ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ
ଡେରାଡୁନ: ଏକକ ନାଗରିକ ସଂହିତା ଅର୍ଥାତ ୟୁନିଫର୍ମ ସିଭିଲ୍ କୋଡ୍(ୟୁସିସି) ଉପରେ ବିଶେଷଜ୍ଞ କମିଟିର ରିପୋର୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଏହାକୁ ବିଧେୟକ ଭାବେ ବିଧାନସଭାରେ ଆଗତ କରିବାର ପଥ ପରିଷ୍କାର ହୋଇଛି। ୟୁସିସିକୁ ମଞ୍ଜୁରୀ ପ୍ରଦାନ ପାଇଁ ୨୪ ଘଣ୍ଟା ଭିତରେ ରବିବାର ସନ୍ଧ୍ୟାରେ ପୁଷ୍କର ସିଂ ଧାମୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀଙ୍କ ସମ୍ମୁଖରେ ନାଗରିକ ସଂହିତା ଉପରେ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକ ପରେ କ୍ୟାବିନେଟ୍ ବିଶେଷଜ୍ଞଙ୍କ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ମଙ୍ଗଳବାର ବିଧେୟକକୁ ବିଧାନସଭାରେ ଉପସ୍ଥାପନ କରାଯିବ। ଏହା ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇପାରେ ଯେଉଁଠି ୟୁସିସି ଲାଗୁ ହେବ। Also read- ‘ମୋଦୀ ଜୀ ମୁଁ କେବେ ବି ଆପଣଙ୍କର ଶତ୍ରୁ ନ ଥିଲି’, ନୀତୀଶ କୁମାରଙ୍କ ପରେ କ’ଣ ବଦଳୁଛି ଉଦ୍ଧବ ମନ ? ଏମିତି ରହିଛି ପ୍ରକ୍ରିୟା ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ବିଧେୟକ ବିଧାନସଭାରେ ଗୃହୀତ ହେଲେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଏହା କେନ୍ଦ୍ରର ବିଷୟ ହୋଇଥିବାରୁ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ଏହାକୁ ରାଷ୍ଟ୍ରପତି ଭବନ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯା
ଡେରାଡୁନ: ଏକକ ନାଗରିକ ସଂହିତା ଅର୍ଥାତ ୟୁନିଫର୍ମ ସିଭିଲ୍ କୋଡ୍(ୟୁସିସି) ଉପରେ ବିଶେଷଜ୍ଞ କମିଟିର ରିପୋର୍ଟକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଏହାକୁ ବିଧେୟକ ଭାବେ ବିଧାନସଭାରେ ଆଗତ କରିବାର ପଥ ପରିଷ୍କାର ହୋଇଛି। ୟୁସିସିକୁ ମଞ୍ଜୁରୀ ପ୍ରଦାନ ପାଇଁ ୨୪ ଘଣ୍ଟା ଭିତରେ ରବିବାର ସନ୍ଧ୍ୟାରେ ପୁଷ୍କର ସିଂ ଧାମୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀଙ୍କ ସମ୍ମୁଖରେ ନାଗରିକ ସଂହିତା ଉପରେ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଥିଲା।
ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକ ପରେ କ୍ୟାବିନେଟ୍ ବିଶେଷଜ୍ଞଙ୍କ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏବେ ମଙ୍ଗଳବାର ବିଧେୟକକୁ ବିଧାନସଭାରେ ଉପସ୍ଥାପନ କରାଯିବ। ଏହା ଆଇନରେ ପରିଣତ ହେଲେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇପାରେ ଯେଉଁଠି ୟୁସିସି ଲାଗୁ ହେବ।
Also read- ‘ମୋଦୀ ଜୀ ମୁଁ କେବେ ବି ଆପଣଙ୍କର ଶତ୍ରୁ ନ ଥିଲି’, ନୀତୀଶ କୁମାରଙ୍କ ପରେ କ’ଣ ବଦଳୁଛି ଉଦ୍ଧବ ମନ ?
ଏମିତି ରହିଛି ପ୍ରକ୍ରିୟା
ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ବିଧେୟକ ବିଧାନସଭାରେ ଗୃହୀତ ହେଲେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ଏହା କେନ୍ଦ୍ରର ବିଷୟ ହୋଇଥିବାରୁ ରାଜ୍ୟପାଳଙ୍କ ମଞ୍ଜୁରୀ ନିମନ୍ତେ ଏହାକୁ ରାଷ୍ଟ୍ରପତି ଭବନ ଜରିଆରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇପାରେ। ଗୃହ ମନ୍ତ୍ରଣାଳୟରୁ ମଞ୍ଜୁରୀ ମିଳିବା ପରେ ରାଜ୍ୟପାଳ ଏହାକୁ ଆଇନର ରୂପ ଦେବେ। ଏହାପରେ ଉତ୍ତରାଖଣ୍ଡରେ ବିଧେୟକ ଲାଗୁ ହେବ। ଏହିପରି ଭାବେ ଫେବୃଆରୀ ଶେଷ ସୁଦ୍ଧା ଏହା ଆଇନରେ ପରିଣତ ହେବ।
ୟୁସିସିର ପ୍ରମୁଖ ସୁପାରିଶ
୧ - ବିବାହ ପାଇଁ ଝିଅଙ୍କ ବୟସ ୧୮ ବର୍ଷ ଓ ପୁଅ ବୟସ ୨୧ ବର୍ଷ ରହିବ।
୨- ବିବାହର ପଞ୍ଜୀକରଣ ବାଧ୍ୟତାମୂଳକ।
୩ - ପତି-ପତ୍ନୀ ଉଭୟଙ୍କ ତଲାକର ସମାନ କାରଣ ଓ ଆଧାର ଦେବା ଜରୁରୀ। ତଲାକର ଆଧାର ସ୍ଵାମୀ ଓ ସ୍ତ୍ରୀ ପାଇଁ ସମାନ ରହିବ।
୪ - ପତ୍ନୀ ଜୀବିତ ଥାଉ ଥାଉ ଦ୍ଵିତୀୟ ବିବାହ ହୋଇ ପାରିବ ନାହିଁ। ଅର୍ଥାତ ବହୁ ବିବାହ ଉପରେ ରୋକ୍ ଲାଗିବ।
୫ - ଉତ୍ତରାଧିକାରରେ ପିଲାଙ୍କ ପରି ଝିଅର ମଧ୍ୟ ସମାନ ଅଧିକାର ରହିବ।
୬ - ଲିଭ୍ ଇନ ରିଲେସନସିପରେ ରହିଲେ ଘୋଷଣାନାମା ଦରକାର। ଏହା ସେଲ୍ଫ ଡିକ୍ଲେରେସନ ପରି ରହିବ।
୭ - ଅନୁସୂଚିତ ଜନଜାତିର ଲୋକେ ୟୁସିସିର ପରିଧିରୁ ବାହାରେ ରହିବେ।
The post ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ appeared first on Prameya News7.