୪ ଦିନରେ ୨ ହଜାର ଟାର୍ଗେଟ୍ ଫିନିସ୍; ୨୫୦ ଆତଙ୍କୀ କମାଣ୍ଡର ନିହତ, ବେରୁଟରୁ ହେବ କି ବିଶ୍ବଯୁଦ୍ଧ ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରୁ ତୃତୀୟ ବିଶ୍ବଯୁଦ୍ଧର ପାଦଚିହ୍ନ ? ଭୀଷଣ ହେଉଛି ଲେବାବନ-ଇସ୍ରାଏଲ ଉତ୍ତେଜନା । ବେରୁଟରେ ଭାଙ୍ଗୁଛି ହିଜବୁଲ୍ଲାର ଆତଙ୍କୀ ଦୁର୍ଗ । ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ନିହତ । ଏଯାଏଁ ୨ହଜାର ଟାର୍ଗେଟ୍ ଫିନିସ୍ । ଗତ ୪ ଦିନ ଭିତରରେ ହିଜବୁଲ୍ଲା ଆତଙ୍କୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି । ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ୍ ଏବଂ ବାରୁଦ ବର୍ଷାରେ ୨ ହଜାରରୁ ଅଧିକ ଆତଙ୍କୀ ଠିକଣା ଜଳିପୋଡି ପାଉଁଶ ହୋଇଛି । ଆଇଡିଏଫର ଗ୍ରାଉଣ୍ଡ ଅପରେସନରେ ପ୍ରାୟ ୨୫୦ ଆତଙ୍କୀ ଆଖି ବୁଜିଥିବା ଦାବି କରିଛି ଇସ୍ରାଏଲ । ଏଥିରେ ହିଲବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାହ ଏବଂ ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସୈଫିଦ୍ଦିନ୍‌ର ମୃତ୍ୟୁ ହୋଇଛି । ହମଲାରେ ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।    ଗୁରୁବାର ଇସ୍ରାଏଲ ବାୟୁସେନା ହିଜବୁଲ୍ଲାର ବୁନିଆଦି ଢାଞ୍ଚାକୁ ନଷ୍ଟ କରିଦେଇଛି । ବିଳମ୍ବିତ ରାତିରେ ଏୟାରଷ୍ଟ୍ରାଇକ୍ କରି ଲେବାନନ୍‌ରୁ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏକ ୩.୫ କି.ମି ସୁଡ଼ଙ୍ଗକୁ ଧ୍ୱଂସ କରିଛି   । ଏହି ଗୁପ୍ତ ସୁଡ଼ଙ୍ଗ ଜରିଆରେ ଲେବାନନକୁ ସହଯୋଗ ହାତ ବଢ଼ାଉଥିଲା ଇରାନ । ସୁଡ଼ଙ୍ଗ ମାଧ୍ୟମରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ପାଖରେ ପହଞ୍ଚୁଥିଲା । କେବଳ ଟର୍ଣ୍ଣେଲ ନୁହେଁ, ଇସ୍ରାଏଲର ମିସାଇଲ୍ ମାଡ଼ରେ ହିଜ୍‌ବୁଲ୍ଲା ହ

୪ ଦିନରେ ୨ ହଜାର ଟାର୍ଗେଟ୍ ଫିନିସ୍; ୨୫୦ ଆତଙ୍କୀ କମାଣ୍ଡର ନିହତ, ବେରୁଟରୁ ହେବ କି ବିଶ୍ବଯୁଦ୍ଧ ?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରୁ ତୃତୀୟ ବିଶ୍ବଯୁଦ୍ଧର ପାଦଚିହ୍ନ ? ଭୀଷଣ ହେଉଛି ଲେବାବନ-ଇସ୍ରାଏଲ ଉତ୍ତେଜନା । ବେରୁଟରେ ଭାଙ୍ଗୁଛି ହିଜବୁଲ୍ଲାର ଆତଙ୍କୀ ଦୁର୍ଗ । ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ନିହତ । ଏଯାଏଁ ୨ହଜାର ଟାର୍ଗେଟ୍ ଫିନିସ୍ । ଗତ ୪ ଦିନ ଭିତରରେ ହିଜବୁଲ୍ଲା ଆତଙ୍କୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି । ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ୍ ଏବଂ ବାରୁଦ ବର୍ଷାରେ ୨ ହଜାରରୁ ଅଧିକ ଆତଙ୍କୀ ଠିକଣା ଜଳିପୋଡି ପାଉଁଶ ହୋଇଛି । ଆଇଡିଏଫର ଗ୍ରାଉଣ୍ଡ ଅପରେସନରେ ପ୍ରାୟ ୨୫୦ ଆତଙ୍କୀ ଆଖି ବୁଜିଥିବା ଦାବି କରିଛି ଇସ୍ରାଏଲ । ଏଥିରେ ହିଲବୁଲ୍ଲା ମୁଖ୍ୟ ହସନ ନସ୍‌ରଲ୍ଲାହ ଏବଂ ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସୈଫିଦ୍ଦିନ୍‌ର ମୃତ୍ୟୁ ହୋଇଛି । ହମଲାରେ ୫ ବାଟାଲିୟନ କମାଣ୍ଡର, ୧୦ କମ୍ପାନି କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି ।    

ଗୁରୁବାର ଇସ୍ରାଏଲ ବାୟୁସେନା ହିଜବୁଲ୍ଲାର ବୁନିଆଦି ଢାଞ୍ଚାକୁ ନଷ୍ଟ କରିଦେଇଛି । ବିଳମ୍ବିତ ରାତିରେ ଏୟାରଷ୍ଟ୍ରାଇକ୍ କରି ଲେବାନନ୍‌ରୁ ସିରିଆ ପର୍ଯ୍ୟନ୍ତ ଲମ୍ବିଥିବା ଏକ ୩.୫ କି.ମି ସୁଡ଼ଙ୍ଗକୁ ଧ୍ୱଂସ କରିଛି   । ଏହି ଗୁପ୍ତ ସୁଡ଼ଙ୍ଗ ଜରିଆରେ ଲେବାନନକୁ ସହଯୋଗ ହାତ ବଢ଼ାଉଥିଲା ଇରାନ । ସୁଡ଼ଙ୍ଗ ମାଧ୍ୟମରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀ ସଂଗଠନ ପାଖରେ ପହଞ୍ଚୁଥିଲା । କେବଳ ଟର୍ଣ୍ଣେଲ ନୁହେଁ, ଇସ୍ରାଏଲର ମିସାଇଲ୍ ମାଡ଼ରେ ହିଜ୍‌ବୁଲ୍ଲା ହେଡ୍ କ୍ବାର୍ଟର, ଗୁଇନ୍ଦା କାର୍ଯ୍ୟାଳୟ, ବହୁ ଅଟ୍ଟାଳିକା, ଅସ୍ତ୍ର ଡିପୋ ଧ୍ୱଂସ ଏବଂ ବଙ୍କର ନଷ୍ଟ ହୋଇଛି ।


ସେପଟେ ଇରାନ ସୁପ୍ରିମ ଲିଡର୍ ଅୟାତୁଲ୍ଲା ଅଲି ଖାମେନି ପ୍ରଥମ ଥର ପାଇଁ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି । ଜେରୁଜେଲମ ଉପରେ ଇରାନୀ ସେନା ୧୮୦ରୁ ଅଧିକ ରକେଟ୍ ମାଡ଼ କରିଛି । ଫିଲିସ୍ତାନୀଙ୍କ ହକ୍ ପାଇଁ ଆବଶ୍ୟକ ପଡ଼ିଲେ ପୁଣି ବଡ଼ ହମଲା ହେବ । ଖାମେନି ନାଁ ନନେଇ ଆମେରିକାକୁ ଟାର୍ଗେଟ୍ କରିଛନ୍ତି । ତେହରାନର ଗ୍ରାଣ୍ଡ ମସଜିଦରୁ ଅରବ ଦେଶ ସମେତ ଦୁନିଆ ସବୁ ମୁସଲମାନମାନଙ୍କୁ ଏକ ହେବାକୁ ଅପିଲ୍ କରିଛନ୍ତି । ବିଶ୍ବରେ ଏବେ ମୁସଲମାନଙ୍କ ବିରୋଧରେ ବିନାଶର ଷଡ଼ଯନ୍ତ୍ର ଚାଲିଛି । ତେଣୁ ଶତ୍ରୁ ବିରୋଧରେ ସତର୍କତାର ସହ ଲଢ଼ିବାକୁ ପଡ଼ିବ ବୋଲି କହିଛନ୍ତି । ଏହା ସହିତ ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଧୀରେ ଧୀରେ ଭୀଷଣ ରୂପ ଧାରଣ କରୁଛି । ପ୍ରଥମ ଇସ୍ରାଏଲ-ଫିଲିସ୍ତିନୀ ପରେ ଇସ୍ରାଏଲ-ଲେବାନନ ଏବଂ ଇସ୍ରାଏଲ ଓ ଇରାନ ମଧ୍ୟରେ ଟକ୍କର ଚାଲିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଆତଙ୍କବାଦୀ ସଂଗଠନ ମୂଳପୋଛ ନହେବା ଯାଏ ଆଇଡିଏଫ ଆକ୍ରମଣରୁ ପଛଘୂଞ୍ଚା   ଦେବ ନାହିଁ ।....