UAEରେ ପ୍ରକୃତିର ପ୍ରକୋପ, ଦିନକରେ ବର୍ଷିଗଲା ବର୍ଷକର ବର୍ଷା, ଦୁବାଇରେ ବନ୍ୟା, ଦେଖନ୍ତୁ Video

ଦୁବାଇ ୧୭।୪: ୟୁନାଇଟେଡ୍ ଆରବ ଏମିରେଟସ (ୟୁଏଇ)ର ବିଭିନ୍ନ ଭାଗରେ ସୋମବାର ବିଳମ୍ବିତ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ବିତ୍ପାତ ରଚିଛି।  ଦୁବାଇରେ ମଙ୍ଗଳବାର ଗୋଟିଏ ଦିନରେ ହୋଇଯାଇଛି ବର୍ଷକର ବର୍ଷା। ଫଳରେ ସହରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଏହି ମୁଶଳଧାର ବର୍ଷାରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେରେ ପାଣି ପଶି ଯାଇଛି। ଫଳରେ ବିମାନ ବନ୍ଦର ସମୁଦ୍ରରେ ପରିଣତ ହୋଇଛି। ଏଣୁ ବିମାନ ଚଳାଚଳ ବାଧିତ ହୋଇଥିବା ବେଳେ ଅନେକ ବିମାନର ଯାତ୍ରା ଓ ଅବତରଣ ପ୍ରଭାବିତ ହୋଇଛି। Dubai airport after the city was hit by a year’s worth of rain in just 12 hours?’! pic.twitter.com/X7CS2f64eE— Griha Atul (@GrihaAtul) April 17, 2024ଦୁବାଇ ବିମାନ ବନ୍ଦରରେ ମଙ୍ଗଳବାର ୧୨ ଘଣ୍ଟାରେ ପାଖାପାଖି ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ ଘଣ୍ଟାରେ ମୋଟ ୧୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଦୁବାଇ ସହରରେ ପୁରା ବର୍ଷରେ ୮୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଥାଏ। ଦୁବାଇରେ ବର୍ଷାର ତାଣ୍ଡବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁବାଇ ବିମାନ ବନ୍ଦରର ଭିଡିଓ ସେୟାର କରାଯାଇଥିବା ବେଳେ  ବିମାନ ଡଙ୍ଗା ଭଳି ଦେଖାଯାଉଛନ୍ତି। ???? UAE????????View of Dubai Airport after heavy Rain pic.twitter.com/wY2ALp35A8— Izlamic Te

UAEରେ ପ୍ରକୃତିର ପ୍ରକୋପ, ଦିନକରେ ବର୍ଷିଗଲା ବର୍ଷକର ବର୍ଷା, ଦୁବାଇରେ ବନ୍ୟା, ଦେଖନ୍ତୁ Video

ଦୁବାଇ ୧୭।୪: ୟୁନାଇଟେଡ୍ ଆରବ ଏମିରେଟସ (ୟୁଏଇ)ର ବିଭିନ୍ନ ଭାଗରେ ସୋମବାର ବିଳମ୍ବିତ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ବିତ୍ପାତ ରଚିଛି।  ଦୁବାଇରେ ମଙ୍ଗଳବାର ଗୋଟିଏ ଦିନରେ ହୋଇଯାଇଛି ବର୍ଷକର ବର୍ଷା। ଫଳରେ ସହରରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ଏହି ମୁଶଳଧାର ବର୍ଷାରେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେରେ ପାଣି ପଶି ଯାଇଛି। ଫଳରେ ବିମାନ ବନ୍ଦର ସମୁଦ୍ରରେ ପରିଣତ ହୋଇଛି। ଏଣୁ ବିମାନ ଚଳାଚଳ ବାଧିତ ହୋଇଥିବା ବେଳେ ଅନେକ ବିମାନର ଯାତ୍ରା ଓ ଅବତରଣ ପ୍ରଭାବିତ ହୋଇଛି। 


ଦୁବାଇ ବିମାନ ବନ୍ଦରରେ ମଙ୍ଗଳବାର ୧୨ ଘଣ୍ଟାରେ ପାଖାପାଖି ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ ଘଣ୍ଟାରେ ମୋଟ ୧୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଦୁବାଇ ସହରରେ ପୁରା ବର୍ଷରେ ୮୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଥାଏ। ଦୁବାଇରେ ବର୍ଷାର ତାଣ୍ଡବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁବାଇ ବିମାନ ବନ୍ଦରର ଭିଡିଓ ସେୟାର କରାଯାଇଥିବା ବେଳେ  ବିମାନ ଡଙ୍ଗା ଭଳି ଦେଖାଯାଉଛନ୍ତି। 



ୟୁଏଇ ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମଙ୍ଗଳବାର ସକାଳେ ଦୁବାଇ, ଆବୁଧାବୀ ଓ ଶାରଜାହ ସହିତ ଦେଶର ବିସ୍ତୃତ ଅଞ୍ଚଳ ନିମନ୍ତେ ପାଣିପାଗ ଚେତାବନୀ ଜାରି କରିଥିଲେ। ତେବେ କେବଳ ୟୁଏଇ ନୁହେଁ କ୍ଷେତ୍ରର ଅନ୍ୟ ଦେଶରେ ଭୀଷଣ ବର୍ଷା ଓ ପରେ ବନ୍ୟା ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଓମାନରେ ଭୀଷଣ ବର୍ଷା ଯୋଗୁ ଉପୁଜିଥିବା ବନ୍ୟାରେ ଅନୁନ୍ୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଆସୁଛି। ସେହିପରି ବାହରିନରେ ବର୍ଷା ଯୋଗୁ ରାସ୍ତା ପାଣିରେ ବୁଡି ଯାଇଥିବା ବେଳେ ବାହନ ଧାଡି ଲାଗିଥିବାର ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। 



ଦୁବାଇରେ ବନ୍ୟା ପରିସ୍ଥିତିକୁ ଦେଖି ଦୁବାଇ ଯିବାକୁ ଥିବା ୧୫ ଓ ଭାରତ ଆସିବାକୁ ଥିବା ୧୩ ମୋଟ ୨୮ଟି ଉଡାଣ ରଦ୍ଦ କରିଦିଆଯାଇଛି। ଉପୁଜିଥିବା ପରିସ୍ଥିତିରେ ଯାତ୍ରୀମାନଙ୍କୁ ଦୁବାଇ ବିମାନ ବନ୍ଦର ଆସିବାକୁ ବାରଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର  ବିଶ୍ୱର ସବୁଠୁ ବ୍ୟସ୍ତତମ ଏୟାର ହବ ଭାବେ ଜଣାଯାଏ। ବିମାନ ବନ୍ଦର ମୁଖପାତ୍ର କହିଛନ୍ତି ଯେ ବିମାନ ସେବା ଡାଇଭର୍ଟ ହେବା ଜାରି ରହିଛି। ବିମାନ ବନ୍ଦରକୁ ପୁଣି ଥରେ ସକ୍ରିୟ କରିବାକୁ ଆମେ ଚେଷ୍ଟା କରୁଛୁ।