କେଜ୍ରିଓ୍ବାଲଙ୍କୁ ଗିରଫ ମାମଲାର ଆଜି ରାୟ ଶୁଣାଣି; ରିମାଣ୍ଡକୁ ନେଇ ମଧ୍ୟ ହୋଇଛି ଆବେଦନ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଣି କରିବେ । ମିନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ କରିଛି । ଏହାକୁ ପ୍ରତିବାଦ କରି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ତେବେ ଆଜି ଏହି ମାମଲାର ରାୟ ଶୁଣାଇବେ ଉଚ୍ଚ ଅଦାଲତ । ଏପ୍ରିଲ୍ ୩ ତାରିଖରେ ମାମଲାର ଶୁଣାଣି କରି ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ରାୟ ସଂରକ୍ଷିତ ରଖିଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଇଡିର ରିମାଣ୍ଡରେ ନେବା ଘଟଣାକୁ ନେଇ ମଧ୍ୟ କେଜ୍ରିୱାଲ କୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ହାଇକୋର୍ଟରେ ତର୍କ ବେଳେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି କହିଥିଲେ ନିର୍ବାଚନରୁ ଦୂରେଇ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ୨୦୨୨ରୁ ଯାଞ୍ଚ ଆରମ୍ଭ କରିଥିବା ବେଳେ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ବର୍ଷରେ ଗିରଫ କରିବା ନେଇ ପ୍ରଶ୍ନ ଉଠାଇଥିଲେ ଅଭିଷେକ ମନୁ ସିଂହଭି । ତେବେ ଇଡି ବିରୋଧରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ । ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଣି କରିବେ । ମିନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ କରିଛି । ଏହାକୁ ପ୍ରତିବାଦ କରି ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା । ତେବେ ଆଜି ଏହି ମାମଲାର ରାୟ ଶୁଣାଇବେ ଉଚ୍ଚ ଅଦାଲତ ।
ଏପ୍ରିଲ୍ ୩ ତାରିଖରେ ମାମଲାର ଶୁଣାଣି କରି ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତ ରାୟ ସଂରକ୍ଷିତ ରଖିଥିଲେ । ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଇଡିର ରିମାଣ୍ଡରେ ନେବା ଘଟଣାକୁ ନେଇ ମଧ୍ୟ କେଜ୍ରିୱାଲ କୋର୍ଟରେ ଆବେଦନ କରିଛନ୍ତି । ପୂର୍ବରୁ ହାଇକୋର୍ଟରେ ତର୍କ ବେଳେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂହଭି କହିଥିଲେ ନିର୍ବାଚନରୁ ଦୂରେଇ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ୨୦୨୨ରୁ ଯାଞ୍ଚ ଆରମ୍ଭ କରିଥିବା ବେଳେ କେଜ୍ରିଓ୍ବାଲଙ୍କୁ ନିର୍ବାଚନ ବର୍ଷରେ ଗିରଫ କରିବା ନେଇ ପ୍ରଶ୍ନ ଉଠାଇଥିଲେ ଅଭିଷେକ ମନୁ ସିଂହଭି । ତେବେ ଇଡି ବିରୋଧରେ କେଜ୍ରିଓ୍ବାଲଙ୍କ ପକ୍ଷରୁ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ୍ ।
ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା । ପରେ ତାଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଥିଲେ ସ୍ଵତନ୍ତ୍ର କୋର୍ଟ। ରିମାଣ୍ଡ ଅବଧି ସରିବା ପରେ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ଦିଲ୍ଲୀର ରାଉଜ ଆଭେନ୍ଯୁ କୋର୍ଟ କେଜରିୱାଲଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବେ ତିହାର ଜେଲର ସେଲ ନିଂ-୨ରେ ରହିଛନ୍ତି ।