ସାରଦାଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ, ଆସନ୍ତା ୨୭ରେ ପରବର୍ତ୍ତୀ ଶୁଣାଣି

କଟକ ୨୩/୭:  ରାଉରକେଲା ବିଧାନସଭା ନିର୍ବାଚନୀ ମାମଲା ଉପରେ ବିଧାୟକ ଶାରଦା ନାୟକଙ୍କୁ ନୋଟିସ୍‌ ଜାରି ହୋଇଛି । ଶାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ପରାଜିତ ପ୍ରାର୍ଥୀ ରାଜକୁମାର ଯାଦବ ହାଇକୋର୍ଟରେ ଯେଉଁ ଆବେଦନ କରିଛନ୍ତି, ତା ଉପରେ ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବିଧାୟକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସାରଦାଙ୍କ ନାଁରେ ଥିବା ଅପରାଧିକ ମାମଲା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସେ ସତ୍ୟପାଠରେ ଦାଖଲ କରି ନଥିବା ଅଭିଯୋଗ ହୋଇଛି। ତେଣୁ ସାରଦା ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଏହି ମାମଲାରେ ପ୍ରାର୍ଥନା କରାଯାଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ର ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ବିଧାୟକ ସାରଦା ନାୟକଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।   

ସାରଦାଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ, ଆସନ୍ତା ୨୭ରେ ପରବର୍ତ୍ତୀ ଶୁଣାଣି

କଟକ ୨୩/୭:  ରାଉରକେଲା ବିଧାନସଭା ନିର୍ବାଚନୀ ମାମଲା ଉପରେ ବିଧାୟକ ଶାରଦା ନାୟକଙ୍କୁ ନୋଟିସ୍‌ ଜାରି ହୋଇଛି । ଶାରଦାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ପରାଜିତ ପ୍ରାର୍ଥୀ ରାଜକୁମାର ଯାଦବ ହାଇକୋର୍ଟରେ ଯେଉଁ ଆବେଦନ କରିଛନ୍ତି, ତା ଉପରେ ପ୍ରାରମ୍ଭିକ ଶୁଣାଣି କରି କୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଥିବାବେଳେ ତା ପୂର୍ବରୁ ବିଧାୟକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସାରଦାଙ୍କ ନାଁରେ ଥିବା ଅପରାଧିକ ମାମଲା ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ତଥ୍ୟ ସେ ସତ୍ୟପାଠରେ ଦାଖଲ କରି ନଥିବା ଅଭିଯୋଗ ହୋଇଛି। ତେଣୁ ସାରଦା ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ଏହି ମାମଲାରେ ପ୍ରାର୍ଥନା କରାଯାଇଛି। ହାଇକୋର୍ଟ ବିଚାରପତି ଜଷ୍ଟିସ ଶଶୀକାନ୍ତ ମିଶ୍ର ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ବିଧାୟକ ସାରଦା ନାୟକଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।