ସଡ଼କ ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ମୃତ୍ୟୁ
ନୂଆପଡ଼ା,୨।୩ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)। ସୂଚନା ମୁତାବକ ଶନିବାର ପୂର୍ବାହ୍ନ ୧୧ଟା ୩ ରେ ବିଦ୍ୟାଳୟ ଛୁଟି ପରେ ସରସି ନିଜ ସ୍କୁଟିରେ ନୂଆପଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ଏକ ପିକଅପ ଭ୍ୟାନ ଧକ୍କା ଦେବାରୁ ଶିକ୍ଷୟିତ୍ରୀ ଚକା ତଳେ ଚାପି […] The post ସଡ଼କ ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ମୃତ୍ୟୁ appeared first on Dharitri Odia News.
ନୂଆପଡ଼ା,୨।୩ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ସାରାବଙ୍ଗ ପଞ୍ଚାୟତ ମାଉଳିଭଟା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଉଳିଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସରସି ଯୋଶୀ (୪୯)। ସୂଚନା ମୁତାବକ ଶନିବାର ପୂର୍ବାହ୍ନ ୧୧ଟା ୩ ରେ ବିଦ୍ୟାଳୟ ଛୁଟି ପରେ ସରସି ନିଜ ସ୍କୁଟିରେ ନୂଆପଡ଼ା ଘରକୁ ଫେରୁଥିଲେ। ଏହି ସମୟରେ ଏକ ପିକଅପ ଭ୍ୟାନ ଧକ୍କା ଦେବାରୁ ଶିକ୍ଷୟିତ୍ରୀ ଚକା ତଳେ ଚାପି ହୋଇ କିଛି ବାଟ ଘୋଷାଡି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ମୁମୁର୍ଷୂ ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସଦର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଶିକ୍ଷୟିତ୍ରୀଙ୍କ ଏକମାତ୍ର ପୁତ୍ର ବିକ୍ରାନ୍ତ ଯୋଶୀ ରାଜସ୍ଥାନର କୋଟାରେ ପାଠ ପଢୁଥିବାରୁ ରବିବାର ପହଞ୍ଚତ୍ଲା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ବାମୀ ବିଶ୍ୱ ରଞ୍ଜନ ମିଶ୍ର, ଦେଢଶୁର ବିଭୁଦତ୍ତ ମିଶ୍ର, ବଡ ଯାଆ ମୀନାକ୍ଷୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ସଡ଼କ ଦୁର୍ଘଟଣା: ଶିକ୍ଷୟିତ୍ରୀଙ୍କ ମୃତ୍ୟୁ appeared first on Dharitri Odia News.