ପୋଲିସର ଥାର୍ଡ ଡିଗ୍ରୀ: ମୁହଁ ଖୋଲିଲେ ଯୁବକ, କହିଲେ ମୋତେ ମାଡ଼ ମାରିବା ସହ…
କଟକ,୧ା୬: କଟକ SCB ମେଡିକାଲରେ ଯୁବକଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ମାଡ଼ ଖାଇଥିବା ଯୁବକ ଆଶୁତୋଷ ସ୍ବାଇଁ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ କର୍ମଚାରୀ ଲାଇନ ଭାଙ୍ଗି ଟିକେଟ୍ କରୁଥିଲେ। ମୁଁ ପ୍ରତିବାଦ କରିବାରୁ ଗାଳି ଦେବା ସହ ମାଡ଼ ମାରି ନିର୍ଯାତନା ଦେଲେ। ସର୍ବ ସମ୍ମୁଖରେ ମୋ’ ଶର୍ଟ ଚିରି ମାଡ଼ ମାରିଲେ। ମୁଁ ମୋ ମା’ଙ୍କ ରିପୋର୍ଟ ଦେଖାଇବାକୁ ଏସ୍ସିବି ମେଡିକାଲ ଯାଇଥିଲି। ଟିକେଟ କାଉଣ୍ଟରରେ ଟିକେଟ୍ କରୁଥିବା ବେଳେ ଏସବୁ ଘଟିଥିଲ। […] The post ପୋଲିସର ଥାର୍ଡ ଡିଗ୍ରୀ: ମୁହଁ ଖୋଲିଲେ ଯୁବକ, କହିଲେ ମୋତେ ମାଡ଼ ମାରିବା ସହ… appeared first on Dharitri Odia News.
କଟକ,୧ା୬: କଟକ SCB ମେଡିକାଲରେ ଯୁବକଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ମାଡ଼ ଖାଇଥିବା ଯୁବକ ଆଶୁତୋଷ ସ୍ବାଇଁ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୋଲିସ କର୍ମଚାରୀ ଲାଇନ ଭାଙ୍ଗି ଟିକେଟ୍ କରୁଥିଲେ। ମୁଁ ପ୍ରତିବାଦ କରିବାରୁ ଗାଳି ଦେବା ସହ ମାଡ଼ ମାରି ନିର୍ଯାତନା ଦେଲେ। ସର୍ବ ସମ୍ମୁଖରେ ମୋ’ ଶର୍ଟ ଚିରି ମାଡ଼ ମାରିଲେ। ମୁଁ ମୋ ମା’ଙ୍କ ରିପୋର୍ଟ ଦେଖାଇବାକୁ ଏସ୍ସିବି ମେଡିକାଲ ଯାଇଥିଲି। ଟିକେଟ କାଉଣ୍ଟରରେ ଟିକେଟ୍ କରୁଥିବା ବେଳେ ଏସବୁ ଘଟିଥିଲ। ଏମିତି ମୋ ମାଆଙ୍କ ରିପୋର୍ଟ ବି ଛଡ଼ାଇ ନେଇଥିଲେ ପୋଲିସ କର୍ମଚାରୀ ଜଣକ।
ମୁଁ ପୋଲିସ ବିରୋଧରେ ଏତଲା ଦେଇଥିଲି, ଗ୍ରହଣ କରିନାହାନ୍ତି ବୋଲି କହିଛନ୍ତି ଆଶୁତୋଷ। ଅନ୍ୟପକ୍ଷରେ ଆଶୁତୋଷଙ୍କ ଏପରି ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
The post ପୋଲିସର ଥାର୍ଡ ଡିଗ୍ରୀ: ମୁହଁ ଖୋଲିଲେ ଯୁବକ, କହିଲେ ମୋତେ ମାଡ଼ ମାରିବା ସହ… appeared first on Dharitri Odia News.