ଗ୍ରାହକଙ୍କୁ ମାଗଣା ମଦ ଦେବାକୁ ରେଷ୍ଟୁରାଣ୍ଟର ନିଆରା ସର୍ତ୍ତ, ଖାଇବା ପୂର୍ବରୁ ହସ୍ତାନ୍ତର କରିବେ ଫୋନ୍

ମୁମ୍ଵାଇ ୨୨।୦୪: ଇଟାଲୀର ଏକ ରେସ୍ତୋରାଁ ସେଠାକୁ ଆସୁଥିବା ଗ୍ରାହକମାନଙ୍କୁ ମାଗଣାରେ ଏକ ବୋତଲ ମଦ ଦେଉଛି ।  ତେବେ ଏଥିଲାଗି ରେସ୍ତୋରାଁ ପକ୍ଷରୁ ଏକ ନିଆରା ସର୍ତ୍ତ ରଖାଯାଇଛି । ତା’ ହେଲା ଯୋଜନାର ଲାଭ ପାଇବାକୁ  ହେଲେ ସେଠାରେ ଖାଦ୍ୟ ଖାଇବା ପୂର୍ବରୁ ଗ୍ରାହକଙ୍କୁ ରେସ୍ତୋରାଁ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମୋବାଇଲ୍‌  ଫୋନ୍‌ ଦାଖଲ କରିବାକୁ ହେବ । ଗତ ମାର୍ଚ୍ଚ ମାସରେ ନର୍ଥ ଇଟାଲୀର ଭେରୋନାରେ ଖୋଲିଥିଲା ଅଲ୍‌  କଣ୍ଡୋମିନିଓ ନାମକ ଏହି ରେସ୍ତୋରାଁ । ତା’ର ମାଲିକ ଆଞ୍ଜେଲୋ ଲୀଲାଙ୍କ ଉଦ୍ଦେଶ୍ୟ ହେଲା ଗ୍ରାହକମାନଙ୍କୁ  ନିଜର ସ୍ମାର୍ଟଫୋନ୍‌ ଦେଖିବା ପରିବର୍ତ୍ତେ ସାଥୀରେ ଆସିଥିବା ପରିଜନ କିମ୍ବା ଅନ୍ୟମାନଙ୍କ ସହିତ କଥାବାର୍ତ୍ତା  ପାଇଁ ପ୍ରୋତ୍ସାହିତ କରିବା । ଏ ସଂପର୍କରେ ଆଞ୍ଜେଲୋ କହିଛନ୍ତି, ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଏବେ  ଲୋକଙ୍କ ଲାଗି ସମସ୍ୟା ପାଲଟିଛି । ପ୍ରତି ୫ ସେକେଣ୍ଡରେ ଲୋକମାନେ ସେମାନଙ୍କର ମୋବାଇଲ୍‌ ଫୋନ୍‌କୁ   ଦେଖୁଛନ୍ତି । ଏହା ସେମାନଙ୍କର ମାନସିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରୁଛି । ସେମାନେ ସାମାଜିକ  ହୋଇପାରୁନଥିବାବେଳେ ଅନେକ ସମୟରେ ଚିଡ଼ଚିଡ଼ାପଣ, ହଠାତ୍‌ ରାଗିଯିବା, ଅବସାଦ, ନିଦ୍ରାହୀନତା ଭଳି  ସମସ୍ୟା ଭୋଗୁଛନ୍ତି । ଏଭଳିସ୍ଥିତିରେ ଆମର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଲା ଲୋକଙ୍କର ସାମାଜିକ  ଜୀବନରେ ଉନ୍ନତି ଆଣିବା । ସେ ଆହୁରି କହିଛନ୍ତି ଯେ, ଆମେ ଏମିତି ଏ

ଗ୍ରାହକଙ୍କୁ ମାଗଣା ମଦ ଦେବାକୁ ରେଷ୍ଟୁରାଣ୍ଟର ନିଆରା ସର୍ତ୍ତ, ଖାଇବା ପୂର୍ବରୁ ହସ୍ତାନ୍ତର କରିବେ ଫୋନ୍

ମୁମ୍ଵାଇ ୨୨।୦୪: ଇଟାଲୀର ଏକ ରେସ୍ତୋରାଁ ସେଠାକୁ ଆସୁଥିବା ଗ୍ରାହକମାନଙ୍କୁ ମାଗଣାରେ ଏକ ବୋତଲ ମଦ ଦେଉଛି ।  ତେବେ ଏଥିଲାଗି ରେସ୍ତୋରାଁ ପକ୍ଷରୁ ଏକ ନିଆରା ସର୍ତ୍ତ ରଖାଯାଇଛି । ତା’ ହେଲା ଯୋଜନାର ଲାଭ ପାଇବାକୁ  ହେଲେ ସେଠାରେ ଖାଦ୍ୟ ଖାଇବା ପୂର୍ବରୁ ଗ୍ରାହକଙ୍କୁ ରେସ୍ତୋରାଁ କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ମୋବାଇଲ୍‌  ଫୋନ୍‌ ଦାଖଲ କରିବାକୁ ହେବ । ଗତ ମାର୍ଚ୍ଚ ମାସରେ ନର୍ଥ ଇଟାଲୀର ଭେରୋନାରେ ଖୋଲିଥିଲା ଅଲ୍‌  କଣ୍ଡୋମିନିଓ ନାମକ ଏହି ରେସ୍ତୋରାଁ । ତା’ର ମାଲିକ ଆଞ୍ଜେଲୋ ଲୀଲାଙ୍କ ଉଦ୍ଦେଶ୍ୟ ହେଲା ଗ୍ରାହକମାନଙ୍କୁ  ନିଜର ସ୍ମାର୍ଟଫୋନ୍‌ ଦେଖିବା ପରିବର୍ତ୍ତେ ସାଥୀରେ ଆସିଥିବା ପରିଜନ କିମ୍ବା ଅନ୍ୟମାନଙ୍କ ସହିତ କଥାବାର୍ତ୍ତା  ପାଇଁ ପ୍ରୋତ୍ସାହିତ କରିବା । 

ଏ ସଂପର୍କରେ ଆଞ୍ଜେଲୋ କହିଛନ୍ତି, ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଏବେ  ଲୋକଙ୍କ ଲାଗି ସମସ୍ୟା ପାଲଟିଛି । ପ୍ରତି ୫ ସେକେଣ୍ଡରେ ଲୋକମାନେ ସେମାନଙ୍କର ମୋବାଇଲ୍‌ ଫୋନ୍‌କୁ   ଦେଖୁଛନ୍ତି । ଏହା ସେମାନଙ୍କର ମାନସିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରୁଛି । ସେମାନେ ସାମାଜିକ  ହୋଇପାରୁନଥିବାବେଳେ ଅନେକ ସମୟରେ ଚିଡ଼ଚିଡ଼ାପଣ, ହଠାତ୍‌ ରାଗିଯିବା, ଅବସାଦ, ନିଦ୍ରାହୀନତା ଭଳି  ସମସ୍ୟା ଭୋଗୁଛନ୍ତି । ଏଭଳିସ୍ଥିତିରେ ଆମର ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଲା ଲୋକଙ୍କର ସାମାଜିକ  ଜୀବନରେ ଉନ୍ନତି ଆଣିବା । 

ସେ ଆହୁରି କହିଛନ୍ତି ଯେ, ଆମେ ଏମିତି ଏକ ରେସ୍ତୋରାଁ ଖୋଲିବାକୁ  ଚାହୁଁଥିଲୁ ଯାହାକି ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥିବ । ଲୋକେ ଏଠାରୁ ଯିବା ପରେ ଏକ ଭିନ୍ନ ଅନୁଭୂତି  ଓ ବାର୍ତ୍ତା ନେଇ ଯିବେ । ସେଥିଲାଗି ଏହି ଅଫର୍‌ ଆରମ୍ଭ କରିଛୁ । ଏହାକୁ ବହୁ ସକରାତ୍ମକ ପ୍ରତିକ୍ରିୟା ମଧ୍ୟ  ମିଳୁଛି । ସେଠାକୁ ଆସୁଥିବା ୯୦ ପ୍ରତିଶତ ଗ୍ରାହକ ଏହି ଯୋଜନାର ଲାଭ ନେଉଥିବା ସେ ପ୍ରକାଶ କରିଛନ୍ତି