ଭୟଙ୍କର ଗ୍ରୀଷ୍ମ ପ୍ରବାହ ନେଲାଣି ୪୧ ଜୀବନ: ୧୦୮ ଡିଗ୍ରୀ ତାପମାତ୍ରା ଯୋଗୁ ଯୁବକଙ୍କ ମୃତ୍ୟୁ ଚିନ୍ତାଜନକ

ନୂଆଦିଲ୍ଲୀ: ଭୟଙ୍କର ଗ୍ରୀଷ୍ମ ପ୍ରବାହ। ନେଲାଣି ୪୧ ଜୀବନ। ମଧ୍ୟପୂର୍ବ ଭାରତ ଓ ଉତ୍ତରଭାରତର ଏକାଧିକ ସ୍ଥାନରେ ପାରା ୪୫ ଡିଗ୍ରୀ ପାର୍ ହୋଇଯାଉଛି। ସବୁଠାରୁ ବଡ଼ କଥା ହେଲା ବୁଧବାର ଦିଲ୍ଲୀର ତାପମାତ୍ରା ଐତିହାସିକ ରେକର୍ଡ କରି ୫୨ ଡିଗ୍ରୀ ସେଲସିୟସ ପାର୍ ହୋଇଥିଲା। ମଝିରେ ମଝିରେ ଯଦିଓ ବର୍ଷା ହେଉଛି, ହେଲେ ଗୁଳୁଗୁଳି କମୁ ନାହିଁ। ପାଣିପାଗ ବିଭାଗ କହିଛି ମେ ୩୧ ଓ ଜୁନ ୧ ତାରିଖ ସୁଦ୍ଧା ଉତ୍ତର ପ୍ରଦେଶ, ହରିଆଣା, ଚଣ୍ଡିଗଡ଼ ଓ ଦିଲ୍ଲୀରେ ଧୂଳି ଝଡ଼ ହେବ।  ଗୁରୁବାର ଦିଲ୍ଲୀରେ ତାପମାତ୍ର ୪୫.୬ ଡିଗ୍ରୀ ସେଲସିୟସ ହୋଇଥିଲା। ଯାହା ସାମାନ୍ୟ ତାପମାତ୍ରା ଠାରୁ ୫.୨ ଡିଗ୍ରୀ ସେଲସିୟସ ଅଧିକ ହୋଇଥିଲା। ସେହିପରି ଅଂଶୁଘାତ ଯୋଗୁ ବିହାରରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଔରଙ୍ଗାବାଦରୁ ୧୨ ଜଣ, ଆର୍ରାହରୁ ୬, ବକ୍ସରରୁ ୨ ଜଣଙ୍କର ମୃତ୍ୟୁ ହୋଇଛଇ। ସେହିପରି ଓଡ଼ିଶାର ରାଉରକେଲାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ପାଲାମୁ, ଏବଂ ରାଜସ୍ଥାନରୁ ୫ ଜଣ ଲେଖାଏଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁପି ସୁଲତାନପୁରରୁ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଯାହା ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି ତାହା ହେଲା ବିହାର ଦରଭଙ୍ଗାରେ ହୋଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ। ଅତ୍ୟଧିକ ଗରମ ଯୋଗୁ ତାଙ୍କ ଶରୀର ତାପମାତ୍ରା ୧୦୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଥିଲା। ଯାହା ସାଧାରଣ ଡିଗ୍ରୀ ଠାରୁ ୧୦ ଡିଗ୍ରୀ ଅଧିକ ହୋଇଯାଇଥି

ଭୟଙ୍କର ଗ୍ରୀଷ୍ମ ପ୍ରବାହ ନେଲାଣି ୪୧ ଜୀବନ: ୧୦୮ ଡିଗ୍ରୀ ତାପମାତ୍ରା ଯୋଗୁ ଯୁବକଙ୍କ ମୃତ୍ୟୁ ଚିନ୍ତାଜନକ

ନୂଆଦିଲ୍ଲୀ: ଭୟଙ୍କର ଗ୍ରୀଷ୍ମ ପ୍ରବାହ। ନେଲାଣି ୪୧ ଜୀବନ। ମଧ୍ୟପୂର୍ବ ଭାରତ ଓ ଉତ୍ତରଭାରତର ଏକାଧିକ ସ୍ଥାନରେ ପାରା ୪୫ ଡିଗ୍ରୀ ପାର୍ ହୋଇଯାଉଛି। ସବୁଠାରୁ ବଡ଼ କଥା ହେଲା ବୁଧବାର ଦିଲ୍ଲୀର ତାପମାତ୍ରା ଐତିହାସିକ ରେକର୍ଡ କରି ୫୨ ଡିଗ୍ରୀ ସେଲସିୟସ ପାର୍ ହୋଇଥିଲା। ମଝିରେ ମଝିରେ ଯଦିଓ ବର୍ଷା ହେଉଛି, ହେଲେ ଗୁଳୁଗୁଳି କମୁ ନାହିଁ। ପାଣିପାଗ ବିଭାଗ କହିଛି ମେ ୩୧ ଓ ଜୁନ ୧ ତାରିଖ ସୁଦ୍ଧା ଉତ୍ତର ପ୍ରଦେଶ, ହରିଆଣା, ଚଣ୍ଡିଗଡ଼ ଓ ଦିଲ୍ଲୀରେ ଧୂଳି ଝଡ଼ ହେବ।  

ଗୁରୁବାର ଦିଲ୍ଲୀରେ ତାପମାତ୍ର ୪୫.୬ ଡିଗ୍ରୀ ସେଲସିୟସ ହୋଇଥିଲା। ଯାହା ସାମାନ୍ୟ ତାପମାତ୍ରା ଠାରୁ ୫.୨ ଡିଗ୍ରୀ ସେଲସିୟସ ଅଧିକ ହୋଇଥିଲା। ସେହିପରି ଅଂଶୁଘାତ ଯୋଗୁ ବିହାରରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଔରଙ୍ଗାବାଦରୁ ୧୨ ଜଣ, ଆର୍ରାହରୁ ୬, ବକ୍ସରରୁ ୨ ଜଣଙ୍କର ମୃତ୍ୟୁ ହୋଇଛଇ। ସେହିପରି ଓଡ଼ିଶାର ରାଉରକେଲାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡ ପାଲାମୁ, ଏବଂ ରାଜସ୍ଥାନରୁ ୫ ଜଣ ଲେଖାଏଙ୍କର ମୃତ୍ୟୁ ହୋଇଥିବା ବେଳେ ୟୁପି ସୁଲତାନପୁରରୁ ଜଣଙ୍କର ମୃତ୍ୟୁ ହୋଇଛି। 

ତେବେ ଯାହା ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି ତାହା ହେଲା ବିହାର ଦରଭଙ୍ଗାରେ ହୋଇଥିବା ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ। ଅତ୍ୟଧିକ ଗରମ ଯୋଗୁ ତାଙ୍କ ଶରୀର ତାପମାତ୍ରା ୧୦୮ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଯାଇଥିଲା। ଯାହା ସାଧାରଣ ଡିଗ୍ରୀ ଠାରୁ ୧୦ ଡିଗ୍ରୀ ଅଧିକ ହୋଇଯାଇଥିଲା। ଏଥିରେ ତାଙ୍କର କିଡନୀ ଓ ଲିଭର ଭଳି ଅକାଧିକ ଅଙ୍ଗ ଫେଲ୍ ମାରିଥିଲା। ରାମ ମନହର ଲୋହିଆ ହସପିଟଳଲରେ ଡାକ୍ତରମାନଙ୍କ ଶତ ଚେଷ୍ଟା ଫଳରେ ତାଙ୍କର ମୃତ୍ୟୁ ହୋଇଯିବା ସତରେ ଚିନ୍ତାଜନକ।

ଓଡ଼ିଶାରେ ସ୍ଥିତି ସାଂଘାତିକ- ଜୁନ୍ ୧୦ ଯାଏଁ ଜଳିବ ପଶ୍ଚିମ ଓଡ଼ିଶା, ରାଜ୍ୟରେ ଭୟଙ୍କର ତାତି ନେଲାଣି ଅନେକ ଜୀବନ

ଗୁରୁବାର ଭାରତର କେତେକ ରାଜ୍ୟ- ରାଜସ୍ଥାନ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ,ଓଡ଼ିଶା, ପୂର୍ବ ମଧ୍ୟପ୍ରଦେଶ ଓ ବିଦର୍ଭରେ କେତେ ସ୍ଥାନରେ ତାପମାତ୍ରା ସର୍ବାଧିକ ୪୫-୪୮ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥିଲା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧପ୍ରଦେଶ ଉପକୂଳବର୍ତ୍ତି ଏରିଆ, ୟାନାମ, ଗୁଜରାଟ, ତେଲେଙ୍ଗାନା, ଏବଂ ରାୟଲସୀମାର କେତେକ ସ୍ଥାନରେ ତାପମାତ୍ରା ୪୩-୪୫ ଡିଗ୍ରୀ ସେଲସିୟସ ରହିଥିଲା। 

ତେବେ ମେ ୩୧ରୁ ଜୁନ ୧ ତାରିଖ ମଧ୍ୟରେ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାରେ ପ୍ରବଳରୁ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଗିପରି ଓଡ଼ିଶା ରାତିରେ ମଧ୍ୟ ପ୍ରବଳ ଗୁଳୁଳୁଗୁଳି ହେବ ବୋଲି ପାଣିପାଗ ବିଭାଗ କହିଛି।