ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି…
କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି ମୁଁ ଟିଏମ୍ସି ହେଉ କି କଂଗ୍ରେସ ହେଉ କିମ୍ବା ଇଣ୍ଡିଆ ଆଲାଇନ୍ସ, ମୁଁ ପ୍ରତ୍ୟେକ ଝଟ୍କା ଉପରେ ବଙ୍ଗଳାକୁ ୫ଟି ଗ୍ୟାରେଣ୍ଟି ଦେଉଛି। ସେଗୁଡ଼ିକ ହେଲା.. ୧. ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ […] The post ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି… appeared first on Dharitri Odia News.
କୋଲକାତା,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପଶ୍ଚିମବଙ୍ଗର ବାରାକପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୫ଟି ଗ୍ୟାରେଣ୍ଟି ଦେଇଛନ୍ତି। ସେ କହିଛନ୍ତି, ସେମାନେ ସିଏଏ ଆଇନକୁ ରଦ୍ଦ କରିବା କଥା କହୁଛନ୍ତି, କିନ୍ତୁ ଆଜି ମୁଁ ଟିଏମ୍ସି ହେଉ କି କଂଗ୍ରେସ ହେଉ କିମ୍ବା ଇଣ୍ଡିଆ ଆଲାଇନ୍ସ, ମୁଁ ପ୍ରତ୍ୟେକ ଝଟ୍କା ଉପରେ ବଙ୍ଗଳାକୁ ୫ଟି ଗ୍ୟାରେଣ୍ଟି ଦେଉଛି।
ସେଗୁଡ଼ିକ ହେଲା..
୧. ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଦିଆଯିବ ନାହିଁ।
୨. ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ଏସ୍ସି, ଏସ୍ଟି ଏବଂ ଓବିସିର ସଂରକ୍ଷଣକୁ କେହି ଶେଷ କରିପାରିବେ ନାହିଁ।
୩. କେହି ଆପଣଙ୍କୁ ରାମ ନବମୀ ପାଳନ କରିବା ଏବଂ ଭଗବାନ ରାମଙ୍କୁ ପୂଜା କରିବାରେ ଅଟକାଇ ପାରିବେ ନାହିଁ।
୪. ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ କେହି ଓଲଟାଇ ପାରିବେ ନାହିଁ।
୫. ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, କେହି ସିଏଏ ଆଇନକୁ ରଦ୍ଦ କରିବାକୁ ସମର୍ଥ ହେବେ ନାହିଁ।
The post ପଶ୍ଚିମବଙ୍ଗରେ ମୋଦି ଦେଲେ ଏହି ୫ ଗ୍ୟାରେଣ୍ଟି… appeared first on Dharitri Odia News.