କେନ୍ଦ୍ରାପଡ଼ା ବିଗ୍ ଫାଇଟ୍, ଅଂଶୁମାନଙ୍କ ପରେ ଆଜି ପାଓ୍ଵାର ଶୋ' ଦେଖାଇଲେ ବୈଜୟନ୍ତ ପଣ୍ଡା
କେନ୍ଦ୍ରାପଡ଼ା: କାଲି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଶକ୍ତି ପ୍ରଦର୍ଶନ ପରେ ଆଜି କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଓ୍ବାର ଶୋ ’ । ଚାନ୍ଦୋଳ ଦୁହୁରୀଆ ଠାରୁ ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଲେ । କହିଲେ, କେନ୍ଦ୍ରାପଡ଼ା ସହ NDA ଲୋକସଭାରେ ୪୦୦ ସିଟ୍ ଜିତିବ । ମୋଦୀ ଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଗତକାଲି କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବା ସହ ବଳଦେବ ଜୀଉଙ୍କ ଆଶୀର୍ବାଦ ନେଇଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ।Also read: ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ଟାର୍ଗେଟ୍ କଲା ବିଜେଡି, କଡ଼ା ଜବାବ ଦେଲା ବିଜେପିକେନ୍ଦ୍ରାପଡ଼ା ବିଗ୍ ଫାଇଟ୍ ପାଇଁ ଯୋଦ୍ଧା ତୟାର୍ । ଅଂଶୁମାନଙ୍କ ପରେ ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ । ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଇଛନ୍ତି । ଆଜି ଅପରାହ୍ଣରେ ବୈଜୟନ୍ତ ଚାନ୍ଦୋଳ ଦୁହୁରୀଆ ଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଜେପି ସମର୍ଥକ ଓ ସାଧାରଣ ଜନତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ତା’ପରେ ବିଶାଳ ଶୋଭାଯାତ୍ରାରେ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ବୈଜୟନ୍ତ । ଶୋଭ
କେନ୍ଦ୍ରାପଡ଼ା: କାଲି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଶକ୍ତି ପ୍ରଦର୍ଶନ ପରେ ଆଜି କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଓ୍ବାର ଶୋ ’ । ଚାନ୍ଦୋଳ ଦୁହୁରୀଆ ଠାରୁ ବିଶାଳ ଶୋଭାଯାତ୍ରାରେ ଯାଇ କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଲେ । କହିଲେ, କେନ୍ଦ୍ରାପଡ଼ା ସହ NDA ଲୋକସଭାରେ ୪୦୦ ସିଟ୍ ଜିତିବ । ମୋଦୀ ଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । ଗତକାଲି କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବା ସହ ବଳଦେବ ଜୀଉଙ୍କ ଆଶୀର୍ବାଦ ନେଇଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସହ ବିଜେଡି ବିଧାୟକ ପ୍ରାର୍ଥୀ ।
Also read: ପ୍ରାର୍ଥୀ ତାଲିକା ବିଳମ୍ବକୁ ନେଇ ଟାର୍ଗେଟ୍ କଲା ବିଜେଡି, କଡ଼ା ଜବାବ ଦେଲା ବିଜେପି
କେନ୍ଦ୍ରାପଡ଼ା ବିଗ୍ ଫାଇଟ୍ ପାଇଁ ଯୋଦ୍ଧା ତୟାର୍ । ଅଂଶୁମାନଙ୍କ ପରେ ମଇଦାନକୁ ଓହ୍ଲାଇଲେ ବୈଜୟନ୍ତ । ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଇଛନ୍ତି । ଆଜି ଅପରାହ୍ଣରେ ବୈଜୟନ୍ତ ଚାନ୍ଦୋଳ ଦୁହୁରୀଆ ଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଜେପି ସମର୍ଥକ ଓ ସାଧାରଣ ଜନତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ତା’ପରେ ବିଶାଳ ଶୋଭାଯାତ୍ରାରେ ଶ୍ରୀବଳଦେବ ଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ବୈଜୟନ୍ତ । ଶୋଭାଯାତ୍ରାରେ ଗଲା ବେଳେ ରାସ୍ତାର ଦୁଇ ପାର୍ଶ୍ବରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତି ଛକରେ ବୈଜୟନ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥର ନିର୍ବାଚନରେ କେନ୍ଦ୍ରାପଡ଼ା ସହ ୪୦୦ ଲୋକସଭା ଆସନରେ ଜିତିବ NDA । ମୋଦିଜୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରାପଡ଼ାରେ ବିଜେପିର ବିଜୟ ହେବ ବୋଲି କହିଥିଲେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।
ଗତକାଲି କେନ୍ଦ୍ରାପଡ଼ାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି । ଅଂଶୁମାନ ମଧ୍ୟ ଦଳୀୟ ନେତାଙ୍କ ସହ ବିରାଟ ପଟୁଆରରେ ଯାଇ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଇଥିଲେ । ଆଉ ଆଜି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଓ୍ବାର ଶୋ’ । କେନ୍ଦ୍ରାପଡ଼ାର ଆରାଧ୍ୟ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଦଳର ଦୁଇ ଯୋଦ୍ଧା । କେନ୍ଦ୍ରାପଡ଼ା ଲୋକସଭାରେ ଏଥର ଦେଖିବାକୁ ମିଳିବ ବିଗ୍ ଫାଇଟ୍ । ବିଜେପିର ବୈଜୟନ୍ତ ବନାମ ବିଜେଡିର ଅଂଶୁମାନ । କାହାକୁ ଏଥର ନିଜର ସାଂସଦ ଭାବେ ବାଛିବେ କେନ୍ଦ୍ରାପଡ଼ାବାସୀ ? କେନ୍ଦ୍ରାପଡ଼ା ହେଉଛି ବିଜେଡିର ଅଭେଦ୍ୟ ଗଡ଼ ।
୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍ରେ ଦୁଇ ଦୁଇ ଥର କେନ୍ଦ୍ରାପଡ଼ାରୁ ସାଂସଦ ହୋଇଥିଲେ ବୈଜୟନ୍ତ ପଣ୍ଡା । ହେଲେ ୨୦୧୯ରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ । ସେତେବେଳେ ତାଙ୍କ ବିପକ୍ଷରେ ଅଭିନେତା ଅନୁଭବଙ୍କୁ ମଇଦାନକୁ ଛାଡ଼ିଥିଲା ବିଜେଡି। ବୈଜୟନ୍ତଙ୍କୁ ପ୍ରାୟ ୨ଲକ୍ଷ ଭୋଟ୍ ବ୍ୟବଧାନରେ ମାତ୍ ଦେଇଥିଲେ ଅନୁଭବ । ହେଲେ ୨୦୨୪ରେ ବଦଳିଛି ଚିତ୍ର । କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ରାଜନଗରର ଟାଣୁଆ ନେତା ତଥା ଦୃଢ଼ ସଂଗଠକ ଭାବେ ବେଶ୍ ପରିଚିତ ଅଂଶୁମାନ ମହାନ୍ତିଙ୍କୁ ଏଥର କେନ୍ଦ୍ରାପଡ଼ା ଲୋକସଭା ପାଇଁ ମଇଦାନକୁ ଉତାରିଛି ବିଜେଡି । ସେପଟେ ଦ୍ବିତୀୟ ଥର ପାଇଁ କେନ୍ଦ୍ରାପଡ଼ା ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ଏମିତିରେ ଏହି ଦୁଇ ଦଳର ଦୁଇ ମହାରଥୀଙ୍କ ଭିତରେ ଏଥର ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।