ମୟୁରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ୧୦୦ ଦିନର ରଖିବେ ରିପୋର୍ଟ କାର୍ଡ
ବାରିପଦା ୨୧/୦୯: ରବିବାର ଅର୍ଥାତ୍ ୨୨ ସେପ୍ଟେମ୍ୱରରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ରଥମ ଥର ଲାଗି ସେ ଜିଲ୍ଲା ଗସ୍ତ କରିବେ । ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାରିପଦା ଛଉ ପଡିଆ ଠାରେ ବିକାଶ ମେଳାର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ। ସେହିଭଳି ୧୦୦ ଦିନର ବିଜେପି ସରକାର ଯେଉଁ ସବୁ ବିକାଶ କରିଛନ୍ତି ସେ ସମସ୍ତ ଯୋଜନା ସହିତ କାର୍ଯ୍ୟକାରୀ ହୋଇଥିବା ଏକାଧିକ ଯୋଜନାକୁ ବିଭିନ୍ନ ଷ୍ଟଲ୍ ରେ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ ହେବ ଏହି ବିକାଶ ମେଳାରେ । ୨୨ ତାରିଖ ଦିନ ୨ଟା ବେଳେ ବାରିପଦା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ।
ବାରିପଦା ୨୧/୦୯: ରବିବାର ଅର୍ଥାତ୍ ୨୨ ସେପ୍ଟେମ୍ୱରରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ପ୍ରଥମ ଥର ଲାଗି ସେ ଜିଲ୍ଲା ଗସ୍ତ କରିବେ । ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାରିପଦା ଛଉ ପଡିଆ ଠାରେ ବିକାଶ ମେଳାର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ।
ସେହିଭଳି ୧୦୦ ଦିନର ବିଜେପି ସରକାର ଯେଉଁ ସବୁ ବିକାଶ କରିଛନ୍ତି ସେ ସମସ୍ତ ଯୋଜନା ସହିତ କାର୍ଯ୍ୟକାରୀ ହୋଇଥିବା ଏକାଧିକ ଯୋଜନାକୁ ବିଭିନ୍ନ ଷ୍ଟଲ୍ ରେ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ ହେବ ଏହି ବିକାଶ ମେଳାରେ । ୨୨ ତାରିଖ ଦିନ ୨ଟା ବେଳେ ବାରିପଦା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ।