ତିନି ମହଲାରୁ ଖସିଲା ଏୟାର କଣ୍ଡିସନ୍ ୟୁନିଟ୍; ଚାହୁଁ ଚାହୁଁ ଚାଲିଗଲା ଯୁବକଙ୍କ ଜୀବନ
ନୂଆଦିଲ୍ଲୀ: ଓଃ କି ଦୁଃଖ ! ଜୀବନ ନିମିଷ ମାତ୍ର । ଆକାଶରୁ ଖସିଲା ମୃତ୍ୟୁ । ଚାହୁଁ ଚାହୁଁ ଚାଲିଗଲା ଜୀବନ । ସାଙ୍ଗ ସହ କଥା ହେଉଥିବା ବେଳେ ସଲୀଳ ସମାଧି । ତିନି ମହଲା ଛାତରୁ ଏସସି ପଡ଼ି ଯୁବକଙ୍କ ମୃତ୍ୟୁ । ଏ ଦୃଶ୍ୟ ଦେଖିଲେ ଯେ କେହି ବି ବିଚଳିତ ହେବେ । ଛାତକୁ ଏସସି ଖସିବାର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ଦୁଃଖଦ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାଜଧାନୀ ଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟଛି । ତିନି ମହଲା ଛାତ ଉପରୁ ଏସସି ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଡିବିଜି ରୋଡ୍ ଡୋରିଓ୍ବାଲନ ଅଞ୍ଚଳରେ ଜଣେ ଯୁବକ ବାଇକରେ ବସି ନିଜ ସାଙ୍ଗ ସହିତ କଥା ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସତେ ଯେପରି ଆକାଶରୁ ମୃତ୍ୟୁ ଖସିଥିଲା । ନିକଟରେ ଥିବା ଏକ ତିନି ମହଲା କୋଠାରୁ ଏୟାର କଣ୍ଡିସନର ୟୁନିଟ୍ ତଳେ ଛିଡ଼଼ା ହୋଇଥିବା ଯୁବକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । देखिए दिल हिला देने वाला सीसीटीवी सामने आया हैअचानक हुआ एक हादसा,गली मे खड़े दो लड़के बाते कर रहे थे, तभी तीसरी मंजिल से एक AC उपर से एक लडके के उप्पर गिर पड़ा , जिसमे 19 साल के लड़के की मौत हो गई, घटना करोल बाग़ इलाके की है जिसका CCTV सामने आया है @DelhiPolice pic.twitter.com/vX
ନୂଆଦିଲ୍ଲୀ: ଓଃ କି ଦୁଃଖ ! ଜୀବନ ନିମିଷ ମାତ୍ର । ଆକାଶରୁ ଖସିଲା ମୃତ୍ୟୁ । ଚାହୁଁ ଚାହୁଁ ଚାଲିଗଲା ଜୀବନ । ସାଙ୍ଗ ସହ କଥା ହେଉଥିବା ବେଳେ ସଲୀଳ ସମାଧି । ତିନି ମହଲା ଛାତରୁ ଏସସି ପଡ଼ି ଯୁବକଙ୍କ ମୃତ୍ୟୁ । ଏ ଦୃଶ୍ୟ ଦେଖିଲେ ଯେ କେହି ବି ବିଚଳିତ ହେବେ । ଛାତକୁ ଏସସି ଖସିବାର ଦୃଶ୍ୟ ଯେତିକି ହୃଦୟ ବିଦାରକ ସେତିକି ଦୁଃଖଦ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।
ରାଜଧାନୀ ଦିଲ୍ଲୀର କରୋଲବାଗ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟଛି । ତିନି ମହଲା ଛାତ ଉପରୁ ଏସସି ଖସିପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଡିବିଜି ରୋଡ୍ ଡୋରିଓ୍ବାଲନ ଅଞ୍ଚଳରେ ଜଣେ ଯୁବକ ବାଇକରେ ବସି ନିଜ ସାଙ୍ଗ ସହିତ କଥା ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ସତେ ଯେପରି ଆକାଶରୁ ମୃତ୍ୟୁ ଖସିଥିଲା । ନିକଟରେ ଥିବା ଏକ ତିନି ମହଲା କୋଠାରୁ ଏୟାର କଣ୍ଡିସନର ୟୁନିଟ୍ ତଳେ ଛିଡ଼଼ା ହୋଇଥିବା ଯୁବକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି ।
देखिए दिल हिला देने वाला सीसीटीवी सामने आया है
अचानक हुआ एक हादसा,गली मे खड़े दो लड़के बाते कर रहे थे, तभी तीसरी मंजिल से एक AC उपर से एक लडके के उप्पर गिर पड़ा , जिसमे 19 साल के लड़के की मौत हो गई, घटना करोल बाग़ इलाके की है जिसका CCTV सामने आया है @DelhiPolice pic.twitter.com/vXL0ungIkq— Lavely Bakshi (@lavelybakshi) August 18, 2024
ଏହି ଦୁଃଖଦ ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ବୟାନ ସାମ୍ନାକୁ ଆସିଛି । ଶନିବାର ରାତି ପ୍ରାୟ ୭ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ବୋଲି ସୂଚନା ଦେଇଛି । ଖବର ମିଳିବା ପରେ କୋରଲବାଗ୍ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପ୍ରାଥମିକ ଯାଞ୍ଚ୍ ପରେ ପୋଲିସ୍ ଜାଣିବାକୁ ପାଇଛି ଯେ, ତୃତୀୟ ମହଲାରୁ ଏକ ଆଉଟଡୋର ଏସସି ଖସିପଡ଼ିଥିଲା । ଜିତେଶ ନାମକ ଯୁବକ ସାଙ୍ଗ ସହ କଥା ହେଉଥିବା ବେଳେ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଜିତେଶ ସେଠାରେ ମୁହଁମାଡ଼ି ତଳେ ପଡ଼ିଯାଇଥିଲେ । ତାଙ୍କୁ ନିକଟସ୍ଥତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ଜିତେଶଙ୍କ ମୃତ୍ୟୁ ହୋଇଛି ।
ଏହି ଘଟଣାରେ ଡିଡିବି ରୋଡ ପୋଲିସ ଏକ ମାମଲା ରୁଜୁ କରିଛି । ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି । ଏହି ମାମଲାରେ ଆଗକୁ ଯାଞ୍ଚ ଜାର ରହିବ ବୋଲି ପୋଲିସ କହିଛି ।...