ରାଜ୍ୟରେ ଅଗ୍ନିବର୍ଷା, ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହ ଡହ ତାତିରେ ସିଝୁଛି ସାରା ଓଡ଼ିଶା । ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ବର ଆର୍ଦ୍ରତା ୭୧.୬% ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି […] The post ରାଜ୍ୟରେ ଅଗ୍ନିବର୍ଷା, ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ appeared first on KNews Odisha.

ରାଜ୍ୟରେ ଅଗ୍ନିବର୍ଷା, ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ
heat wave

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା । ଡହ ଡହ ତାତିରେ ସିଝୁଛି ସାରା ଓଡ଼ିଶା । ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ରାଜଧାନୀରେ ଅସହ୍ୟ ଗୁଳୁଗୁଳି । ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ବର ଆର୍ଦ୍ରତା ୭୧.୬% ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା ।

ସେପଟେ ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ । ୨୪ ଘଣ୍ଟା ମଧ୍ୟରେ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ । ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ :  ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ, ଜୁନ୍ ଦ୍ବିତୀୟ ସପ୍ତାହରେ ସ୍ପର୍ଶ କରିବ ଓଡ଼ିଶା

The post ରାଜ୍ୟରେ ଅଗ୍ନିବର୍ଷା, ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ appeared first on KNews Odisha.