ଦୁଇ କିନ୍ନରଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ଘଟଣା, ୭ ଜଣଙ୍କୁ ଅଟକ ରଖିଛି ପୋଲିସ

ଭଦ୍ରକ ୦୭।୦୩ : କିନ୍ନରଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଘଟଣା । ଏହି ମାମଲାରେ ସାତ ଜଣଙ୍କୁ ଅଟକ ଜେରା କରୁଛି ପୋଲିସ। ଏହାସହିତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  ଗୁରୁବାର ରାତି ୮ଟା ସମୟରେ ଭଦ୍ରକ ଚରମ୍ପା ଡଗରାସାହି ଅଞ୍ଚଳର ଦୁଇ ଜଣ କିନ୍ନର ଘରକୁ ଫେରୁଥିଲେ । ଏହି ସମୟରେ ଧାମରା ବ୍ରିଜ୍‌ ପାଖରେ ଆଠ ଜଣ ଦୁର୍ବୃତ ଗାଡି କିନ୍ନରଙ୍କ ସମ୍ମୁଖରେ ଗାଡି ରଖି ପ୍ରବଳ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏପିରିକି ଜୋର ଜବରଦସ୍ତ ଗାଡ଼ିରେ ନେଉଥିବା ବେଳେ କିନ୍ନରମାନେ ସେମାନଙ୍କ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ । ଆଉ ପରିବାର ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ କିନ୍ନରଙ୍କୁ ଉଦ୍ଧାର କରି ସହ ସାତ ଜଣ ଦୁର୍ବୃତ୍ତଙ୍କ କାବୁ କରିଥିଲେ । ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।  

ଦୁଇ କିନ୍ନରଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ଘଟଣା, ୭ ଜଣଙ୍କୁ ଅଟକ ରଖିଛି ପୋଲିସ

ଭଦ୍ରକ ୦୭।୦୩ : କିନ୍ନରଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବା ଘଟଣା । ଏହି ମାମଲାରେ ସାତ ଜଣଙ୍କୁ ଅଟକ ଜେରା କରୁଛି ପୋଲିସ। ଏହାସହିତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  

ଗୁରୁବାର ରାତି ୮ଟା ସମୟରେ ଭଦ୍ରକ ଚରମ୍ପା ଡଗରାସାହି ଅଞ୍ଚଳର ଦୁଇ ଜଣ କିନ୍ନର ଘରକୁ ଫେରୁଥିଲେ । ଏହି ସମୟରେ ଧାମରା ବ୍ରିଜ୍‌ ପାଖରେ ଆଠ ଜଣ ଦୁର୍ବୃତ ଗାଡି କିନ୍ନରଙ୍କ ସମ୍ମୁଖରେ ଗାଡି ରଖି ପ୍ରବଳ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ । ଏପିରିକି ଜୋର ଜବରଦସ୍ତ ଗାଡ଼ିରେ ନେଉଥିବା ବେଳେ କିନ୍ନରମାନେ ସେମାନଙ୍କ ପରିବାର ଲୋକଙ୍କୁ ଫୋନ୍‌ କରିଥିଲେ । ଆଉ ପରିବାର ଲୋକ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ କିନ୍ନରଙ୍କୁ ଉଦ୍ଧାର କରି ସହ ସାତ ଜଣ ଦୁର୍ବୃତ୍ତଙ୍କ କାବୁ କରିଥିଲେ । ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।