ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ
ପୁରୀ,୩୧।୧୦(ଅଜିତ୍ କୁମାର ମହାନ୍ତି): ପୁରୀ ସଦର ସମଙ୍ଗରାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନ। ଗିରଫ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଏବଂ ଇଟାକୁ ଜବତ କରଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପା ରବି ସ୍ବାଇଁ ଏବଂ ପୁଅ ପ୍ରକାଶ ସ୍ବାଇଁଙ୍କୁ ଅଭିଯୁକ୍ତମାନେ […] The post ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ appeared first on Dharitri Odia News.
ପୁରୀ,୩୧।୧୦(ଅଜିତ୍ କୁମାର ମହାନ୍ତି): ପୁରୀ ସଦର ସମଙ୍ଗରାରେ ଘଟିଥିବା ଡବଲ ମର୍ଡର ଘଟଣାରେ ଗୁରୁବାର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ l ଗିରଫ ଅଭିଯୁକ୍ତମାନେ ହେଲେ ଜଟାଧାରୀ ପ୍ରଧାନ, ବଳିଆ ପ୍ରଧାନ, ଜଗା ପ୍ରଧାନ, ରତନି ପ୍ରଧାନ। ଗିରଫ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି।
ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଏବଂ ଇଟାକୁ ଜବତ କରଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପା ରବି ସ୍ବାଇଁ ଏବଂ ପୁଅ ପ୍ରକାଶ ସ୍ବାଇଁଙ୍କୁ ଅଭିଯୁକ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଥିବା ପୋଲିସ କହିଛି।
ମିଳିଥିବା ସୂଚନା ମୁତାବକ, ଗତ ୬ ମାସ ହେଲା ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ହେଲେ ଗତକାଲି ରାତିରେ ବାପ-ପୁଅ ଘରକୁ ଫେରୁଥିବା ବେଳେ ୫ଜଣ ଅଭିଯୁକ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏ ନେଇ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।
The post ବାପ-ପୁଅ ହତ୍ୟା ମାମଲା: ଧରାପଡ଼ିଲେ ୪ ଅଭିଯୁକ୍ତ appeared first on Dharitri Odia News.