ଶିଶୁ ମନ୍ଦିର ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ବର: ଗାଡ଼ି ରଖି କୌଣସି କାମରେ ଯାଇଥିଲେ ମହିଳା। ଏହି ସମୟରେ ଲାଗିଗଲା କାରରେ ନିଆଁ। ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର। ମଙ୍ଗଳବାର ସନ୍ଧ୍ୟାରେ ପଟିଆ ଶିଶୁ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ତେବେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ପଟିଆ ରିଗଲ ଡୋଭ ଆପର୍ଟମେଣ୍ଟ ନିକଟରେ ଜଣେ ମହିଳା ନିଜ ହ୍ୟୁଣ୍ଡାଇ କାର ରଖି ପାଖରେ କୌଣସି କାମ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଉ ମାତ୍ର କେଇ ମିନିଟ ଭିତରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। ତେବେ ଖବର ପାଇ ଘଟଣା ସ୍ଥଳରେ ପିସିଆର୍ ଭ୍ୟାନ ଏବଂ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଁଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ କାହିଁକି ହେଲା ତାହା ଜଣା ପଡିନଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ଏହା ସର୍ଟ ସର୍କିଟ ଲାଗି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

ଶିଶୁ ମନ୍ଦିର ନିକଟରେ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ମହିଳା

ଭୁବନେଶ୍ବର: ଗାଡ଼ି ରଖି କୌଣସି କାମରେ ଯାଇଥିଲେ ମହିଳା। ଏହି ସମୟରେ ଲାଗିଗଲା କାରରେ ନିଆଁ। ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର। ମଙ୍ଗଳବାର ସନ୍ଧ୍ୟାରେ ପଟିଆ ଶିଶୁ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ତେବେ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ସୂଚନା ଅନୁଯାୟୀ, ସ୍ଥାନୀୟ ପଟିଆ ରିଗଲ ଡୋଭ ଆପର୍ଟମେଣ୍ଟ ନିକଟରେ ଜଣେ ମହିଳା ନିଜ ହ୍ୟୁଣ୍ଡାଇ କାର ରଖି ପାଖରେ କୌଣସି କାମ କରିବାକୁ ଯାଇଥିଲେ। ହେଲେ ଏହି ସମୟରେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା। ଆଉ ମାତ୍ର କେଇ ମିନିଟ ଭିତରେ ସମ୍ପୂର୍ଣ୍ଣ ଜଳିଯାଇଥିଲା। 

ତେବେ ଖବର ପାଇ ଘଟଣା ସ୍ଥଳରେ ପିସିଆର୍ ଭ୍ୟାନ ଏବଂ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ କର୍ମଚାରୀ ପହଁଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡ କାହିଁକି ହେଲା ତାହା ଜଣା ପଡିନଥିବା ବେଳେ ପ୍ରାଥମିକ ସୂଚନା ଅନୁସାରେ ଏହା ସର୍ଟ ସର୍କିଟ ଲାଗି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।