ପ୍ରକାଶ ପାଇଲା ଆରଆଇ, ଏଆରଆଇ ପରୀକ୍ଷା, ସମସ୍ତେ ପ୍ରିଲିମ ପାସ୍‌

ଭୁବନେଶ୍ୱର : ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ଆଜି ରାଜସ୍ୱ ନିରୀକ୍ଷକ (RI), ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା (ICDS) ସୁପରଭାଇଜର, ସହକାରୀ ରାଜସ୍ୱ ନିରୀକ୍ଷକ (ARI), AMIN, ଏବଂ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର (SFS) ପଦବୀ ପାଇଁ ଅନୁଷ୍ଠିତ ମିଳିତ ନିଯୁକ୍ତି ପ୍ରାରମ୍ଭିକ ପରୀକ୍ଷା୨୦୨୩ ର ଫଳାଫଳ ଘୋଷଣା ହୋଇଛି ।  ଗତ ଅକ୍ଟୋବର ମାସରେ ହୋଇଥିବା ରାଜସ୍ଵ ନିରୀକ୍ଷକ(ଆରଆଇ), ସହକାରୀ ରାଜସ୍ଵ ନିରୀକ୍ଷକ(ଏଆରଆଇ), ଆଇସିଡିଏସ ସୁପରଭାଇଜର ଏବଂ ଅମିନ ପରୀକ୍ଷା […] The post ପ୍ରକାଶ ପାଇଲା ଆରଆଇ, ଏଆରଆଇ ପରୀକ୍ଷା, ସମସ୍ତେ ପ୍ରିଲିମ ପାସ୍‌ appeared first on KNews Odisha.

ପ୍ରକାଶ ପାଇଲା ଆରଆଇ, ଏଆରଆଇ ପରୀକ୍ଷା, ସମସ୍ତେ ପ୍ରିଲିମ ପାସ୍‌
ri exam

ଭୁବନେଶ୍ୱର : ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSSC) ଆଜି ରାଜସ୍ୱ ନିରୀକ୍ଷକ (RI), ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା (ICDS) ସୁପରଭାଇଜର, ସହକାରୀ ରାଜସ୍ୱ ନିରୀକ୍ଷକ (ARI), AMIN, ଏବଂ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର (SFS) ପଦବୀ ପାଇଁ ଅନୁଷ୍ଠିତ ମିଳିତ ନିଯୁକ୍ତି ପ୍ରାରମ୍ଭିକ ପରୀକ୍ଷା୨୦୨୩ ର ଫଳାଫଳ ଘୋଷଣା ହୋଇଛି ।  ଗତ ଅକ୍ଟୋବର ମାସରେ ହୋଇଥିବା ରାଜସ୍ଵ ନିରୀକ୍ଷକ(ଆରଆଇ), ସହକାରୀ ରାଜସ୍ଵ ନିରୀକ୍ଷକ(ଏଆରଆଇ), ଆଇସିଡିଏସ ସୁପରଭାଇଜର ଏବଂ ଅମିନ ପରୀକ୍ଷା ଦେଇଥିବା ସମସ୍ତ ପରିକ୍ଷାର୍ଥୀ ପ୍ରିଲିମ ପରୀକ୍ଷାରେ ପାସ୍‌ ହୋଇଛନ୍ତି।

ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସଏସଏସସି) ପକ୍ଷରୁ ବୁଧବାର ଏ ନେଇ ସୂଚନା ଦିଆଯାଇଛି । କମିଶନଙ୍କ ଅନୁଯାୟୀ, ପରୀକ୍ଷାରେ କପି କରି ଧରାପଡ଼ିଥିବା  ନଅ ଜଣ ପ୍ରାର୍ଥୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ମୁଖ୍ୟ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି।  ମୁଖ୍ୟ ପରୀକ୍ଷା ଲାଗି ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

ମୁଖ୍ୟ ପରୀକ୍ଷାର ତାରିଖ ଏବଂ ପଦ୍ଧତି ସଠିକ ସମୟରେ ସୂଚିତ କରାଯିବ ବୋଲି OSSSC ସୂଚନା ଦେଇଛି। ପ୍ରାର୍ଥୀମାନଙ୍କୁ ଅପଡେଟ୍ ପାଇଁ ନିୟମିତ ବ୍ୟବଧାନରେ କମିଶନର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Also read: ୨୦୨୫ ECOSOC ଯୁବ ଫୋରମରେ ମତ ଉପସ୍ଥାପନ କଲା କିସ୍

The post ପ୍ରକାଶ ପାଇଲା ଆରଆଇ, ଏଆରଆଇ ପରୀକ୍ଷା, ସମସ୍ତେ ପ୍ରିଲିମ ପାସ୍‌ appeared first on KNews Odisha.