ରିଫଣ୍ଡ କ୍ଲେମ କରୁ ନାହାନ୍ତି ‘ସାହାରା’ ନିବେଶକ! ଆକ୍ସନ ମୋଡରେ ସରକାର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ ‘ସିରିୟସ ଫଣ୍ଡ ଇନଭେଷ୍ଟିଗେସନ ଅଫିସ’ (ଏସଅଫଆଇଓ) ସାହାରା ସମୂହ କମ୍ପାନୀ ସମ୍ପର୍କିତ ମାମଲାର ବିସ୍ତୃତ ଯାଞ୍ଚ କରୁଛନ୍ତି ଓ ଏହାର ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ। ସଦନର ପ୍ରଶ୍ନ କାଳରେ ସପ୍ଲିମିଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ସୀତାରମଣ କହିଛନ୍ତି ଯେ ସାହାରା ସମୂହର ସମ୍ପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ନଜର ରଖିଛନ୍ତି ଓ ସରକାର ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ କାମ କରୁଛନ୍ତି। ସେ କହିଛନ୍ତି ଯେ ‘ଏହା ସତ୍ୟ ଯେ କେବଳ ଛୋଟ ନିବେଶକ ରିଫଣ୍ଡ କ୍ଲେମ କରିବାକୁ ଆଗକୁ ଆସିଛନ୍ତି। ଏସଏଫଆଇଓ ପୁରା ମାମଲାର ଯାଞ୍ଚ କରୁଥନ୍ତି। ଏହା ବି ଦେଖୁଛନ୍ତି ଯେ ସବୁ ନିବେଶକ ରିଫଣ୍ଡ କ୍ଲେମ କରିବାକୁ ଆଗକୁ କାହିଁକି ଆସୁ ନାହାନ୍ତି ଓ ସେମାନେ କେଉଁଠି ଅଛନ୍ତି’? ମନ୍ତ୍ରୀ କହିଛନ୍ତି ଯେ ଏସଏଫଆଇଓଙ୍କ ଯାଞ୍ଚ ପରେ ପୁରା ଛବି ସ୍ପଷ୍ଟ ହୋଇଯିବ ଓ କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ସାହାରା ସମୂହ କମ୍ପାନୀରେ ମୋଟ ୩.୭ କୋଟି ନିବେଶକ ଅଛନ୍ତି ଓ ଏପର୍ଯ୍ୟନ୍ତ ମାତ୍ର ୧୯,୬୫୦ ଜଣ ରିଫଣ୍ଡ ଦାବି କରିବା ପାଇଁ ଆଗକୁ ଆସିଛନ୍ତି। ମନ୍ତ୍ରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ କରାଯାଇଥିବା କ୍ଲେମ ମଧ୍ୟରୁ ୧୭,୨୫୦ କ୍ଲେମର ସମାଧାନ କରାଯାଇଛି ଓ ଅନ୍ୟ ଆବେଦନକାରୀଙ୍କୁ ବାକି କାଗଜପତ୍ର ଉପଲବ୍ଧ କରିବାକୁ କୁହାଯାଇଛି, ଯାହା ଦ୍ୱାରା ସ

ରିଫଣ୍ଡ କ୍ଲେମ କରୁ ନାହାନ୍ତି ‘ସାହାରା’ ନିବେଶକ! ଆକ୍ସନ ମୋଡରେ ସରକାର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ ‘ସିରିୟସ ଫଣ୍ଡ ଇନଭେଷ୍ଟିଗେସନ ଅଫିସ’ (ଏସଅଫଆଇଓ) ସାହାରା ସମୂହ କମ୍ପାନୀ ସମ୍ପର୍କିତ ମାମଲାର ବିସ୍ତୃତ ଯାଞ୍ଚ କରୁଛନ୍ତି ଓ ଏହାର ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରାଯିବ। ସଦନର ପ୍ରଶ୍ନ କାଳରେ ସପ୍ଲିମିଣ୍ଟାରୀ ପ୍ରଶ୍ନର ଉତ୍ତର ଦେଇ ସୀତାରମଣ କହିଛନ୍ତି ଯେ ସାହାରା ସମୂହର ସମ୍ପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ନଜର ରଖିଛନ୍ତି ଓ ସରକାର ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ କାମ କରୁଛନ୍ତି। 

ସେ କହିଛନ୍ତି ଯେ ‘ଏହା ସତ୍ୟ ଯେ କେବଳ ଛୋଟ ନିବେଶକ ରିଫଣ୍ଡ କ୍ଲେମ କରିବାକୁ ଆଗକୁ ଆସିଛନ୍ତି। ଏସଏଫଆଇଓ ପୁରା ମାମଲାର ଯାଞ୍ଚ କରୁଥନ୍ତି। ଏହା ବି ଦେଖୁଛନ୍ତି ଯେ ସବୁ ନିବେଶକ ରିଫଣ୍ଡ କ୍ଲେମ କରିବାକୁ ଆଗକୁ କାହିଁକି ଆସୁ ନାହାନ୍ତି ଓ ସେମାନେ କେଉଁଠି ଅଛନ୍ତି’? ମନ୍ତ୍ରୀ କହିଛନ୍ତି ଯେ ଏସଏଫଆଇଓଙ୍କ ଯାଞ୍ଚ ପରେ ପୁରା ଛବି ସ୍ପଷ୍ଟ ହୋଇଯିବ ଓ କାର୍ଯ୍ୟାନୁଷ୍ଠାନ କରାଯିବ। ସେ କହିଛନ୍ତି ଯେ ସାହାରା ସମୂହ କମ୍ପାନୀରେ ମୋଟ ୩.୭ କୋଟି ନିବେଶକ ଅଛନ୍ତି ଓ ଏପର୍ଯ୍ୟନ୍ତ ମାତ୍ର ୧୯,୬୫୦ ଜଣ ରିଫଣ୍ଡ ଦାବି କରିବା ପାଇଁ ଆଗକୁ ଆସିଛନ୍ତି। 

ମନ୍ତ୍ରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ କରାଯାଇଥିବା କ୍ଲେମ ମଧ୍ୟରୁ ୧୭,୨୫୦ କ୍ଲେମର ସମାଧାନ କରାଯାଇଛି ଓ ଅନ୍ୟ ଆବେଦନକାରୀଙ୍କୁ ବାକି କାଗଜପତ୍ର ଉପଲବ୍ଧ କରିବାକୁ କୁହାଯାଇଛି, ଯାହା ଦ୍ୱାରା ସେମାନଙ୍କ କ୍ଲେମ ସେଟଲମେଟ କରାଯାଇ ପାରିବ। ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାର ଚାହିଁକରି ମଧ୍ୟ ସାହାରା ସମୂହ କମ୍ପାନୀଙ୍କ ମାମଲାରେ କିଛି କରିପାରିବେ ନାହିଁ। କାରଣ ସବୁ ଜିନିଷକୁ ସୁପ୍ରିମକୋର୍ଟ ବୁଝାବୁଝି କରୁଛନ୍ତି। 

ଏଣୁ ଆମେ ଉଚ୍ଚନ୍ୟାୟାଳୟଙ୍କୁ ଲଗାତାର ରିପୋର୍ଟ କରୁଛୁ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୨୦୨୩ରେ ଅର୍ଥମନ୍ତ୍ରାଳୟ ଦ୍ୱାରା ସଂସଦକୁ ଉପଲବ୍ଧ କରାଯାଇଥିବା ତଥ୍ୟ ଅନୁସାରେ ସାହାରା ସମୂହର ୩ କମ୍ପାନୀଙ୍କ ମାମଲାର ଯାଞ୍ଚ  ୩୧ଅକ୍ଟୋବର ୨୦୧୮ରେ ଏସଏଫଆଇଓକୁ ଦିଆଯାଇଥିଲା।