ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ, ପୋଲିସ୍ ତଦନ୍ତ ଆରମ୍ଭ

ଆନନ୍ଦପୁର : ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ଅଭିଯୋଗ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା  ପନ୍ଦାଡୋ ଅଞ୍ଚଳରେ । ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ । ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାରରେ ଅପହୃତ ସନାତନ ନାୟକ ପୂର୍ବରୁ  ଜେଲ୍ ରେ ତିନିମାସ […] The post ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ, ପୋଲିସ୍ ତଦନ୍ତ ଆରମ୍ଭ appeared first on KNews Odisha.

ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ, ପୋଲିସ୍ ତଦନ୍ତ ଆରମ୍ଭ
ps

ଆନନ୍ଦପୁର : ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ । ଘଟଣା ପଛରେ ଟଙ୍କା କାରବାର ଅଭିଯୋଗ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା  ପନ୍ଦାଡୋ ଅଞ୍ଚଳରେ । ପନ୍ଦାଡୋ ଗାଁର ନରେନ୍ଦ୍ର ନାୟକ ପୁଅ ସନାତନ ସହ ଆଜି ହାଟଡିହି କୋର୍ଟକୁ ଏକ ମାମଲାରେ ହାଜିରା ପାଇଁ ଯାଇଥିଲେ । ସୁକୁମାର ପଳତା ନାମକ ବ୍ଯକ୍ତିଙ୍କ ଅଭିଯୋଗରେ ଏକ ଆର୍ଥିକ କାରବାରରେ ଅପହୃତ ସନାତନ ନାୟକ ପୂର୍ବରୁ  ଜେଲ୍ ରେ ତିନିମାସ ରହି ବେଲ୍ ରେ ଆସିଥିଲା ।  ଆଜି ଥିଲା ଉକ୍ତ କେସ୍ ର ତାରିଖ ।

କୋର୍ଟରେ ତାରିଖ ସାରି ଉଭୟ ବାପ ପୁଅ ଘରକୁ ଫେରୁଥିବା ସମୟରେ ହାଟଡିହି ବ୍ଲକ୍ ନାହାଳିଆ ପୋଲ ନିକଟରେ ଜଗି ରହିଥିବା କିଛି ଦୁର୍ବୃତ୍ତ ଉଭୟ ବାପ ପୁଅଙ୍କୁ ମାଡ ମାରି ବାପା ନରେନ୍ଦ୍ରଙ୍କୁ ଅଚେତ ଅବସ୍ଥାରେ ପକାଇଦେଇ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ତେବେ ସୁକୁମାର ପଳାତଙ୍କ ଇଙ୍ଗିତରେ ଏଭଳି କାଣ୍ଡ ହୋଇଥିବା ପୋଲିସ୍ ନିକଟରେ ଅଭିଯୋଗ ହୋଇଛି । ଅପହରଣ ପରେ ଘରଲୋକଙ୍କୁ ଫୋନ୍ କରି ୫ଲକ୍ଷ ଟଙ୍କା ଦାବି କରିଛନ୍ତି ଅପହରଣକାରୀ । ଅନ୍ଯପଟେ ଗୁରୁତର ଅବସ୍ଥାରେ ବାପା ନରେନ୍ଦ୍ରଙ୍କୁ ଆନନ୍ଦପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି। ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

 

The post ବାପାକୁ ମାଡ ମାରି ପୁଅକୁ ଅପହରଣ ଅଭିଯୋଗ, ପୋଲିସ୍ ତଦନ୍ତ ଆରମ୍ଭ appeared first on KNews Odisha.