ରେକର୍ଡ ପରିମାଣର ଟିକସ ଆଦାୟ

ନୂଆଦିଲ୍ଲୀ,୨।୧୨: ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଅଷ୍ଟମ ମାସରେ ୧.୮୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ୮ମ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୮୨,୨୬୯କୋଟି ଟଙ୍କାର ଟିକସ […] The post ରେକର୍ଡ ପରିମାଣର ଟିକସ ଆଦାୟ appeared first on Dharitri Odia News.

ରେକର୍ଡ ପରିମାଣର ଟିକସ ଆଦାୟ

ନୂଆଦିଲ୍ଲୀ,୨।୧୨: ପ୍ରତି ମାସ ଭଳି ଚଳିତ ମାସ ମଧ୍ୟ ରେକର୍ଡ ପରିମାଣର ଟିକସ ଆଦାୟ ହୋଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଅଷ୍ଟମ ମାସରେ ୧.୮୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷର ୮ମ ମାସରେ ଦେଶର ଜିଏସ୍‌ଟି ସଂଗ୍ରହ ୧,୮୨,୨୬୯କୋଟି ଟଙ୍କାର ଟିକସ ରାଜସ୍ବ ଆକାରରେ ସଂଗ୍ରହ କରାଯାଇଛି। ବିଶେଷ କରି ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗ୍ରହ ହୋଇଥିବା ଟିକସ ପରିମାଣଠାରୁ ଏହା ୮.୫% ଅଧିକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷର ନଭେମ୍ବର ମାସରେ ସଂଗୃହୀତ ଟିକସ ପରିମାଣ ୧,୬୭,୯୨୯ କୋଟିଠାରୁ ୨୦୨୪-୨୫ ଆର୍ଥିକ ବର୍ଷର ନଭେମ୍ବର ମାସରେ ୧,୮୨,୨୬୯ କୋଟି ଟଙ୍କାର ଟିକସ ସଂଗୃହୀତ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସେହିଭଳି ଚଳିତ ଆର୍ଥିକ ବର୍ଷର ୮ମ ମାସ ବା ନଭେମ୍ବରରେ ମୋଟ ୧,୮୨,୨୬୯ କୋଟି ଟଙ୍କା ଜିଏସ୍‌ଟି ଆକାରରେ ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଟିକସ (ସିଜିଏସ୍‌ଟି) ବାବଦରେ ୩୪,୧୪୧ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ରାଜ୍ୟ ଟିକସ (ଏସ୍‌ଜିଏସଟି) ବାବଦକୁ ୪୩,୦୪୭ କୋଟି ଆଦାୟ ହୋଇଛି। ସେହିଭଳି ଆଇଜିଏସଟି ବାବଦକୁ ମୋଟ ୯୧,୮୨୮କୋଟି ଟଙ୍କା ଏବଂ ସେସ ବାବଦରେ ୧୩,୨୫୩ କୋଟି ଟଙ୍କା ଟିକସ ଆକାରରେ ସଂଗ୍ରହ କରାଯାଇଛି।
ସେହିପରି ଚଳିତ ଆର୍ଥିକ ବର୍ଷର ୮ମ ମାସରେ ଓଡ଼ିଶାରୁ ୪୭୦୪ କୋଟି ଟଙ୍କାର ଟିକସ ସଂଗ୍ରହ କରାଯାଇଥିଲାବେଳେ ଗତ ବର୍ଷ ଏହି ଅବଧି ମଧ୍ୟରେ ୪୨୯୫ କୋଟି ଟଙ୍କାର ଟିକସ ଆଦାୟ ହୋଇଥିଲା। ୨୦୨୩-୨୪ ଆର୍ଥକ ବର୍ଷର ନଭେମ୍ବରରେ ସଂଗ୍ରହ କରାଯାଇଥିବା ଟିକସ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷ ନଭେମ୍ବରରେ ସଂଗୃହୀତ ଟିକସ ପରିମାଣ ପ୍ରାୟ ୧୦% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।
ଅପରପକ୍ଷରେ ୨୦୨୪-୨୫ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ମଧ୍ୟରେ ମୋଟ ୧୪.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆକାରରେ ସଂଗ୍ରହ କରାଯାଇଛି।

The post ରେକର୍ଡ ପରିମାଣର ଟିକସ ଆଦାୟ appeared first on Dharitri Odia News.