ଇତିହାସ ରଚିଲେ କୋହଲି, ଏମିତି କରିବାରେ ଦୁନିଆର ପ୍ରଥମ ଖେଳାଳି, ସଚିନଙ୍କ ରେକର୍ଡ ଧ୍ଵସ୍ତ

ଦୁବାଇ: ପାକିସ୍ତାନ ବିପକ୍ଷ  ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ ବିରାଟ କୋହଲି ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମେ ସେ ଫିଲ୍ଡିଂ କରି ମହମ୍ମଦ ଆଝାରୁଦ୍ଦୀନଙ୍କ ସବୁଠୁ ଅଧିକ କ୍ୟାଚ୍‌ ଧରିବାର ରେକର୍ଡ ଭାଙ୍ଗିଛନ୍ତି। ବ୍ୟାଟିଂ କରିବାକୁ ଆସି କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୪ ହଜାର ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର  ୩୫୯ ମ୍ୟାଚ୍‌ର ୩୫୦ ଇନିଂସରେ ୧୪ ହଜାର ପୂରଣ କରିଥିଲେ। ବିରାଟ କୋହଲି ୨୯୯ ମ୍ୟାଚ୍‌ର ୨୮୭ ଇନିଂସରେ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଏକ ମାତ୍ର ବ୍ୟାଟର ଯିଏ ୩୦୦ରୁ  କମ ମ୍ୟାଚ୍‌ରେ ଦିନିକିଆରେ ୧୪ ହଜାର ରନ ପୂରଣ କରିଛନ୍ତି। ଦିନିକିଆରେ ବିରାଟ କୋହଲି ଦୁନିଆର ତୃତୀୟ ବ୍ୟାଟର ଯିଏ ୧୪ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାକାରା ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟର କୁମାର ସାଙ୍ଗାକାରା ୪୦୨ ମ୍ୟାଚ୍‌ର ୩୭୮ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ। ସଚିନ ମୋଟ୍ ୪୬୩ ଏକ ଦିବସୀୟ ମ୍ୟାଚ୍‌ର ୪୫୨ ଇନିଂସରେ ୧୮ ହଜାର ୪୨୬ ରନ କରିଛନ୍ତି। ଅନ୍ୟପଟେ କୁମାର ସାଙ୍ଗାକାରା ୪୦୪ ମ୍ୟାଚ୍‌ର ୩୮୦ ଇନିଂସରେ ୧୪ ହଜାର ୨୩୪ ରନ କରିଥିଲେ। ତାଲିକା

ଇତିହାସ ରଚିଲେ କୋହଲି, ଏମିତି କରିବାରେ ଦୁନିଆର ପ୍ରଥମ ଖେଳାଳି, ସଚିନଙ୍କ ରେକର୍ଡ ଧ୍ଵସ୍ତ

ଦୁବାଇ: ପାକିସ୍ତାନ ବିପକ୍ଷ  ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ହାଇଭୋଲଟେଜ୍ ମ୍ୟାଚ୍‌ରେ ବିରାଟ କୋହଲି ଅନେକ ଐତିହାସିକ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରଥମେ ସେ ଫିଲ୍ଡିଂ କରି ମହମ୍ମଦ ଆଝାରୁଦ୍ଦୀନଙ୍କ ସବୁଠୁ ଅଧିକ କ୍ୟାଚ୍‌ ଧରିବାର ରେକର୍ଡ ଭାଙ୍ଗିଛନ୍ତି। ବ୍ୟାଟିଂ କରିବାକୁ ଆସି କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଧ୍ଵସ୍ତ କରିଛନ୍ତି। କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ୧୪ ହଜାର ରନ ପୂରଣ କରିଛନ୍ତି। ସଚିନ ତେନ୍ଦୁଲକର  ୩୫୯ ମ୍ୟାଚ୍‌ର ୩୫୦ ଇନିଂସରେ ୧୪ ହଜାର ପୂରଣ କରିଥିଲେ। ବିରାଟ କୋହଲି ୨୯୯ ମ୍ୟାଚ୍‌ର ୨୮୭ ଇନିଂସରେ ଏହି ଉପଲବ୍ଧି ନିଜ ନାଁରେ କରିଛନ୍ତି। କୋହଲି ଏକ ମାତ୍ର ବ୍ୟାଟର ଯିଏ ୩୦୦ରୁ  କମ ମ୍ୟାଚ୍‌ରେ ଦିନିକିଆରେ ୧୪ ହଜାର ରନ ପୂରଣ କରିଛନ୍ତି। 

ଦିନିକିଆରେ ବିରାଟ କୋହଲି ଦୁନିଆର ତୃତୀୟ ବ୍ୟାଟର ଯିଏ ୧୪ ହଜାର ରନ କ୍ଲବରେ ସାମିଲ ହୋଇଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାକାରା ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟର କୁମାର ସାଙ୍ଗାକାରା ୪୦୨ ମ୍ୟାଚ୍‌ର ୩୭୮ ଇନିଂସରେ ଏହି ଉପଲବ୍ଧି ହାସଲ କରିଥିଲେ। ସଚିନ ମୋଟ୍ ୪୬୩ ଏକ ଦିବସୀୟ ମ୍ୟାଚ୍‌ର ୪୫୨ ଇନିଂସରେ ୧୮ ହଜାର ୪୨୬ ରନ କରିଛନ୍ତି। ଅନ୍ୟପଟେ କୁମାର ସାଙ୍ଗାକାରା ୪୦୪ ମ୍ୟାଚ୍‌ର ୩୮୦ ଇନିଂସରେ ୧୪ ହଜାର ୨୩୪ ରନ କରିଥିଲେ। ତାଲିକାରେ କୋହଲି ତୃତୀୟରେ ଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ପଣ୍ଟିଂ ୩୭୫ ମ୍ୟାଚ୍‌ରେ ୧୩ ହଜାର ୭୦୪ ରନ କରିଛନ୍ତି। 

Also read: India vs Pakistan: ଖେଳିବା ପୂର୍ବରୁ ହାରିବାର ଭୟ, ୨୦ ଓଭରରେ ୮୦ ଡଟ୍ ବଲ୍‌ ଯୋଗୁ ଇଣ୍ଟରନେଟ୍‌ରେ ପାକିସ୍ତାନର ମଜାକ ଉଡ଼ାଇଲେ ଫ୍ୟାନ୍

ବର୍ତ୍ତମାନ ସମୟର ବ୍ୟାଟରଙ୍କ ଉପରେ ନଜର ପକାଇଲେ ରୋହିତ ଶର୍ମା ହେଉଛନ୍ତି ସେହି ବ୍ୟାଟର ଯିଏ କୋହଲିଙ୍କ ନିକଟତର ଅଛନ୍ତି। ରୋହିତ   ୨୭୦ ମ୍ୟାଚ୍‌ର ୨୬୨ ଇନିଂସରେ ୧୧ ହଜାର ୪୯ ରନ କରିଛନ୍ତି। ଉଲ୍ଲେଖନୀୟ ବିରାଟ କୋହଲି ୨୦୦୮ରେ ଦିନିକିଆରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ ମୋଟ୍ ୨୯୯ ଦିନିକିଆ ଖେଳି ସାରିଛନ୍ତି। ୨୦୨୩ ଦିନିକିଆ ବିଶ୍ଵକପ୍‌ରେ କୋହଲି ସଚିନ ତେନ୍ଦୁଲକରଙ୍କ ଏକ ବଡ ରେକର୍ଡ ଭାଙ୍ଗିଥିଲେ। ସେ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରି ୫୦ତମ ଦିନିକିଆ ଶତକ ଅର୍ଜନ କରିଥିଲେ।