ପ୍ରଧାନମନ୍ତ୍ରୀ ଆମେରିକାରୁ ଫେରିବା ପରେ ଶପଥ ନେବେ ଦିଲ୍ଲୀର ନୂଆ ବିଜେପି ମୁଖ୍ୟମନ୍ତ୍ରୀ: ରିପୋର୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସାରି ଫେରିବା ପରେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜନ କରିବ। ଏହା ଫେବ୍ରୁଆରୀ ୧୩ ତାରିଖରେ ହୋଇପାରେ ବୋଲି ଦଳରୁ ଖବର ନେଇ ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ କରିଛି। ତେବେ ବର୍ତ୍ତମାନ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ମଧ୍ୟରେ ବିଚାର ବିମର୍ଶ ଜାରି ରହିଛି। ଏନେଇ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ବୈଠକ ଚାଲିଛି। ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବୈଠକ ପରେ ବିଜେପି ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ବୋଲି କୁହାଯାଉଛି।ଆଇଏଏନଏସର ରିପୋର୍ଟ ଅନୁସାରେ, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ସନ୍ଧ୍ୟାରେ ସମସ୍ତ ବିଜୟୀ ବିଧାୟକଙ୍କୁ ଭେଟିବେ। ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବେ ଏବଂ ସରକାର ଗଠନ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ମଧ୍ୟ ରହିଛି। ପୂର୍ବରୁ, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ, ଶନିବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହଙ୍କ ସହିତ ଶପଥ ଗ୍ରହଣ ଉତ୍ସବ ଏବଂ ଦିଲ୍ଲୀରେ ଗଠନ ହେବାକୁ ଥିବା ସରକାରଙ୍କ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ଏନେଇ କୌଣସି ଖବର ସାମ୍ନାକୁ ଆସିପାରି ନାହିଁ। ପଢନ୍ତୁ- ‘ଓଡ଼ିଶା, ଦିଲ୍ଲୀ ପରେ ପଶ୍ଚିମବଙ୍ଗ ପ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ ସାରି ଫେରିବା ପରେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜନ କରିବ। ଏହା ଫେବ୍ରୁଆରୀ ୧୩ ତାରିଖରେ ହୋଇପାରେ ବୋଲି ଦଳରୁ ଖବର ନେଇ ଇଣ୍ଡିଆ ଟୁଡେରେ ରିପୋର୍ଟ ପ୍ରକାଶ କରିଛି। ତେବେ ବର୍ତ୍ତମାନ କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦଳ ମଧ୍ୟରେ ବିଚାର ବିମର୍ଶ ଜାରି ରହିଛି। ଏନେଇ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଏକ ବୈଠକ ଚାଲିଛି। ଏହି ବୈଠକରେ ଜେପି ନଡ୍ଡା, ବୈଜୟନ୍ତ ପଣ୍ଡା ଏବଂ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ବୈଠକ ପରେ ବିଜେପି ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିପାରେ ବୋଲି କୁହାଯାଉଛି।
ଆଇଏଏନଏସର ରିପୋର୍ଟ ଅନୁସାରେ, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଆଜି ସନ୍ଧ୍ୟାରେ ସମସ୍ତ ବିଜୟୀ ବିଧାୟକଙ୍କୁ ଭେଟିବେ। ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବେ ଏବଂ ସରକାର ଗଠନ ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ମଧ୍ୟ ରହିଛି। ପୂର୍ବରୁ, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ, ଶନିବାର ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ, ଜେପି ନଡ୍ଡା, ଅମିତ ଶାହଙ୍କ ସହିତ ଶପଥ ଗ୍ରହଣ ଉତ୍ସବ ଏବଂ ଦିଲ୍ଲୀରେ ଗଠନ ହେବାକୁ ଥିବା ସରକାରଙ୍କ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ଏନେଇ କୌଣସି ଖବର ସାମ୍ନାକୁ ଆସିପାରି ନାହିଁ।
ପଢନ୍ତୁ- ‘ଓଡ଼ିଶା, ଦିଲ୍ଲୀ ପରେ ପଶ୍ଚିମବଙ୍ଗ ପାଳି; ଟାର୍ଗେଟରେ ଦିଦି, ୨୦୨୬ରେ ବଦଳିବ ସରକାର’
ଆମ ଆଦ୍ମୀ ପାର୍ଟିର ଦୀର୍ଘ ୧୦ ବର୍ଷର ଶାସନକୁ ଗାଦିଚ୍ୟୁତ କରି ୨୭ ବର୍ଷ ପରେ ଦିଲ୍ଲୀ ଦଖଲ କରିଛି ବିଜେପି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ ବିଜେପି ୪୮ଟି ଆସନ ଜିତିଛି। ସେହିପରି ଦଶନ୍ଧି ଧରି ରାଜ କରୁଥିବା ଆପ୍ ମାତ୍ର ୨୨ଟି ଆସନ ରଖିବାରେ ସଫଳ ହୋଇଛି।
ବଡ଼ କଥା ହେଲା ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କ ସମେତ ଏହାର ପ୍ରମୁଖ ନେତାମାନେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନ କରି ଦିଲ୍ଲୀ ନିର୍ବାଚନ ଲଢ଼ିଥିଲା। ଏବେ ଦଳ ନିଜ ଭିତରେ ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛି।
ନୂଆଦିଲ୍ଲୀ ଆସନରେ କେଜ୍ରିୱାଲଙ୍କୁ ପରାସ୍ତ କରି ନିର୍ବାଚନ ବିଜୟୀ ହୋଇଥିବା ପରବେଶ ବର୍ମା ଦିଲ୍ଲୀରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଚେହେରା ତାଲିକାରେ ଆଗରେ ଅଛନ୍ତି। ତାଙ୍କ ପଛକୁ ରହିଛନ୍ତି ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିବା ବରିଷ୍ଠ ବିଜେପି ନେତା ବିଜେନ୍ଦର ଗୁପ୍ତା, ପୂର୍ବରୁ ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଥିବା ପ୍ରମୁଖ ବ୍ରାହ୍ମଣ ଚେହେରା ସତୀଶ ଉପାଧ୍ୟାୟ, କେନ୍ଦ୍ରୀୟ ନେତାମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖୁଥିବା ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଆଶିଷ ସୁଦ ଏବଂ ବୈଶ୍ୟ ସମ୍ପ୍ରଦାୟର ଜଣେ ଦୃଢ଼ ଆରଏସଏସ ନେତା ଜିତେନ୍ଦ୍ର ମହାଜନ ବି ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି।
ପଢ଼ନ୍ତୁ- ଦିଲ୍ଲୀ ସଚିବାଳୟରେ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି: ବିନା ଅନୁମତିରେ ଯିବନି ଫାଇଲ୍, ପ୍ରବେଶରେ ପ୍ରତିବନ୍ଧକ
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପ୍ରଥମ ସାକ୍ଷାତ ପାଇଁ ଫେବୃଆରୀ ୧୨-୧୩ ରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସାରି ଫେରିବା ପରେ ଦଳ ଆସନ୍ତା ସପ୍ତାହରେ ଦିଲ୍ଲୀରେ ସରକାର ଗଠନ କରିବ ବୋଲି ନିଜର ଦାବି ଜଣାଇବ ବୋଲି କୁହାଯାଉଛି। ଏହାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇପାରେ।
ସେପଟେ ଆପ୍ର କାଲକାଜୀ ବିଧାୟିକା ଆତିଶୀ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ଭେଟି ସେ ତାଙ୍କର ଇସ୍ତଫାପତ୍ର ଦେଇଛନ୍ତି।