ଗୋଟିଏ ଦିନରେ ୭ ଟି ନିର୍ବାଚନୀ ମାମଲା ଦାୟର, ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କଲେ ପରାଜିତ ପ୍ରାର୍ଥୀ
ଭୁବନେଶ୍ଵର: ନିର୍ବାଚନ ସରିଥିଲେ ମଧ୍ୟ ନିର୍ବାଚନରେ ପରାଜିତ ପ୍ରାର୍ଥୀମାନେ ଏ ପର୍ୟ୍ୟନ୍ତ ନିଜର ପରାଜୟକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି। ତେଣୁ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରୁଛନ୍ତି ପରାଜିତ ପ୍ରାର୍ଥୀ। ଗୋଟିଏ ଦିନରେ ଦାୟର ହେଲା ୭ ଟି ନିର୍ବାଚନୀ ମାମଲା। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୁରୁବାର ହାଇକୋର୍ଟରେ ମାମଲା ଦାୟର ହୋଇଛି। ମୁଖ୍ୟତଃ ସତ୍ୟପାଠରେ ନିର୍ବାଚନ ଅନିୟମିତତା ହୋଇଥିବା ଦାବି କରି ପରାଜିତ ପ୍ରାର୍ଥୀ ଚ୍ୟାଲେଞ୍ଜ କରିଛନ୍ତି। ଏଥିରେ ବାସୁଦେବପୁର, ବ୍ରହ୍ମପୁର, ପାଟଣାଗଡ, ଯାଜପୁର ଲୋକସଭା, କଣ୍ଟାବାଞ୍ଜି, ଭୁବନେଶ୍ୱର ଏକାମ୍ର ଓ ଭୁବନେଶ୍ୱର ମଧ୍ୟ ଆସନ ସାମିଲ । ସୂଚନା ଅନୁଯାୟୀ, ଯାଜପୁରର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ସତ୍ୟପାଠରେ ଅନିୟମିତତା ଅଭିଯୋଗ କରି କଂଗ୍ରେସର ବିଜୟୀ ପ୍ରାର୍ଥୀ ଅଶୋକ ଦାସଙ୍କ ବିରୋଧରେ ସତ୍ୟପାଠ ଦାଖଲ କରିଛନ୍ତି। ଅଶୋକ ଦାସଙ୍କୁ ୭୭ ହଜାର ୮୪୩ ଭୋଟ୍ ମିଳିଥିବା ବେଳେ ବିଷ୍ଣୁବ୍ରତ ରାଉତରାୟଙ୍କୁ ୭୭ ହଜାର ୨୧୨ ଭୋଟ୍ ମିଳିଛି । ଏହିପରି ଅଶୋକ ଦାସ ମାତ୍ର ୬୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ବ୍ରହ୍ମପୁର ବିଧାନସଭା ସିଟର ବିଜେପିର ବିଜୟୀ ପ୍ରାର୍ଥୀ କେ ଅନୀଲ କୁମାର ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମନୋଜ ପଣ୍ଡା । ବିଜେପି
ଭୁବନେଶ୍ଵର: ନିର୍ବାଚନ ସରିଥିଲେ ମଧ୍ୟ ନିର୍ବାଚନରେ ପରାଜିତ ପ୍ରାର୍ଥୀମାନେ ଏ ପର୍ୟ୍ୟନ୍ତ ନିଜର ପରାଜୟକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି। ତେଣୁ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରୁଛନ୍ତି ପରାଜିତ ପ୍ରାର୍ଥୀ। ଗୋଟିଏ ଦିନରେ ଦାୟର ହେଲା ୭ ଟି ନିର୍ବାଚନୀ ମାମଲା। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୁରୁବାର ହାଇକୋର୍ଟରେ ମାମଲା ଦାୟର ହୋଇଛି। ମୁଖ୍ୟତଃ ସତ୍ୟପାଠରେ ନିର୍ବାଚନ ଅନିୟମିତତା ହୋଇଥିବା ଦାବି କରି ପରାଜିତ ପ୍ରାର୍ଥୀ ଚ୍ୟାଲେଞ୍ଜ କରିଛନ୍ତି। ଏଥିରେ ବାସୁଦେବପୁର, ବ୍ରହ୍ମପୁର, ପାଟଣାଗଡ, ଯାଜପୁର ଲୋକସଭା, କଣ୍ଟାବାଞ୍ଜି, ଭୁବନେଶ୍ୱର ଏକାମ୍ର ଓ ଭୁବନେଶ୍ୱର ମଧ୍ୟ ଆସନ ସାମିଲ ।
ସୂଚନା ଅନୁଯାୟୀ, ଯାଜପୁରର ବାସୁଦେବପୁର ନିର୍ବାଚନ ମଣ୍ଡଳୀର ପରାଜିତ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ସତ୍ୟପାଠରେ ଅନିୟମିତତା ଅଭିଯୋଗ କରି କଂଗ୍ରେସର ବିଜୟୀ ପ୍ରାର୍ଥୀ ଅଶୋକ ଦାସଙ୍କ ବିରୋଧରେ ସତ୍ୟପାଠ ଦାଖଲ କରିଛନ୍ତି। ଅଶୋକ ଦାସଙ୍କୁ ୭୭ ହଜାର ୮୪୩ ଭୋଟ୍ ମିଳିଥିବା ବେଳେ ବିଷ୍ଣୁବ୍ରତ ରାଉତରାୟଙ୍କୁ ୭୭ ହଜାର ୨୧୨ ଭୋଟ୍ ମିଳିଛି । ଏହିପରି ଅଶୋକ ଦାସ ମାତ୍ର ୬୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।
ସେହିପରି ବ୍ରହ୍ମପୁର ବିଧାନସଭା ସିଟର ବିଜେପିର ବିଜୟୀ ପ୍ରାର୍ଥୀ କେ ଅନୀଲ କୁମାର ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମନୋଜ ପଣ୍ଡା । ବିଜେପି ବିଧାୟକ କେ ଅନିଲ କୁମାରଙ୍କୁ ୫୪ ହଜାର ୯୯୭ ଭୋଟ୍ ମିଳିଥିବା ବେଳେ ୩୬ ହଜାର ୨୮୮ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।
ସେହିପରି ପାଟଣାଗଡ ବିଜେପି ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେଡିର ପରାଜିତ ପ୍ରାର୍ଥୀ ସରୋଜ ମେହେର । କେଭି ସିଂହ ଦେଓ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି । କେଭି ସିଂହ ଦେଓଙ୍କୁ ୯୩ ହଜାର ୮୨୩ ଭୋଟରେ ମିଳିଥିବା ବେଳେ ସରୋଜ ମେହେରା କଡା ଟକ୍କର ଦେଇ ୯୨ ହଜାର ୪୬୬ ଖଣ୍ଡ ଭୋଟ୍ ହାତେଇଥିଲେ । କେଭି ୧୩୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ।
ଯାଜପୁର ଲୋକସଭା ସିଟରେ ଅଳ୍ପ ବ୍ୟବଧାନରେ ହାରିଥିବା ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ବିଜେପିର ସାଂସଦ ରବି ନାରାୟଣ ବେହେରାଙ୍କ ବିରୋଧରେ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି । ରବି ନାରାୟଣଙ୍କୁ ୫ ଲକ୍ଷ ୩୪ ହଜାର ୨୩୯ ଭୋଟ୍ ମିଳିଥିବା ବେଳେ ଶର୍ମିଷ୍ଠା ସେଠୀଙ୍କୁ ୫ ଲକ୍ଷ ୩୨ ହଜାର ୬୫୨ ଭୋଟ୍ ମିଳିଥିଲା । ଲୋକସଭା ପରି ସିଟରେ ବିଜେପି ପ୍ରାର୍ଥୀ ମାତ୍ର ୧୫୮୭ ଭୋଟରେ ଜିତିଥିଲେ ।
ଚଳିତ ବର୍ଷ ନିର୍ବାଚନରେ ହାଇଭୋଲଟେଜ ବିଧାନସଭା ସିଟ୍ ମଧ୍ୟରୁ ଗୋଟିଏ ଥିଲା କଣ୍ଟାବାଞ୍ଜି । ଏଠାରୁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ନିର୍ବାଚନ ହାରିିଛନ୍ତି । ତାଙ୍କୁ ବିଜେପି ବିଧାୟକ ଲକ୍ଷ୍ମଣ ବାଗ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଏହି ଆସନରେ ସତ୍ୟପାଠରେ ଅନିୟମିତତା ହୋଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗିରିଜା ସିଂ ମାଝୀ । ବିଧାୟକ ଲକ୍ଷ୍ମଣ ବାଗଙ୍କୁ ୯୦ ହଜାର ୮୭୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ୭୪ ହଜାର ୫୩୨ ଭୋଟ୍ ମିଳିଥିଲା ।
ସେହିପରି ରାଜଧାନୀର ଚର୍ଚ୍ଚିତ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ଏହି ସିଟରୁ ବିଜେପିର ବିଧାୟକ ବାବୁ ସିଂ ଅଶୋକ ପଣ୍ଡାଙ୍କୁ ୫ ହଜାର ୨୩ ଖଣ୍ଡ ଭୋଟରେ ହରାଇଛନ୍ତି । ବାବୁଙ୍କୁ ୭୪ ହଜାର ୮୮୪ ଭୋଟ୍ ମିଳିଥିବା ବେଳେ ଅଶୋକଙ୍କୁ ୬୯ ହଜାର ୮୬୧ ଭୋଟ୍ । ବିଧାୟକ ବାବୁ ସିଂ ପ୍ରାର୍ଥୀ ପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଛନ୍ତି ।
ତେବେ ଓଡିଶାରେ ବିଧାନସଭାରେ ସବୁଠୁ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ । ଏଠାରେ ବିଜେପିର ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ମାତ୍ର ୩୭ ଖଣ୍ଡ ଭୋଟରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କଠୁ ପରାଜିତ ହୋଇଛନ୍ତି । ସେ ମଧ୍ୟ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ସତ୍ୟପାଠ ଦାଖଲ କରିଛନ୍ତି । ଅନନ୍ତା ନାରାୟଣ ଜେନା ମିଛ ସତ୍ୟପାଠ ଦାଖଲ କରିଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଝାରସୁଗୁଡାର ପରାଜିତ ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସ ମଧ୍ୟ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହା ପୂର୍ବରୁ ସେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ୧୩ଟି ବୁଥର ଇଭିଏମ ଏବଂ ଭିଭିପାଟ ପୁନଃ ଯାଞ୍ଚ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କ ଠାରେ ଆବେଦନ କରିଥିଲେ, ଯାହାକୁ ଆୟୋଗ ଗ୍ରହଣ କରିଛନ୍ତି । ଏହି ଆସନରେ ବିଜେପିର ଟଙ୍କଧର ତ୍ରିପାଠୀ ୯୧ ହଜାର ୧୦୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀପାଳିଙ୍କୁ ୮୯ ହଜାର ୭୭୨ ଭୋଟ୍ ମିଳିଥିଲା । ଆଉ ଦୀପାଳି ନିର୍ବାଚନରେ ମାତ୍ର ୧୩୩୩ ଭୋଟରେ ପରାଜିତ ହୋଇଛନ୍ତି ।