ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ ଶୌଚ କରିବାକୁ ଯାଇଥିବାବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ କୈଳାସର ବାମ ହାତ ଭାଙ୍ଗି ଯାଇଥିବା ସହ ଦେହରେ କ୍ଷତବିକ୍ଷତ ହୋଇଛନ୍ତି। କୈଳାସର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଁଚି କୈଳାସକୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ଅନୁଗୋଳ […] The post ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ appeared first on Dharitri Odia News.

ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୁଆସାହି ମୌଜା ଟିକରପଡା ଗ୍ରାମର କୈଳାସ କହଁର ( ୪୫) ବୁଧବାର ସକାଳେ ଶୌଚ କରିବାକୁ ଯାଇଥିବାବେଳେ ଏକ ଗୟଳ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ କୈଳାସର ବାମ ହାତ ଭାଙ୍ଗି ଯାଇଥିବା ସହ ଦେହରେ କ୍ଷତବିକ୍ଷତ ହୋଇଛନ୍ତି। କୈଳାସର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଁଚି କୈଳାସକୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକମାନେ ୧୦୮ ଆମ୍ବୁଲାନ୍ସ ଡକାଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ଚିକିତ୍ସା କରାଯାଉଛି। କୈଳାସଙ୍କ ସ୍ବାସ୍ଥଅବସ୍ଥା ସଙ୍କଟାପନ୍ନ ଥିବାର ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

The post ଶୌଚ କରିବାକୁ ଯାଇଥିବାବେଳେ ଆକ୍ରମଣ କଲା ଗୟଳ: ଆଉ ତା’ପରେ appeared first on Dharitri Odia News.