଖୋଲିନାହାନ୍ତି ।