ଫିଲ୍ମ ‘୨୦୨୦ ଦିଲ୍ଲୀ’ର ରିଲିଜ ଅଟକାଇବାକୁ ନିର୍ବାଚନ କମିଶନଙ୍କୁ ଗଲା କଂଗ୍ରେସ, ଜାଣନ୍ତୁ କ’ଣ କହିଛନ୍ତି ସିଂଘଭୀ?

ନୂଆଦିଲ୍ଲୀ ୨୬।୧: କଂଗ୍ରେସ ରବିବାର ଅଭିଯୋଗ କରିଛି ଯେ ବିଜେପି ଠିକ୍ ଦିଲ୍ଲୀ ନିର୍ବାଚନ ପୂର୍ବରୁ ‘୨୦୨୦ ଦିଲ୍ଲୀ’ ନାମକ ଏକ ଘୃଣା ଉଦ୍ରେକକାରୀ ଫିଲ୍ମ ରିଲିଜ କରିବାକୁ ଯାଉଛି। କ୍ଷମତାର ଭୋକ ଜ୍ୱାଳାରେ ଏହି ଫିଲ୍ମ  ପ୍ରସାରଣ କରି ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଏଣୁ ପାର୍ଟି ମୁଖପାତ୍ର ତଥା ବରିଷ୍ଠ ଅଧିବକ୍ତା ଅଭିଷେକ ମନୁ ସିଂଘଭୀ ନିର୍ବାଚନ ଆୟୋଗଙ୍କୁ ଏହି ଫିଲ୍ମର ରିଲିଜ ଉପରେ କଟକଣା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। Yesterday, we made a comprehensive complaint to expose, vivify, and thwart the blatant crude attempts of parties—during and just before the electoral process—to subordinate and sabotage it and distort democracy.Let's take into account the release of the film 'Delhi 2020'. The… pic.twitter.com/0AxXKsMQZ4— Congress (@INCIndia) January 26, 2025ଏହି ଫିଲ୍ମ ଫେବୃଆରୀ ୨ ତାରିଖରେ ମୁକ୍ତିଲାଭ କରିବାର ଅଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଂଘଭୀ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ଫିଲ୍ମ ରିଲିଜ ଦ୍ୱାରା ସମାଜକୁ ଭାଗଭାଗ କରି ନିଜର ଭୋଟ ସାଉଣ୍ଟିବାକୁ ଉଦ୍ୟମ କରୁଛି। ସିଂଘଭୀ କହିଛନ୍ତି ଯେ ବିଜେପି ନିର୍ବାଚନ ସମୟରେ ସାମ୍ପ୍ରଦାୟିକତା ସୃଷ୍ଟି

ଫିଲ୍ମ ‘୨୦୨୦ ଦିଲ୍ଲୀ’ର ରିଲିଜ ଅଟକାଇବାକୁ ନିର୍ବାଚନ କମିଶନଙ୍କୁ ଗଲା କଂଗ୍ରେସ, ଜାଣନ୍ତୁ କ’ଣ କହିଛନ୍ତି ସିଂଘଭୀ?

ନୂଆଦିଲ୍ଲୀ ୨୬।୧: କଂଗ୍ରେସ ରବିବାର ଅଭିଯୋଗ କରିଛି ଯେ ବିଜେପି ଠିକ୍ ଦିଲ୍ଲୀ ନିର୍ବାଚନ ପୂର୍ବରୁ ‘୨୦୨୦ ଦିଲ୍ଲୀ’ ନାମକ ଏକ ଘୃଣା ଉଦ୍ରେକକାରୀ ଫିଲ୍ମ ରିଲିଜ କରିବାକୁ ଯାଉଛି। କ୍ଷମତାର ଭୋକ ଜ୍ୱାଳାରେ ଏହି ଫିଲ୍ମ  ପ୍ରସାରଣ କରି ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି। ଏଣୁ ପାର୍ଟି ମୁଖପାତ୍ର ତଥା ବରିଷ୍ଠ ଅଧିବକ୍ତା ଅଭିଷେକ ମନୁ ସିଂଘଭୀ ନିର୍ବାଚନ ଆୟୋଗଙ୍କୁ ଏହି ଫିଲ୍ମର ରିଲିଜ ଉପରେ କଟକଣା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। 


ଏହି ଫିଲ୍ମ ଫେବୃଆରୀ ୨ ତାରିଖରେ ମୁକ୍ତିଲାଭ କରିବାର ଅଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଂଘଭୀ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ଫିଲ୍ମ ରିଲିଜ ଦ୍ୱାରା ସମାଜକୁ ଭାଗଭାଗ କରି ନିଜର ଭୋଟ ସାଉଣ୍ଟିବାକୁ ଉଦ୍ୟମ କରୁଛି। ସିଂଘଭୀ କହିଛନ୍ତି ଯେ ବିଜେପି ନିର୍ବାଚନ ସମୟରେ ସାମ୍ପ୍ରଦାୟିକତା ସୃଷ୍ଟି କରିବାକୁ ଯାଉଛି। କ୍ଷମତା ଭୋକରେ ସେ ଏପରି କରିବାକୁ ଚାହୁଁଥିବା ସିଂଘଭୀ କହିଛନ୍ତି। 



ସିଂଘଭୀଙ୍କ ଅନୁସାରେ ଏହି ଫିଲ୍ମକୁ ବିଜେପି ତିଆରି କରିଥିବା ବେଳେ ବିଜେପି ନେତା ଅମିତ ମାଲବ୍ୟ ଓ ଅନ୍ୟ ନେତାଙ୍କ ଦ୍ୱାରା ଫିଲ୍ମର ପ୍ରଚାର ପ୍ରସାର କରାଯାଉଛି। କଂଗ୍ରେସ ନେତା କହିଛନ୍ତି ଯେ ଏହି ଫିଲ୍ମର ରିଲିଜକୁ ବିରୋଧ କରି କଂଗ୍ରେସ ଜାନୁୟାରୀ ୨୫ ତାରିଖ ଦିନ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହି ଫିଲ୍ମର ରିଲିଜକୁ ନିର୍ବାଚନ ଆୟୋଗ ନିଷିଦ୍ଧ କରିବା ଦରକାର ବୋଲି ସେ କହିଛନ୍ତି।