ଭାରତୀୟ IPOରେ ଅଧିକ ରିଟର୍ଣ୍ଣ; ଏଯାବତ୍ ମିଳିଛି ୫୭%, ବିଶ୍ବ ହାରାହାରିର ଦୁଇ ଗୁଣା

ମୁମ୍ବାଇ,୧୨/୭: ଭାରତୀୟ ଆଇପିଓରେ ସମଗ୍ର ବିଶ୍ୱରେ  ଭଲ ରିଟର୍ଣ୍ଣ ମିଳୁଛି । ୬ ମାସରେ ଆସିଥିବା ୩୬ଟି ପ୍ରାଥମିକ ପବ୍ଲିକ ଅଫର ଲିଷ୍ଟିଂଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୫୭ ପ୍ରତିଶତ ରିଟର୍ଣ୍ଣ ମିଳିଛି । ଏହା ତୁଳନାରେ ଏସିଆ ପାସିଫିକ୍‌ କ୍ଷେତ୍ରରେ ଆସିଥିବା ଆଇପିଓଗୁଡ଼ିକ ୩୨ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି । ଏହା ବିଶ୍ୱ ହାରାହାରିର ଦୁଇଗୁଣା । ଆସନ୍ତା ୬ ମାସରେ ଆଉ ୧୫ଟି  ଆଇପିଓ ଆସିପାରେ,  ଯାହା ଜରିଆରେ କମ୍ପାନିଗୁଡ଼ିକ ମିଳିତ ଭାବେ ପ୍ରାୟ ୯୧ ହଜାର କୋଟି ଟଙ୍କା ସଂଗ୍ରହ କରିପାରନ୍ତି । ପ୍ରାଇମ୍‌ ଡାଟାବେସ୍‌ ଗ୍ରୁପ୍‌ର ତଥ୍ୟ  ଅନୁସାରେ, ଏଯାବତ୍‌ ଆସିଥିବା ୩୬ଟି ଆଇପିଓ ଜରିଆରେ ପ୍ରାୟ ୮୮.୫ ହଜାର କୋଟି ଟଙ୍କା ସଂଗ୍ରହ ହୋଇପାରେ । ଏହି  ଆଇପିଓଗୁଡ଼ିକ ହାରାହାରି ୧୨ ଗୁଣା ଓଭର୍‌  ସବ୍‌ସ୍କ୍ରାଇବ୍‌ ହୋଇଛି । ପ୍ରାଇମ୍‌ ଡାଟାବେସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଣବ  ହଲ୍‌ଦିଆଙ୍କ କହିବାନୁସାରେ, ଏହି ଟ୍ରେଣ୍ଡ୍‌ ଜାରି ରହିବ । ନିବେଶ ବ୍ୟାଙ୍କଗୁଡ଼ିକର  ସେୟାର ବିକ୍ରିକୁ ପରିଚାଳନା କରିବା ପାଇଁ  ଗତ ୬ ମାସରେ ୨,୦୩୮ କୋଟି ଟଙ୍କାର ଫି’  ମିଳିଛି । ଏହା ୧୭ ବର୍ଷରେ ସବୁଠାରୁ ଅଧିକ ଆୟ । ଆର୍ଥିକ ବଜାର ଡାଟା ପ୍ରୋଭାଇଡର  ଏଲ୍‌ଏସ୍‌ଇଜି ଡାଟା ଆଣ୍ଡ୍‌ ଆନାଲିଟିକ୍ସର ତଥ୍ୟ  ଅନୁସାରେ, ଇକ୍ୱିଟି କ୍ୟାପିଟାଲ ମାର୍କେଟ୍‌ ଗତବିଧି ଜରିଆରେ ସଂଗୃହିତ ପୁଞ୍ଜି ୨.୫ ଗୁଣା  ବଢ଼ି ୨.୪୬ ଲ

ଭାରତୀୟ IPOରେ ଅଧିକ ରିଟର୍ଣ୍ଣ; ଏଯାବତ୍ ମିଳିଛି ୫୭%, ବିଶ୍ବ ହାରାହାରିର ଦୁଇ ଗୁଣା

ମୁମ୍ବାଇ,୧୨/୭: ଭାରତୀୟ ଆଇପିଓରେ ସମଗ୍ର ବିଶ୍ୱରେ  ଭଲ ରିଟର୍ଣ୍ଣ ମିଳୁଛି । ୬ ମାସରେ ଆସିଥିବା ୩୬ଟି ପ୍ରାଥମିକ ପବ୍ଲିକ ଅଫର ଲିଷ୍ଟିଂଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ୫୭ ପ୍ରତିଶତ ରିଟର୍ଣ୍ଣ ମିଳିଛି । ଏହା ତୁଳନାରେ ଏସିଆ ପାସିଫିକ୍‌ କ୍ଷେତ୍ରରେ ଆସିଥିବା ଆଇପିଓଗୁଡ଼ିକ ୩୨ପ୍ରତିଶତ ରିଟର୍ଣ୍ଣ ଦେଇଛନ୍ତି । ଏହା ବିଶ୍ୱ ହାରାହାରିର ଦୁଇଗୁଣା । ଆସନ୍ତା ୬ ମାସରେ ଆଉ ୧୫ଟି  ଆଇପିଓ ଆସିପାରେ,  ଯାହା ଜରିଆରେ କମ୍ପାନିଗୁଡ଼ିକ ମିଳିତ ଭାବେ ପ୍ରାୟ ୯୧ ହଜାର କୋଟି ଟଙ୍କା ସଂଗ୍ରହ କରିପାରନ୍ତି । 

ପ୍ରାଇମ୍‌ ଡାଟାବେସ୍‌ ଗ୍ରୁପ୍‌ର ତଥ୍ୟ  ଅନୁସାରେ, ଏଯାବତ୍‌ ଆସିଥିବା ୩୬ଟି ଆଇପିଓ ଜରିଆରେ ପ୍ରାୟ ୮୮.୫ ହଜାର କୋଟି ଟଙ୍କା ସଂଗ୍ରହ ହୋଇପାରେ । ଏହି  ଆଇପିଓଗୁଡ଼ିକ ହାରାହାରି ୧୨ ଗୁଣା ଓଭର୍‌  ସବ୍‌ସ୍କ୍ରାଇବ୍‌ ହୋଇଛି । ପ୍ରାଇମ୍‌ ଡାଟାବେସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଣବ  ହଲ୍‌ଦିଆଙ୍କ କହିବାନୁସାରେ, ଏହି ଟ୍ରେଣ୍ଡ୍‌ ଜାରି ରହିବ । ନିବେଶ ବ୍ୟାଙ୍କଗୁଡ଼ିକର  ସେୟାର ବିକ୍ରିକୁ ପରିଚାଳନା କରିବା ପାଇଁ  ଗତ ୬ ମାସରେ ୨,୦୩୮ କୋଟି ଟଙ୍କାର ଫି’  ମିଳିଛି । ଏହା ୧୭ ବର୍ଷରେ ସବୁଠାରୁ ଅଧିକ ଆୟ । ଆର୍ଥିକ ବଜାର ଡାଟା ପ୍ରୋଭାଇଡର  ଏଲ୍‌ଏସ୍‌ଇଜି ଡାଟା ଆଣ୍ଡ୍‌ ଆନାଲିଟିକ୍ସର ତଥ୍ୟ  ଅନୁସାରେ, ଇକ୍ୱିଟି କ୍ୟାପିଟାଲ ମାର୍କେଟ୍‌ ଗତବିଧି ଜରିଆରେ ସଂଗୃହିତ ପୁଞ୍ଜି ୨.୫ ଗୁଣା  ବଢ଼ି ୨.୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।  ଏହା କୌଣସି ୬ ମାସରେ ସବୁଠାରୁ ଉଚ୍ଚ  ସ୍ତର । ଇସିଏମ୍‌ରେ ଆଇପିଓ, ବ୍ଲକ୍‌ ଡିଲ୍‌  ଜରିଆରେ ଫଲୋ-ଅନ୍‌ ଅଫରିଙ୍ଗ୍‌ସ,  ଫଲୋ-ଅନ୍‌ ପବ୍ଲିକ୍‌ ଅଫରିଙ୍ଗ୍‌ସ ଏବଂ କ୍ୱାଲିଫାଏଡ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌  ପ୍ଲେସ୍‌ମେଣ୍ଟ୍‌ସ ସାମିଲ ଅଛି ।