ଦେଶରୁ ପଳାୟନ ବେଳେ ମାଡ଼ି ବସିଲା ଇଡି; ୩,୫୫୮ କୋଟି ଘୋଟାଲାର ମାଷ୍ଟର ମାଇଣ୍ଡ୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ । ୩,୫୫୮ କୋଟି ଘୋଟାଲାର ମାଷ୍ଟର ମାଇଣ୍ଡ ସୁଖବୀନ୍ଦର ସିଂହ ଖରୁର ଏବଂ ଡିମ୍ପଲ ଖରୁର ଗିରଫ । ଦୁଇ ଅଭିଯୁକ୍ତ ଦେଶ ଛାଡ଼ି ପଳାୟନ କରୁଥିବା ବେଳେ ବାନ୍ଧିଲା ଇଡି ଟିମ୍ । ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିବାରୁ ଦୁହିଁଙ୍କୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି ।ଇଡି ଅଧିକାରୀଙ୍କ ଅନୁଯାୟୀ, ଏହି ଗିରଫଦାରୀ ଭ୍ୟୁନାଓ ମାର୍କେଟିଂ ସର୍ଭିସେସ୍ ଲିମିଟେଡ୍ ଏବଂ ଏହା ସହିତ ଜଡ଼ିତ କମ୍ପାନି ମାନଙ୍କ ବିରୋଧରେ ଅର୍ଥ ହେରଫେରକୁ ନେଇ ହେଉଛି । ସୁଖବୀନ୍ଦର ସିଂହ ଖରୁର ଏବଂ ଡିମ୍ପଲ ଖରୁର ଗିରଫ କରିବା ପରେ ଇଡି ଟିମ୍ ଜଳନ୍ଧର କୋର୍ଟରେ ହାଜର କରିଥିଲା । ତେବେ ଅଦାଲତ ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ଇଡି ହେପାଜତକୁ ପଠାଇଛନ୍ତି । ଏହି ଘୋଟଲା 'Cloud Particle Scam' ନାଁରେ ପରିଚିତ । ଏହାର ନିର୍ଦ୍ଦେଶକଙ୍କୁ ସେଲ୍ ଆଣ୍ଡ୍ ଲିଜ୍-ବ୍ୟାଙ୍କ ମଡେଲ ଜରିଆରେ ଫସାଇ ଦିଆଯାଇଛି । ତଦନ୍ତ ଏଜେନ୍ସି ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ପୋଲିସ ଦ୍ବାରା ମାମଲା ରୁଜୁ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ନେଇଛି । ପ୍ରାଥମିକ ଯାଞ୍ଚରୁ ସାମ୍ନାକୁ ଆସିଛି ଯେ, ଭ୍ୟୁନାଓ ମାର୍କେଟିଂ ସର୍ଭିସେସ୍ ଗ୍ରୁପର ସିଇଓ ଏବଂ ସଂସ୍ଥାପକ ସୁଖବୀନ୍ଦର ସିଂହ ଖରୁର ନିଜ ସହଯୋଗୀଙ୍କ ସହିତ ମିଶି ଏହି ଘୋଟାଲା କରିଛନ

ଦେଶରୁ ପଳାୟନ ବେଳେ ମାଡ଼ି ବସିଲା ଇଡି; ୩,୫୫୮ କୋଟି ଘୋଟାଲାର ମାଷ୍ଟର ମାଇଣ୍ଡ୍ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍ । ୩,୫୫୮ କୋଟି ଘୋଟାଲାର ମାଷ୍ଟର ମାଇଣ୍ଡ ସୁଖବୀନ୍ଦର ସିଂହ ଖରୁର ଏବଂ ଡିମ୍ପଲ ଖରୁର ଗିରଫ । ଦୁଇ ଅଭିଯୁକ୍ତ ଦେଶ ଛାଡ଼ି ପଳାୟନ କରୁଥିବା ବେଳେ ବାନ୍ଧିଲା ଇଡି ଟିମ୍ । ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଥିବାରୁ ଦୁହିଁଙ୍କୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି ।

ଇଡି ଅଧିକାରୀଙ୍କ ଅନୁଯାୟୀ, ଏହି ଗିରଫଦାରୀ ଭ୍ୟୁନାଓ ମାର୍କେଟିଂ ସର୍ଭିସେସ୍ ଲିମିଟେଡ୍ ଏବଂ ଏହା ସହିତ ଜଡ଼ିତ କମ୍ପାନି ମାନଙ୍କ ବିରୋଧରେ ଅର୍ଥ ହେରଫେରକୁ ନେଇ ହେଉଛି । ସୁଖବୀନ୍ଦର ସିଂହ ଖରୁର ଏବଂ ଡିମ୍ପଲ ଖରୁର ଗିରଫ କରିବା ପରେ ଇଡି ଟିମ୍ ଜଳନ୍ଧର କୋର୍ଟରେ ହାଜର କରିଥିଲା । ତେବେ ଅଦାଲତ ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ଇଡି ହେପାଜତକୁ ପଠାଇଛନ୍ତି । ଏହି ଘୋଟଲା 'Cloud Particle Scam' ନାଁରେ ପରିଚିତ । ଏହାର ନିର୍ଦ୍ଦେଶକଙ୍କୁ ସେଲ୍ ଆଣ୍ଡ୍ ଲିଜ୍-ବ୍ୟାଙ୍କ ମଡେଲ ଜରିଆରେ ଫସାଇ ଦିଆଯାଇଛି । ତଦନ୍ତ ଏଜେନ୍ସି ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ପୋଲିସ ଦ୍ବାରା ମାମଲା ରୁଜୁ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ନେଇଛି । ପ୍ରାଥମିକ ଯାଞ୍ଚରୁ ସାମ୍ନାକୁ ଆସିଛି ଯେ, ଭ୍ୟୁନାଓ ମାର୍କେଟିଂ ସର୍ଭିସେସ୍ ଗ୍ରୁପର ସିଇଓ ଏବଂ ସଂସ୍ଥାପକ ସୁଖବୀନ୍ଦର ସିଂହ ଖରୁର ନିଜ ସହଯୋଗୀଙ୍କ ସହିତ ମିଶି ଏହି ଘୋଟାଲା କରିଛନ୍ତି ।